ଓଡିଶା

odisha

Jawan-Deer Friendship: ମାଓଗଡ ସୁକମାରେ ଯବାନଙ୍କ ବନ୍ଧୁ ପାଲଟିଛି ହରିଣ ଛୁଆ

By

Published : Dec 7, 2021, 10:32 PM IST

Updated : Dec 7, 2021, 10:57 PM IST

The deer is in love with Javan
ଜବାନ ଙ୍କ ପ୍ରେମରେ ହରିଣ ଛୁଆ ()

ଯବାନଙ୍କ ଜଙ୍ଗଲୀ ବନ୍ଧୁ ପାଲଟିଛି ହରିଣ ଛୁଆ । ପଶୁ ମଣିଷର ସାହାଯ୍ୟ ଥରେ ପାଇଗଲେ ତାକୁ ଜୀବନ ସାରା ଭୁଲେନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଓପ୍ରବଣ ଛତିଶଗଡ ସୁକମା ଅଞ୍ଚଳରେ । ଅଧିକ ପଢନ୍ତୁ

ମାଲକାନଗିରି: ପ୍ରେମର ଅନୁଭୂତି ମଣିଷ ଠାରୁ ପଶୁଠାରେ ଢେର ଅଧିକ ମିଳିଥାଏ । ଯେକୌଣସି ପଶୁ ମଣିଷର ସାହାଯ୍ୟ ଥରେ ପାଇଗଲେ ତାକୁ ଜୀବନ ସାରା ଭୁଲେନାହିଁ । ଏ ସ୍ବାର୍ଥପର ମଣିଷ କିନ୍ତୁ ଠିକ ଓଲଟା । ମଣିଷ ସିନା ମଣିଷଠୁ ପାଇଥିବା ଉପକାର ଭୁଲି କେତେବେଳେ ଯେ ମୁହଁ ମୋଡି ଚାଲି ଯାଏ, ହେଲେ ଏହି କଥା କହି ନ ପାରୁଥିବା ପଶୁ ନିଜ ଜୀବନ ଚାଲିଗଲେ ବି ପାଇଥିବା ମଣିଷର ଉପକାର କେବେ ଭୁଲି ନଥାଏ । ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ।

ଜବାନ ଙ୍କ ପ୍ରେମରେ ହରିଣ ଛୁଆ

ଦେଖନ୍ତୁ ପୁଟକି ଆ...ଆ.. ଏ ଡାକ ଶୁଣିଲେ ଧାଇଁ ଆସୁଛି ଏହି କଅଁଳ ଛୁଆ ହରିଣ । ଯବାନଙ୍କ ପ୍ରେମରେ ପଡିଛି ଜଙ୍ଗଲୀ ହରିଣ। ହଁ ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ନିରାଟ ସତ। ମାଓ ଗଡ଼ ଭାବେ ପରିଚିତ ସୁକମା ଜିଲ୍ଲାର କିସ୍ଥାରାମ ଜଙ୍ଗଲରେ DRG ଯବାନ ମାଓ ଦମନ ପାଇଁ କୁମ୍ବିଂ ଅପରେସନ କରିବାକୁ ଯାଇଥିଲେ । ସେହି ଜଙ୍ଗଲରେ ଏକ କଅଁଳ ହରିଣ ଛୁଆ ଆହତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ଯବାନ । ଏହା ପରେ ଯବାନ ମାନେ ଯବାନ ହରିଣ ଟିର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ତିନି ଦିନ ଯବାନ ମାନେ ଜଙ୍ଗଲରେ ରହି ହରିଣ ଛୁଆର ଚିକିତ୍ସା କରିବା ସହ ମାଓ ଦମନ ଅପରେସନରେ ମଧ୍ୟ ସଜାଗ ରହିଥିଲେ ।

ମାଓବାଦୀଙ୍କ ଉଭୟ କାର୍ଯ୍ୟଦକ୍ଷତାର ସହ ନିଭାଉଥାନ୍ତି DRG ଯବାନ । ତେବେ ଯବାନଙ୍କ 3 ଦିନର ଅପ୍ରାଣ ଉଦ୍ୟମ ଯୋଗୁଁ ହରିଣ ଛୁଆଟି ସୁସ୍ଥ ହୋଇଥିଲା। ତାପରେ ସୁରକ୍ଷାବଳ ଫେରି ଆସିଥିଲେ ନିଜ ବେଶ କ୍ୟାମ୍ପକୁ । ତେବେ ଏତିକିରେ କଥା ସରିନଥିଲା, ଯବାନ ଯେତେବେଳେ ସେହି କିସ୍ଥାରାମ ଜଙ୍ଗଲକୁ ଯାଉଛନ୍ତି ହରିଣ ଛୁଆ ଯେଉଁଆଡ଼େ ଥିଲେ ବି ଧାଇଁ ଆସୁଛି ସେହି ନୂତନ ଜୀବନ ଦାନ ଦେଇଥିବା ଯବାନଙ୍କ ପାଖକୁ । ଆଉ ଲାଲଗଡ଼ରେ ଘଞ୍ଚ ଜଙ୍ଗଲରେ ବାଟୋଇ ସାଜି ସେହି ଯବାନଙ୍କୁ ବାଟ ଦେଖାଉଛି ଏହି ହରିଣ ଛୁଆ । ହରିଣ ଛୁଆଟିକୁ ଯବାନ ଗେଲ୍ହା ରେ ନାଁ ଦେଇଛନ୍ତି ପୁଟକି । ଯବାନ ମାନେ ସେହି ଜଙ୍ଗଲରେ ଯିବାବେଳେ ପୁଟକି ବୋଲି ନାଁ ଡାକ ଛାଡିଲା ମାତ୍ରେ ଧାଇଁ ଚାଲି ଆସୁଛି ହରିଣ ଛୁଆଟି। ନକ୍ସଲ ଅପରେସନ ସରିବା ପରେ ଯବାନଙ୍କ ସହ ଜଙ୍ଗଲରୁ କ୍ୟାମ୍ପ ପର୍ଯ୍ୟନ୍ତ ଛାଡି ଆସି ପୁଣି ଜଙ୍ଗଲକୁ ଫେରି ଯାଇଥାଏ ହରିଣ ଛୁଆଟି।

ଆଜିର ଦୁନିଆରେ ମଣିଷ ମଣିଷର ଶତ୍ରୁ ପାଲଟି ଥିବାବେଳେ ଏହି ପଶୁ କିନ୍ତୁ ତାର ମିତ୍ରତା ପରିଚୟ ଦେଇ ଆମକୁ ଏକ ବଡ଼ ଶିକ୍ଷା ଦେଇଛି। ଏହି ନିରୀହ ପଶୁ ସମ୍ପର୍କ ଏବଂ ସାହାଯ୍ୟର ମୂଲ ଠିକ ଭାବେ ବୁଝିପାରିଛି।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

Last Updated :Dec 7, 2021, 10:57 PM IST

ABOUT THE AUTHOR

...view details