ଓଡିଶା

odisha

ଦ୍ବାରଶୁଣୀ ଘାଟିରେ ଚଳନ୍ତା ବସ୍‌କୁ ହାତୀର ଆକ୍ରମଣ

By

Published : Jun 27, 2022, 12:07 PM IST

ମୟୂରଭଞ୍ଜ ଜିଲ୍ଲା ସାରସକଣା ଓ ବାଙ୍ଗରିପୋଷି ବ୍ଲକ ଅଞ୍ଚଳରେ ଲଗାତାର ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇଦେଇଛି । 49 ନଂ ଜାତୀୟ ରାଜପଥ ବାଙ୍ଗରିପୋଷି ଦୁଆର ଶେଣୀ ଘାଟି ବିସୋଇ ନିକଟରେ ଦୁଇଟି ବସ୍‌କୁ ହାତୀ ଆକ୍ରମଣ । ଅଧିକ ପଢନ୍ତୁ

ଦ୍ବାରଶୁଣୀ ଘାଟିରେ ଚଳନ୍ତା ବସକୁ ହାତୀର ଆକ୍ରମଣ
ଦ୍ବାରଶୁଣୀ ଘାଟିରେ ଚଳନ୍ତା ବସକୁ ହାତୀର ଆକ୍ରମଣ

ବାରିପଦା: ହାତୀ ଭୟରେ ପ୍ରଭାବିତ ହେଉଛି ଲୋକଙ୍କ ଜୀବନଜୀବିକା । ମୟୂରଭଞ୍ଜ ଜିଲ୍ଲା ସାରସକଣା ଓ ବାଙ୍ଗରିପୋଷି ବ୍ଲକ ଅଞ୍ଚଳରେ ଲଗାତାର ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇଦେଇଛି । ବର୍ଷତମାମ ଏହି ବ୍ଲକ ଅଞ୍ଚଳରେ ଶିମିଳିପାଳ ହାତୀପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଥିବାରୁ ହାତୀପଲ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇପଡିଲେଣି । ସନ୍ଧ୍ୟା ସମୟରେ 49 ନଂ ଜାତୀୟ ରାଜପଥ ବାଙ୍ଗରିପୋଷି ଦୁଆର ଶେଣୀ ଘାଟି ବିସୋଇ ନିକଟରେ ଦୁଇ ବସକୁ ଆକ୍ରମଣ କରିଛି ବଣୁଆ ହାତୀ ।

ଦ୍ବାରଶୁଣୀ ଘାଟିରେ ଚଳନ୍ତା ବସକୁ ହାତୀର ଆକ୍ରମଣ

ଦୁଲନ ନାମକ ଏକ ଘରୋଇ ବସ୍‌ ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଯାଉଥିବାବେଳେ, ଦନ୍ତା ହାତୀ ଆକ୍ରମଣରେ ବସ୍‌ର ମଧ୍ୟଭାଗକୁ ଦାନ୍ତ ସାହାଯ୍ୟରେ ଆକ୍ରମଣ କରିଥିବାବେଳେ, ପଛରେ ଆସୁଥିବା ଝୁନା ନାମକ ବସକୁ ମଧ୍ୟ ଆକ୍ରମଣ କରିଥିଲା । ତେବେ ବସ୍‌ରେ ଥିବା ଯାତ୍ରୀଙ୍କ କୌଣସି କ୍ଷତି ହୋଇନାହିଁ । ଯାହାଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ତେବେ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ନେଇ ବସ୍‌ ଗୁଡିକ ମଧ୍ୟ ଭୟଭୀତ ଅବସ୍ଥାରେ ଯିବାଆସିବା କରୁଛନ୍ତି । ଏଦିଗରେ ବନ ବିଭାଗର କର୍ମଚାରୀ ତତ୍ପରତାର ସହିତ ହାତୀ ଗୁଡିକୁ ନିରାପଦ ସ୍ଥାନରେ ଛାଡିବା ଦରକାର ବୋଲି ସାଧାରଣରେ ପ୍ରକାଶ ପାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details