ଓଡିଶା

odisha

ଅଯୋଧ୍ୟାରୁ ଶ୍ରୀଲଙ୍କା ଯୁବକଙ୍କ ପଦଯାତ୍ରା, ଖଇରପୁଟରେ ଭବ୍ୟ ସ୍ବାଗତ

By ETV Bharat Odisha Team

Published : Sep 11, 2023, 10:56 PM IST

ବନବାସ ସମୟରେ ପ୍ରଭୁ ରାମଚନ୍ଦ୍ରଙ୍କ ପାଦଚଲା ରାସ୍ତାରେ ଅଯୋଧ୍ୟାରୁ ଶ୍ରୀଲଙ୍କା ବାହାରିଲେ ଉତ୍ତରପ୍ରଦେଶ ଯୁବକ । ମାଲକାନଗିରି ଖଇରପୁଟଠାରେ ସ୍ବାଗତ କଲେ ସନାତନ ଧର୍ମୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଅଯୋଧ୍ୟାରୁ ଶ୍ରୀଲଙ୍କା ଯୁବକଙ୍କ ପଦଯାତ୍ରା

ମାଲକାନଗିରି:ଅଯୋଧ୍ୟାରୁ ଶ୍ରୀଲଙ୍କା ଯାତ୍ରା । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନବାସ ଯିବା ପଥକୁ ଅନୁସରଣ କରି କରୁଛନ୍ତି ପାଦଚଲା ଯାତ୍ରା । ଅଯୋଧ୍ୟାର ବାଲିଆରୁ ସୌମେନ୍ଦ୍ର ସିଂ ରାଠୋଡ କୋଣ ଅନୁକୋଣରେ ଶ୍ରୀରାମ ବନବାସ କାଟିଥ‌ିବା ସ୍ଥାନକୁ ପରିଦର୍ଶନ କରୁଛନ୍ତି । ଏହି ଯୁବକଙ୍କୁ ମାଲକାନଗିରି ଖଇରପୁଟଠାରେ ସ୍ବାଗତ କରାଯାଇଛି । ଯୁବକ ଜଣକ ବଣ୍ଡାଘାଟି, ମୁଦୁଲିପଡାଠାରେ ଥିବା ଶୀତାକୁଣ୍ଡ ଓ ମା' ସୀତାଙ୍କ ବୃକ୍ଷ ଉପରେ ରଖାଯାଇଥିବା ଖଣ୍ଡା ସ୍ଥାନ ବୁଲି ଦେଖିଛନ୍ତି ।

ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ପଡ଼ିଥ‌ିବା ସ୍ଥାନ ସୁରକ୍ଷିତ ରହିଛି ନା ନାହିଁ ତାହାର ସଠିକ ତଥ୍ୟ ସନାତନ ଧର୍ମାବଲମ୍ବୀଙ୍କ ସମ୍ମୁଖକୁ ଆଣିବାକୁ ସ୍ବପ୍ନ ଦେଖୁଛନ୍ତି ସୌମେନ୍ଦ୍ର । ଗତ ରାମ ନବମୀର ପର ଦିନଠାରୁ ସେ ଉତ୍ତରପ୍ରଦେଶର ଶ୍ରୀରାମ ଜନ୍ମଭୂମିରୁ ବାହାରି ବିଭିନ୍ନ ରାଜ୍ୟ ଦେଇ ଓଡ଼ିଶାରେ ପହଞ୍ଚିଛନ୍ତି । ଗତ ୯ ତାରିଖରେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ପିଠରେ ଶ୍ରୀରାମଚନ୍ଦ୍ରଙ୍କ ପାଦ ପଡିଥିବା ସ୍ଥାନ ବୁଲି ଦେଖିଥିଥିଲେ । ପରେ ସେଠାରୁ ମାଲକାନଗିରି ଜିଲ୍ଲା ଅଭିମୁଖେ ଆସି ପ୍ରଥମେ ଖଇରପୁଟଠାରେ ପହଞ୍ଚିଥିଲେ ସେଠାରେ ସନାତନ ଧର୍ମର ଲୋକମାନେ ସ୍ବାଗତ କରିବା ସହ ବଣ୍ଡାଘାଟି, ମୁଦୁଲିପଡାଠାରେ ଥିବା ସୀତାକୁଣ୍ଡ ଓ ମା' ସୀତାଙ୍କ ବୃକ୍ଷ ଉପରେ ରଖାଯାଇଥିବା ଖଣ୍ଡା ସ୍ଥାନ ବୁଲି ଦେଖିଥିଲେ ।

