ଓଡିଶା

odisha

ମାଲକାନଗିରି ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଉ: ନବନିର୍ମାଣ କୃଷକ ସଂଗଠନ

By ETV Bharat Odisha Team

Published : Oct 30, 2023, 10:43 PM IST

ମାଲକାନଗିରି ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ଦାବି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଭିନ୍ନ ଚାଷୀ ସଂଗଠନ । ଜିଲ୍ଲାପାଳଙ୍କ ୧୧ ଦଫା ଦାବି ପତ୍ର ପ୍ରଦାନ କରିଛି ନବନିର୍ମାଣ କୃଷକ ସଂଗଠନ । ଅଧିକ ପଢନ୍ତୁ

ମାଲକାନଗିରି ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଉ: ନବନିର୍ମାଣ କୃଷକ ସଂଗଠନ
ମାଲକାନଗିରି ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଉ: ନବନିର୍ମାଣ କୃଷକ ସଂଗଠନ

ମାଲକାନଗିରି ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଉ: ନବନିର୍ମାଣ କୃଷକ ସଂଗଠନ

ମାଲକାନଗିରି: ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ଦାବି କରିଛନ୍ତି ବିଭନ୍ନ କୃଷକ ସଂଗଠନ । ଆଜି ନବନିର୍ମାଣ କୃଷକ ସଂଗଠନ ଓ ମାନ୍ ଅଧିକାର ସଂଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭାପତି ଏରା ପଡ଼ିଆମିଙ୍କ ନେତୃତ୍ୱରେ ମାଲକାନଗିରି ବସଷ୍ଟାଣ୍ଡରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲା । ପରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ସହ ଜିଲ୍ଲାପାଳଙ୍କୁ ୧୧ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଆନ୍ଦୋଳନରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ଓ "ମୋ ଦଳ"ର ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ ଯୋଗ ଦେଇଥିଲେ ।

ଉମାକାନ୍ତ କହିଛନ୍ତି,"ଚାଷୀ ମାନେ ପିଢ଼ି ପିଢି ଧରି ମାଲକାନଗିରି ଜିଲ୍ଲାରେ ଚାଷ କରିଚାଲିଛନ୍ତି । ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଚାଷୀ ଆତ୍ମହତ୍ୟା ଜାରି ରହିଛି । ଓଡ଼ିଶାର କେବେ ମରୁଡ଼ି,କେବେ ବନ୍ୟା, ବାତ୍ୟାର ଶିକାର ହେଉଛି । ସରକାରୀ ବାବୁମାନଙ୍କର ଦରମା ବଢୁଛି କିନ୍ତୁ ଚାଷୀଙ୍କ ରିଲିଫ କୋଡ଼ ସଂଶୋଧନ ହେଇ ପାରୁନାହିଁ । ଯାହାଦ୍ୱାରା ବର୍ତ୍ତମାନ ସରକାରୀ ଅନୁସାରେ ଜଳସେଚିତ ଜମିର ୧ ହେକ୍ଟର ପାଇଁ ୧୩୫୦୦,ଅଣ ଜଳସେଚିତ ଜମି ପାଇଁ ୬୫୦୦ ହେକ୍ଟର ପିଛା ଏହା ସମୁଦ୍ରକୁ ଶଙ୍ଖେ ପରି । ଦିଲ୍ଲୀ ରାଜ୍ୟରେ ୧ ହେକ୍ଟର ପିଛା ୫୦ ହଜାର ଦେଉଛନ୍ତି । ଓଡିଶାରେ ଦେଇ ହେବନି କାହିଁକି ବୋଲି ପ୍ରଶ୍ନ କରିଥିଲେ । "

