ଓଡିଶା

odisha

ଅଢେଇ ବର୍ଷ ହେଲା ମିଳିନି ଦରମା, ବ୍ଲକ କାର୍ଯ୍ୟାଳୟ ସାମ୍ନାରେ PEOଙ୍କ ଧାରଣା

By

Published : Aug 16, 2021, 5:39 PM IST

Updated : Aug 16, 2021, 6:33 PM IST

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ପ୍ରଶାସନିକ ତ୍ରୁଟି ଯୋଗୁଁ ଅଢେଇ ବର୍ଷ ହେଲା ଦରମା ପାଇନାହାନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଅଧିକାରୀ ପଢନ୍ତୁ...

ପ୍ରଶାସନିକ ଅବହେଳା ପାଇଁ ଅଢେଇ ବର୍ଷ ଧରି ମିଳିନି ଦରମା, ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ PEO
ପ୍ରଶାସନିକ ଅବହେଳା ପାଇଁ ଅଢେଇ ବର୍ଷ ଧରି ମିଳିନି ଦରମା, ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ PEO

ମାଲକାନଗିରି:କାଲିମେଳା ବ୍ଲକରେ କାର୍ଯ୍ୟରତ PEO ମଧୁ କିର୍ଶାନି ଗତ ଅଢେଇ ବର୍ଷ ତଳେ ମାଲକାନଗିରି ବ୍ଲକରୁ ବଦଳି ହୋଇ କାଲିମେଳା ବ୍ଲକକୁ ଯାଇଛନ୍ତି। ତେବେ ମାଲକାନଗିରି ବ୍ଲକ କର୍ତ୍ତୃପକ୍ଷ LPC ପଠାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। LPC ଯାଇ ନଥିବାରୁ ମଧୁଙ୍କୁ ଅଢେଇ ବର୍ଷ ହେଲା ଦରମା ମିଳି ପାରିନଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ମଧୁ। ବାରମ୍ବାର ବିଡ଼ିଓ ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ମଧ୍ୟ ସହଯୋଗ କରୁନଥିବାରୁ ବାଧ୍ୟ ହୋଇ ମଧୁ ମଲକାନଗିରି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି । LPC ନମିଳିବା ପର୍ଯ୍ୟନ୍ତ ସେ ଧାରଣରୁ ହଟିବେ ନାହିଁ ବୋଲି କହିଛନ୍ତି।

ଅଢେଇ ବର୍ଷ ହେଲା ମିଳିନି ଦରମା, ବ୍ଲକ କାର୍ଯ୍ୟାଳୟ ସାମ୍ନାରେ PEOଙ୍କ ଧାରଣା

ମିଳିଥିବା ସୂଚନା ଅନୁସାରେ, ଗତ 2013 ମସିହାରେ ମଧୁଙ୍କ ବାପାଙ୍କୁ ନକ୍ସଲ ହତ୍ୟା କରିଥିଲେ। ତେବେ ମଧୁଙ୍କ ପରିବାରକୁ ତତ୍କାଳୀନ ଜିଲ୍ଲାପାଳ ମାଲକାନଗିରିରେ ରହିବା ପାଇଁ ଘରର ବ୍ୟବସ୍ଥା କରିଥିଲେ। ଜୀବନ ପ୍ରତି ବିପଦ ରହିଥିବାରୁ ମାଲକାନଗିରିରେ ହିଁ ପରିବାରକୁ ରଖି ସେ କାଲିମେଳା ବ୍ଲକରେ ରହି କାମ କରୁଥିଲେ। ତେବେ ସେହି ଘରୁ ମଧ୍ୟ ତାଙ୍କୁ ହଟାଇବାକୁ ବ୍ଲକ ପ୍ରଶାସନ ଜବରଦସ୍ତି କରୁଥିବା ଅଭିଯୋଗ କରିଛନ୍ତି ମଧୁ।

ଅନ୍ୟପଟେ BDO କୋରୋନା ସଂକ୍ରମିତ ଥିବାରୁ ଚିକିତ୍ସିତ ହେଉଛନ୍ତି। ବହୁ ଅଧିକାରୀ ମଧୁଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ ଶୁଣୁ ନ ଥିବା ଦେଖିବାକୁ ମିଳିଛି । ଏଥିନେଇ ଆମେ ପିଡି ଡିଆରଡିଏଙ୍କ ସହ ଯୋଗାଯୋଗ କରିବାପରେ PEO ମଧୁଙ୍କ ସମସ୍ତ ଅଭିଯୋଗର ସମାଧାନ କରାଯିବ କହିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated :Aug 16, 2021, 6:33 PM IST

ABOUT THE AUTHOR

...view details