ଏହା ବି ପଢନ୍ତୁ- ଲଦାଖ ଅଭିମୁଖେ ଉତ୍ତରାଖଣ୍ଡ ଯୁବକଙ୍କ ପଦଯାତ୍ରା

ସେଠାରୁ ଖଇରପୁଟ ନିକଟସ୍ଥ ମା' ସୀତା ସ୍ନାନ କରିଥିବା ସ୍ଥାନ ବୁଲି ଦେଖିଥିଲେ । ଯେଉଁଠାରେ ମା' ସୀତା ବଣ୍ଡା ରମଣିମାନଙ୍କୁ ଅଭିଶାପ ଦେଇଥିଲେ, ସେଠାରେ ସେ ରାତ୍ରଯାପନ କରିଥିଲେ । ଗତକାଲି ମାଥିଲି ଦେଇ ମାଲକାନଗିରି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ମାଥିଲିଠାରେ ହିନ୍ଦୁ ସଂଗଠନ ପକ୍ଷରୁ ସୌମେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ସେ କାଲି ସଂଧ୍ୟାରେ ମାଲକାନଗିରି ପହଞ୍ଚିଥିଲେ । ସତସଙ୍ଗ ମନ୍ଦିରରେ ରାତ୍ର ଯାପନ ପରେ ଆଜି ସକାଳୁ ଶ୍ରୀରାମ ପୂଜା କରିଥିବା ମଲିକେଶ୍ବର ମହାଦେବଙ୍କୁ ଦର୍ଶନ କରି ଫେରିଥିଲେ । ଏହି ସମୟରେ ମାଲକାନଗିରିର ବିଭିନ୍ନ ସଂଗଠନ ପକ୍ଷରୁ ସୌମେନ୍ଦ୍ରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି ଏକ ପଦକ୍ଷେପକୁ ସ୍ବାଗତ ଜଣାଇବା ସହ ପ୍ରଶଂସା କରାଯାଇଛି ।

ସେ ଏବେ ଯାଏଁ ୪ ହଜାର କିଲୋମିଟର ଚାଲି ସାରିଥିବା ବେଳେ ଆଗକୁ ଆହୁରି ୧୧ ହଜାର କିଲୋମିଟର ଯିବାକୁ ଥିବା ସେ କହିଛନ୍ତି । ୪୦୦୦ କିଲୋମିଟର ଅତିକ୍ରମ କରିବାକୁ ତାଙ୍କୁ ୬ ମାସ ଲାଗିଥିବା ବେଳେ ଆଉ ୧୧ ହଜାର କିଲୋମିଟର ଦେଢ ବର୍ଷ ମଧ୍ୟରେ ପୂରଣ କରିବେ କହିଛନ୍ତି ସୌମେନ୍ଦ୍ର। ଅପ ଧ୍ବଂସ ପାଇଯାଉଥିବା ସନାତନ ଧର୍ମର ରକ୍ଷା କରିବା ସହ ରାଜା ଶ୍ରୀରାମଙ୍କ ସମ୍ବନ୍ଧରେ ଲୋକଙ୍କ ପାଖରେ ପହଞ୍ଚାଇବା ସୌମେନ୍ଦ୍ର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ସ୍ଥାନଗୁଡିକରେ ରହିଥିଲେ ସେଠାକର ପରିସ୍ଥିତି ଓ ସେହି ସ୍ଥାନଗୁଡିକର ଉନ୍ନତି କିଭଳି କରାଯିବ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା କରିଥିବା ସେ କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details