ଓଡିଶା

odisha

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

By ETV Bharat Odisha Team

Published : Dec 27, 2023, 10:33 AM IST

Similipal Sanctuary Reopen For Tourists: ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ୫ଦଫା ଦାବି ନେଇ ଆନ୍ଦୋଳନ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ଗତ ନଭେମ୍ବର ୨୬ତାରିଖରୁ ଅଭୟାରଣ୍ୟ ବନ୍ଦ ରହିଥିଲା। ଅଧିକ ପଢନ୍ତୁ

Similipal sanctuary reopen for tourists
Similipal sanctuary reopen for tourists

Similipal sanctuary reopen for tourists

ରାଇରଙ୍ଗପୁର:ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ତେବେ ୩ଟି ଗ୍ରାମ ପଞ୍ଚାୟତର ବାସିନ୍ଦା ୫ଦଫା ଦାବି ନେଇ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଗତ ନଭେମ୍ବର ୨୬ତାରିଖରୁ ବନ୍ଦ ରହିଥିଲା । ତେବେ ଏହାର ସମାଧାନ ହେବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଲା ।

ସୂଚନା ମୁତାବକ, ଶିମିଳିପାଳକୁ ପ୍ରବେଶ କରିବା ପାଇଁ ବାରିପଦା ସ୍ଥିତ ପିଠାବଟା ତନଖି ଫାଟକ ଓ ଯଶିପୁର ସ୍ଥିତ କାଳିକାପ୍ରସାଦ ତନଖି ଫାଟକ ରହିଛି । ତେବେ ୫ଦଫା ଦାବି ନେଇ ୩ଟି ଗ୍ରାମ ପଞ୍ଚାୟତର ଶତାଧିକ ଲୋକେ ଯଶିପୁର ସ୍ଥିତ କାଳିକାପ୍ରସାଦ ଗେଟ୍ ବନ୍ଦ କରି ଦେଇଥିବାରୁ ଗତ ନଭେମ୍ବର ୨୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା । ୫ ଦଫା ଦାବିକୁ ନେଇ ଶିମିଳିପାଳ ମଧ୍ୟରେ ଥିବା ଅସ୍ତକୁଅଁର, ବରେହିପାଣି, ଗୁଡ଼ୁଗୁଡ଼ିଆ ଗ୍ରାମପଞ୍ଚାୟତର ଶହ ଶହ ଲୋକ ଆନ୍ଦୋଳନ କରିବା ସହ ମୁଖ୍ୟ ରାସ୍ତା ଗୁଡ଼ିକୁ ଅବରୋଧ କରି ଧାରଣା ପ୍ରଦର୍ଶନ କରିଥିଲେ । ତେବେ ସେମାନଙ୍କର 5 ଦଫା ଦାବି ମଧ୍ୟରେ ଅଧିକାଂଶ ସ୍ଥାନରେ ରାସ୍ତା ନିର୍ମାଣ, ପୋଲ ନିର୍ମାଣ, ମରାମତି କାର୍ଯ୍ୟ ଆଦି ରହିଥିଲା ।

ଏହା ମଧ୍ୟ ପଢନ୍ତୁ- ପୂରଣ ହେଉନି ସ୍ଥାନୀୟ ବାସିନ୍ଦାଙ୍କ ଦାବି, ଶିମିଳିପାଳ ଅଭୟାରଣ୍ୟ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ

ଏନେଇ ଆନ୍ଦୋଳନରେ ଥିବା ଶିମିଳିପାଳ ବିକାଶ ପରିଷଦ ସହିତ ଶିମିଳିପାଳ ଶାନ୍ତି କମିଟିର ଗତକାଲି ଚହଲାଠାରେ ଆଲୋଚନା କରାଯାଇଥିଲା । ଆଜିର ଉକ୍ତ ବୈଠକରେ ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ଉତ୍ତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଇ କିରଣ ସହିତ ଶହ ଶହ ଗ୍ରାମବାସୀ ଉପସ୍ଥିତ ଥିଲେ । ତେବେ ବୈଠକରେ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ବିଭିନ୍ନ ସ୍ଥାନରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯାହାପରେ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିଲା । ତେବେ ଶିମିଳିପାଳ ବିକାଶ ପରିଷଦ ସହିତ ଆଲୋଚନା ସଫଳ ହୋଇଥିବା ବେଳେ ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ଉତ୍ତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଇ କିରଣ ସୂଚନା ଦେଇଛନ୍ତି । ଏବେ ପର୍ଯ୍ୟଟନ ୠତୁ ଚାଲିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ ନକରି ପାରିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏଥିସହିତ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିବାରୁ ରାଜ୍ୟ ସରକାର କୋଟିକୋଟି ଟଙ୍କାର ରାଜସ୍ବ ମଧ୍ୟ ହରାଇଛନ୍ତି । ହେଲେ ଆଜିଠାରୁ ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details