ସେ ଆହୁରି ମଧ୍ୟ କହିଛନ୍ତି," ଓଡ଼ିଶାରେ ପ୍ରାକୃତିକ ସମ୍ପଦ ୭ଟା ଜିନିଷରେ ଭାରତ ବର୍ଷରେ ଏକ ନମ୍ବର । ଜଙ୍ଗଲ,୪୮୦ କି.ମି ସମୁଦ୍ର ବେଳାଭୂମି ଅଛି କିନ୍ତୁ ଦୁର୍ଭାଗ୍ୟ ବେଲ ପାଚିଲେ କାଉର କି ଲାଭ ସେହି ନୀତିରେ ଓଡିଶା ଚାଲିଛି । ରାତି ପାହିଲେ ମାଛ, ଅଣ୍ଡା, କଦଳୀ, ଫୁଲ,ଆଳୁ,ପିଆଜ,ଡାଲି ଇତ୍ୟାଦି ଯାହା ଖାଉଛେ ତାହା ବାହାର ରାଜ୍ୟ ଉପରେ ନିର୍ଭର କରି ଚାଲିଛେ । କିନ୍ତୁ ନବୀନ ସରକାର କୃଷି କ୍ରମଣ ପୁରସ୍କାର ପାଇବାରେ ବ୍ୟସ୍ତ । ଭାରତରେ କୃଷକ ୨୭ ନମ୍ବର ସ୍ଥାନରେ ଅଛି ଓଡ଼ିଶା ।ତଥାପି ନବୀନ ୧ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ କିପରି । ଓଡ଼ିଶାକୁ ମଦ ମୁକ୍ତ କରାଯାଉ । ଆଦିବାସୀ ଜିଲ୍ଲା ହିସାବରେ ପ୍ରତି ବର୍ଷ ଦାଦନର ସୁଅ ଛୁଟୁଛି । ଚଳିତ ବର୍ଷ ଯଦି ମରୁଡ଼ି ଜିଲ୍ଲା ଭାବରେ ଘୋଷିତ ନକରନ୍ତି । ତାହାଲେ ବିଧାନସଭାରେ ୨୦୨୪ ଭୋଟ ବାକ୍ସରେ ଚାଷୀର ସରକାର ଦେଖିବ । ଆମର ଦରକାର ଚାଷୀ ସରକାର ସ୍ଲୋଗାନ ଦେଇଥିଲେ ।"

ଏହା ମଧ୍ୟ ପଢନ୍ତୁ...ଗର୍ଜିଲା ଅଖିଳ ଭାରତ କୃଷକ ସଭା, ଦାବି ପୂରଣ ପାଇଁ ତେଜିଲା ଆନ୍ଦୋଳନ

୧୧ ଦଫା ଦାବି ପ୍ରମୁଖ ଦାବି ଗୁଡିକ ହେଲା

ଜିଲ୍ଲାକୁ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ, ଧାନ ମଣ୍ଡିରେ କୁଣ୍ଟାଲ ୩୬୦୦ ଓ ଚାଷୀ ସୁରକ୍ଷା ଭତ୍ତା ପ୍ରତି ପରିବାର ମାସକୁ ୫୦୦୦,ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଚଳିତବର୍ଷ ମରୁଡ଼ି ହୋଇଥିବାରୁ ଛାତ୍ର ଛାତ୍ରୀମାନଙ୍କ ଫିସ୍ ଛାଡ କରାଯାଉ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ତିଆରି କରି ଜିଲ୍ଲାକୁ ଦାଦନ ମୁକ୍ତ କରାଯାଉ । ଜିଲ୍ଲାର ସମସ୍ତ ଜମିକୁ ଜଳ ସେଚନ କରାଯାଉ । ଏହି କାର୍ଯ୍ୟକ୍ରମରେ ଜଗା ମାଡକାମି, ମୁକା ପଡିଆମି ,ଶିତାରାମ ଦୁବା,ମୁକା ମାଡକାମି, ସରପଞ୍ଚ ଇନ୍ଦ୍ରଜିତି ପଡିଆମି,ସରପଞ୍ଚ ଲଛମନ ମାଡକାମି ସହ ଶତାଧିକ ଚାଷୀ ବିକ୍ଷୋଭରେ ଯୋଗ ଦେଇଥିଲେ ।

ଇଟିଭା ଭାରତ, ମାଲକାନଗିରି

ABOUT THE AUTHOR

...view details