ଓଡିଶା

odisha

ନୟାଗଡ଼ ବିକାଶରେ ଯୋଡିହେଲା ନୂଆ ବସଷ୍ଟାଣ୍ଡ, ମିଳିବ ଅତ୍ୟାଧୁନିକ ସୁବିଧା

By

Published : Oct 18, 2021, 4:46 PM IST

ନୟାଗଡ଼ ବିକାଶରେ ସାମିଲ ହେଲା ଅତ୍ୟାଧୁନିକ ବସ ଷ୍ଟାଣ୍ଡ, ଉପକୃତ ହେବେ ଜିଲ୍ଲାବାସୀ

ଗମନା ଗମନ କ୍ଷେତ୍ରରେ ଆଉ ପାଦେ ଆଗରେ ନୟାଗଡ ଜିଲ୍ଲା । ଅତ୍ୟାଧୁନିକ ସ୍ଥାୟୀ ବସ ଷ୍ଟାଣ୍ଡ ନିର୍ମାଣ ଯୋଗୁଁ ଜିଲ୍ଲାର ବିକାଶରେ ମାଇଲଖୁଣ୍ଟ ସାଜିବା ସହ ପୂର୍ବ -ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗର ମାଧ୍ୟମ ସାଜିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ନୟାଗଡ:ନୟାଗଡ଼ବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି l ଲୋକାର୍ପିତ ହେବ ନୟାଗଡର ଅତ୍ୟାଧୁନିକ ବସଷ୍ଟାଣ୍ଡ l ସହରର ଟ୍ରାଫିକ ସମସ୍ୟା ଦୂର ହେବା ସହ ହାତ ପାହାନ୍ତାରେ ମିଳିବ ଅତ୍ୟାଧୁନିକ ବସ ସେବା l ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି ଏହି ବସ ଷ୍ଟାଣ୍ଡ l ତେବେ ଜିଲ୍ଲାର ବିକାଶରେ ମାଇଲଖୁଣ୍ଟ ସାଜିବା ସହ ପୂର୍ବ -ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗର ମାଧ୍ୟମ ସାଜିବ ନୟାଗଡ଼ର ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ l ଯେଉଁଥିରେ ଯାତ୍ରୀଙ୍କୁ ବିଭିନ୍ନ ସୁବିଧା ମିଳିବା ଯେପରିକି ଯାତ୍ରୀଙ୍କ ପାଇଁ ରାତ୍ରୀଯାପନ, ରହିବା ଏବଂ ଖାଇବା ସୁବିଧା ମିଳିବ l ତା ସହିତ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଫାଣ୍ଡି ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ନୟାଗଡ଼ ବିକାଶରେ ସାମିଲ ହେଲା ଅତ୍ୟାଧୁନିକ ବସ ଷ୍ଟାଣ୍ଡ, ଉପକୃତ ହେବେ ଜିଲ୍ଲାବାସୀ
1953 ମସିହାରେ ଗଠିତ ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ 2019 ମସିହାରେ ମୁନିସିପାଲିଟିର ମାନ୍ୟତା ପାଇଥିବା ବେଳେ ସହର ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ସ୍ଥାୟୀ ବସଷ୍ଟାଣ୍ଡ ନଥିବା ଫଳରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ସହରର ମୁଖ୍ୟ ଟ୍ରାଫିକ ଛକରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ପୁରୁଣା ବସଷ୍ଟାଣ୍ଡ, ସହରରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ଯାତ୍ରୀବାହୀ ବସ ପାର୍କିଙ୍ଗକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି l

ଏଥିପାଇଁ ୨୦୦୨ ମସିହାରୁ ପର୍ଯ୍ୟାୟ କ୍ରମେ ଜିଲ୍ଲାର ନୂତନ ବସଷ୍ଟାଣ୍ଡ ପ୍ରକଳ୍ପ ପାଇଁ ଅଦ୍ୟାବଧି ୪ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଯାତ୍ରୀଙ୍କ ପାଇଁ ୱେଟିଂ ହଲ୍ ଓ ହୋଟେଲ ଗୃହ ପାଇଁ ୨୯ ଲକ୍ଷ, ଶୌଚାଳୟ ପାଇଁ 19 ଲକ୍ଷ ଓ ଦେଢରୁ ୨ କୋଟି ଟଙ୍କା ବ୍ୟୟରେ ଦୁଇଟି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି । ସେପଟେ ନୟାଗଡ଼ ସହର ଠାରୁ ଏହି ପ୍ରକଳ୍ପଟି ପ୍ରାୟ 2କିଲୋମିଟର ଦୂରରେ ଥିବାରୁ ସବୁ ଦିଗକୁ ଏହା ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ । ତେବେ ଏପରି ସ୍ଥଳେ କୋଭିଡ ମହାମାରୀ ଯୋଗୁଁ ନୂଆ ବସଷ୍ଟାଣ୍ଡ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ ଖୁବ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l


ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details