ଓଡିଶା

odisha

Amazon ସେଣ୍ଟରରୁ ଚୋରି, CCTVରେ କଏଦ ହେଲା ଦୃଶ୍ୟ

By

Published : Oct 14, 2021, 10:49 AM IST

ଆମାଜନ ସେଣ୍ଟରରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଦୁର୍ବୃତ୍ତଙ୍କ ଟାର୍ଗେଟରେ ଅନଲାଇନ କୋରିଅର ସେଣ୍ଟର । ନବରଙ୍ଗପୁର ସହରରେ ଥିବା ଆମାଜନର କୋରିଅର ସେଣ୍ଟରରୁ ଗତ ରାତିରେ(ବୁଧବାର) ସଟର ତାଡି ଚୋରି କଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ଦୁର୍ବୃତ୍ତଙ୍କ ଟାର୍ଗେଟରେ ଅନଲାଇନ କୋରିଅର ସେଣ୍ଟର । ନବରଙ୍ଗପୁର ସହରରେ ଥିବା ଆମାଜନର କୋରିଅର ସେଣ୍ଟରରୁ ଗତ ରାତିରେ(ବୁଧବର) ସଟର ତାଡି ଚୋରି କଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ପାର୍ବଣ ସମୟରେ ଅନଲାଇନରେ ସାମଗ୍ରୀର ମହାଅଫର ଚାଲିଥିବା ବେଳେ ଅନଲାଇନ କ୍ରୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି । ତେଣୁ ଦୁର୍ବୃତ୍ତମାନେ ଏବେ ଟାର୍ଗେଟ କରିଛନ୍ତି କୋରିଅର ସେଣ୍ଟରକୁ । ନବରଙ୍ଗପୁର ରିଜର୍ଭ ପୋଲିସ ରାସ୍ତା ତଥା ସାହିଲ ହୋଟେଲ ନିକଟସ୍ଥ ଆମଜାନ କୋରିଅର ସର୍ଭିସ ପଏଣ୍ଟରେ ବିଳମ୍ବିତ ରାତିରେ ନଗଦ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି l

ଆମାଜନ ସେଣ୍ଟରରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଖବର ପାଇ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ନିଜ ତଦନ୍ତକାରୀ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସର୍ଭିସ ପଏଣ୍ଟରେ ଲାଗିଥିବା ୫ ଟି ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବା ସମୟରେ ୩ ଜଣ ଯୁବକ ସଟର ତାଲା ଭାଙ୍ଗି ପ୍ରବେଶ କରିବା ସମୟର ଦୃଶ୍ୟ ଦେଖିବାକୁ ମିଳିଛି l ସମ୍ପୃକ୍ତ ୩ ଜଣ ଯୁବକ ମୁହଁରେ ପଟି ବାନ୍ଧିଥିବା ବେଳେ ଏହି ଘଟଣାକୁ ନେଇ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମକୁ ଡକାଯାଇ ତଦନ୍ତ ଜାରି ରହିଛି l

ଦୁଇ ଦିନରେ ଦୁଇ ଦୁଇଟି ଚୋରି ଘଟଣା ନବରଙ୍ଗପୁର ଟାଉନ ମଧ୍ୟରେ ଘଟିସାରିଲାଣି l ତେବେ ଚୋରମାନେ ତାଲା ପଡ଼ିଥିବା ଘର ଗୁଡିକୁ ଟାର୍ଗେଟ କରୁଥିବା ଜଣାପଡିଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details