ନବରଙ୍ଗପୁର: ରାଇଘର ବ୍ଲକ କୁମୁଲି ପଞ୍ଚାୟତର ବିଜାପାରା ଗ୍ରାମରେ ଜନ୍ମ ହୋଇଛି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ବାଛୁରୀ । ଯାହାର ୩ଟି ଆଖି, ୨ଟି ମୁଣ୍ଡ ଏବଂ ଦୁଇଟି ଜିଭ ରହିଛି । ସୂଚନା ପ୍ରକାରେ ରାଇଘର ବ୍ଳକ କୁମୁଲି ପଞ୍ଚାୟତର ବିଜାପାରା ଗ୍ରାମର ଧନୀରାମ ଗଣ୍ଡଙ୍କ ଘର। ଦୁଇ ବର୍ଷ ତଳେ ଧନୀରାମ ଗୋଟିଏ ଗାଈ କିଣିଥିଲେ । ତେବେ ଦୁଇଦିନ ତଳେ ଅପରାହ୍ନ ୪ଟା ସମୟରେ ଗାଈଟି ଏହି ଅଦ୍ଭୁତ ମାଈ ବାଛୁରୀକୁ ଜନ୍ମ ଦେଇଥିଲା । ଗାଈଟିର ଏହା ପ୍ରଥମ ଗର୍ଭ ହୋଇ ଥିବା ବେଳେ ଏହି ଅଦ୍ଭୁତ ବାଛୁରୀଟିକୁ ଦେଖିବା ପାଇଁ ପ୍ରବଳ ଗହଳି ଲାଗି ରହିଛି।
ଏପଟେ ବାଛୁରୀଟି ତା’ ମା ପାଖରୁ କ୍ଷୀର ପାନ କରିବାରେ ସମସ୍ୟା ହେଉଥିବା ଧନିରାମ କହିଛନ୍ତି। ତେଣୁ ପରିବାର ଲୋକେ ବାହାରୁ କ୍ଷୀର ମଗାଇ ବାଛୁରୀଟିକୁ ପିଆଉଥିବା କହିଛନ୍ତି । ତେବେ ନବରାତ୍ର ପରିପେକ୍ଷୀରେ ଏହି ଅଦ୍ଭୁତ ବାଛୁରୀଟି ଜନ୍ମ ଗ୍ରହଣ କରିଥିବାରୁ ଲୋକେ ଏହାକୁ ମା ଦୁର୍ଗାଙ୍କ ରୂପ ବୋଲି ପୂଜାର୍ଚ୍ଚନା କରିବା ସହ ଦକ୍ଷିଣା ପକାଉଥିବା ଦେଖିବାକୁ ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ
Last Updated :Oct 13, 2021, 10:47 AM IST