ନୂଆପଡା: ଉତ୍ତର ପ୍ରଦେଶରେ ଘଟିଯାଇଥିବା ଲଜ୍ଜା ଜନକ ଦୁଷ୍କର୍ମ ଘଟଣାକୁ ନିନ୍ଦା କରିଛି କଂଗ୍ରେସ । ଶୁକ୍ରବାର ନୂଆପଡା ଜିଲ୍ଲା କଂଗ୍ରେସ ନେତୃତ୍ବରେ ଖଡ଼ିଆଳ ବ୍ଲକ ଛକଠାରେ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ନେତା ଓ କର୍ମୀଗଣ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।
ୟୁପି ଗଣଦୁଷ୍କର୍ମକୁ ନେଇ ନୂଆପଡାରେ ପ୍ରତିବାଦ
ଉତ୍ତର ପ୍ରଦେଶରେ ଘଟିଯାଇଥିବା ଲଜ୍ଜା ଜନକ ଦୁଷ୍କର୍ମ ଘଟଣାକୁ ନିନ୍ଦା କରିଛି କଂଗ୍ରେସ । ଶୁକ୍ରବାର ନୂଆପଡା ଜିଲ୍ଲା କଂଗ୍ରେସ ନେତୃତ୍ବରେ ଖଡ଼ିଆଳ ବ୍ଲକ ଛକଠାରେ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଧିକ ପଢନ୍ତୁ...
କଂଗ୍ରେସ ନେତୃତ୍ବରେ ଖଡ଼ିଆଳ ବ୍ଲକ ଛକଠାରେ ଵିକ୍ଷୋଭ ପ୍ରଦର୍ଶନ
ଦଳର ସୁପ୍ରିମୋ ରାହୁଲ ଗାନ୍ଧୀ ପୀଡିତା ପରିବାର ଲୋକଙ୍କୁ ସାକ୍ଷାତ କରିବା ପାଇଁ ଯାଉଥିବାବେଳେ, ଉତ୍ତର ପ୍ରଦେଶ ପୋଲିସ ପ୍ରସାଶନ ଯେଉଁ ଭଳି ଦୁର୍ବ୍ୟବହାର ଦେଖାଇଛି ତାକୁ କଂଗ୍ରେସ ନିନ୍ଦା କରିଛି । ଏନେଇ ବିକ୍ଷୋଭକାରୀ କଂଗ୍ରେସ ନେତା ଓ କର୍ମୀଗଣ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