ଲଦାଖ ଅଭିମୁଖେ ଉତ୍ତରାଖଣ୍ଡ ଯୁବକଙ୍କ ପଦଯାତ୍ରା

By

Published : May 21, 2022, 1:06 PM IST

thumbnail

ଡେରାଡୁନ: ପାଦରେ ଚାଲି ଚାଲି ଉତ୍ତରାଖଣ୍ଡରୁ ଲଦାଖ ଅଭିମୁଖେ ଯାତ୍ରା । ରୁଦ୍ରପ୍ରୟାଗ ଜିଲ୍ଲାର 25 ବର୍ଷୀୟ ଯୁବକ ହିମାଂଶୁ ରୌଥାଣ ଲଦାଖ ଅଭିମୁଖେ ଯାତ୍ରା କରୁଛନ୍ତି । ଉତ୍ତରାଖଣ୍ଡରୁ ଲଦାଖର ଦୂରତା ପ୍ରାୟ 1200 କିଲୋମିଟର ହୋଇଥିବାବେଳେ ଏକ ଭିନ୍ନ ଲକ୍ଷ୍ୟ ନେଇ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଗତ ମେ 14 ତାରିଖରୁ ହିମାଂଶୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ଏଭଳି ଏକ ଦୁଃସାହାସିକ କାର୍ଯ୍ୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସମର୍ଥନ ରହିଥିବା ସେ କହିଛନ୍ତି । ଗତ ଗୁରୁବାର ସୁଦ୍ଧା ସେ ପାଓଣ୍ଟା ସହିବ ସହରରେ ପହଞ୍ଚିଥିଲେ । ହିମାଂଶୁଙ୍କ ଏଭଳି ପ୍ରୟାସ ଯୁବଗୋଷ୍ଠୀଙ୍କ ପ୍ରେରଣା ନିଶ୍ଚୟ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.