ଓଡିଶା

odisha

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

By ETV Bharat Odisha Team

Published : Nov 16, 2023, 10:44 AM IST

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଘଟଣାର ତଦନ୍ତ କରୁଛି ଖାତିଗୁଡା ପୋଲିସ । ଅଧିକ ପଢ଼ନ୍ତୁ

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର
ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର : ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଞ୍ଚଳର ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଖାତିଗୁଡା ପୋଲିସ । ମୃତକ ହେଲେ ଖାତିଗୁଡା ଗ୍ରାମର ଟଙ୍କଧର ଦଳେଇ ।

ସୂଚନା ମୁତାବକ, ଖାତିଗୁଡ଼ା ଗ୍ରାମର ଟଙ୍କଧର ଦଳେଇ ପୂଜା ମଣ୍ଡପରେ ଅନୁଷ୍ଠିତ ନାଟକ ଦେଖିବାକୁ ଯାଇଥିଲେ । ସକାଳୁ ତାଙ୍କ ମୃତଦେହ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା । ମନ୍ଦିର ତଥା ପ୍ରାତଃ ଭ୍ରମଣରୁ ଫେରୁଥିବା ବ୍ୟକ୍ତିମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଖାତିଗୁଡା ଥାନା ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ସେପଟେ ପୁଅ ପଦ୍ମନକୁ ସଂଘବଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ପିତା ପଦ୍ମନ ଦଳେଇ ଖାତିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାଟି ପ୍ରାୟ ଭୋର ୩ଟା ମଧ୍ୟରେ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଘଟଣାସ୍ଥଳରେ ଜିଲ୍ଲା ଅରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ଏସ୍‌ଡିପିଓ ଆଦିତ୍ୟ ସେନ୍‌, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ସନ୍ଧାନୀ କୁକରର ସହାୟତା ନିଆଯାଇଥିବା ବେଳେ ସିସି ଟିଭି ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି । ଏଥିସହ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ପଠା ଯାଇଥିଲା । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଖାତିଗୁଡ଼ା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ- ଝିମିଟି ଖେଳରୁ ମହାଭାରତ ! ସାମାନ୍ୟ ବଚସା ନେଇ ହତ୍ୟାକାଣ୍ଡ, ଜଣେ ମୃତ ,୨ ଗୁରୁତର

ସେହିପରି ଗତ ସେପ୍ଟେମ୍ବର ମାସରେ ଜିଲ୍ଲାର କୋଡିଙ୍ଗା ଥାନା ଅଞ୍ଚଳରେ ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ ହୋଇଥିଲା । ବାଇକ ଲାଇଟ୍ ଅପର ଡିପର କରିବାକୁ ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଥିଲା । ଏନେଇ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ । ଏନେଇ ମୃତକଙ୍କ ଗାଁ ଲୋକେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତର ଘରକୁ ନିଆଁ ଲଗାଇ ଦେଇଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପିରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details