ଓଡିଶା

odisha

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲେ ୨୫ ଯାତ୍ରୀ, ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

By

Published : Sep 16, 2022, 7:53 AM IST

Updated : Sep 16, 2022, 1:16 PM IST

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲେ ୨୫ ଯାତ୍ରୀ, ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ
ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲେ ୨୫ ଯାତ୍ରୀ, ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

୨୫ ଜଣ ଯାତ୍ରୀ ସାପ୍ତାହିକ ହାଟକୁ ଯାଉଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫସିଲା ଲଞ୍ଚ । ସମସ୍ତଙ୍କୁ ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ । ଅଧିକ ପଢନ୍ତୁ

ନବରଙ୍ଗପୁର:ଇନ୍ଦ୍ରାବତୀରେ ଫସିଲା ଲଞ୍ଚ(Launch Got Stuck In Indravati Reservoir) । ଗୁରୁବାର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏକ ଯାତ୍ରୀବାହୀ ଲଞ୍ଚ ଫସି ଯାଇଥିଲା । ଲଞ୍ଚରେ ମୋଟ ୨୫ ଜଣ ଯାତ୍ରୀ ଥିଲେ । ଗୁଞ୍ଜମାଲି ଗ୍ରାମରୁ ଏହି ଲୋକମାନେ ଖାତିଗୁଡା ସ୍ଥିତ ଲୋମତାଗୁଡା ସାପ୍ତାହିକ ବଜାରକୁ ଆସୁଥିଲେ l ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚ ଜଳଭଣ୍ଡାର ମଝିରେ ଅଟକି ଯାଇଥିଲା । ଏହାପରେ ଲଞ୍ଚ ଯାତ୍ରୀ ପୋଡ଼ାଗଡ଼ ଠାରେ ଥିବା ୧୦୮ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ବୋଟ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲେ ୨୫ ଯାତ୍ରୀ, ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଞ୍ଜମାଲି ଗ୍ରାମର ୧୫ ଜଣ ମହିଳା, ୬ ଜଣ ପୁରୁଷ ଓ ୪ ଜଣ ଛୋଟ ପିଲା ସକାଳୁ ସକାଳୁ ସାପ୍ତାହିକ ହାଟ ପାଇଁ ବାହାରି ଥିଲେ । ସେମାନେ ଲଞ୍ଚରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ନିଜ ଗ୍ରାମରୁ ବାରିଆଘାଟ ଅଭିମୁଖେ ଆସୁଥିଲେ l ହେଲେ କିଛି ସମୟ ଚାଲିବା ପରେ ହଠାତ୍ ଲଞ୍ଚରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଦକ୍ଷିଣା ପବନ ହେବାରୁ ଢେଉ ବଢିଯାଇ ଅଚଳ ଲଞ୍ଚ ମଧ୍ୟକୁ ପାଣି ପଶିବାକୁ ଲାଗିଥିଲା । ଯେଉଁ କାରଣରୁ ଲଞ୍ଚ ଧୀରେ ଧୀରେ ଭାରସାମ୍ୟ ହରାଇଥିଲା । ହେଲେ ଲଞ୍ଚ ଚାଳକ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ବାରିଆଘାଟରେ ଥିବା ୧୦୮ ବୋଟ ଆମ୍ବୁଲାନ୍ସର ଡ୍ରାଇଭରକୁ ଫୋନ କରିଥିଲେ । ଏହାପରେ ବୋଟ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷା ଭାବେ ଉଦ୍ଧାର କରିଛି ।

ଏହାମଧ୍ୟ ପଢନ୍ତୁ: ଝିଅକୁ କମେଣ୍ଟ କରୁଥିଲେ, ବିରୋଧ କରିବାରୁ ପରିବାରକୁ ମରଣାନ୍ତକ ଆକ୍ରମଣ

ଲଞ୍ଚ ଡ୍ରାଇଭର, ଇଏମଟି ଓ ସହାୟକ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ସେମାନେ ଯାତ୍ରୀଙ୍କ ସମେତ ବଜାରକୁ ବିକ୍ରି ପାଇଁ ନେଉଥିବା ସଉଦା ପତ୍ର ଉଦ୍ଧାର କରି ସମସ୍ତଙ୍କୁ ବାରିଆଘାଟରେ ଆଣି ଛାଡିଥିଲେ । ଯାହାଫଳରେ ଏକ ବଡ ଧରଣର ବିପଦରୁ ସମସ୍ତେ ବର୍ତ୍ତି ଯାଇଛନ୍ତି । ଯଦି ବୋଟ ଆମ୍ବୁଲାନ୍ସ ସଠିକ୍ ସମୟରେ ପହଞ୍ଚି ପାରି ନଥାନ୍ତା ତାହାହେଲେ ଡଙ୍ଗାରେ ଥିବା ୨୫ ଜଣଯାକ ନିଶ୍ଚିତ ବିପଦ ମୁଖରେ ପଡିଥାନ୍ତେ ବୋଲି ଉଦ୍ଧାର ହୋଇଥିବା ଯାତ୍ରୀ କହିଛନ୍ତି ଏବଂ ଏଥିପାଇଁ ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Sep 16, 2022, 1:16 PM IST

ABOUT THE AUTHOR

...view details