ଓଡିଶା

odisha

ମୋଟୁ ଥାନାରେ ପୋଲିସର ଥାର୍ଡ ଡିଗ୍ରୀ: 2 ଯୁବକ ଗୁରୁତର,ଏସଆଇଙ୍କ ବଦଳି

By

Published : Oct 4, 2021, 9:14 PM IST

Motu police station third degree case two  youngman serious

ପୋଲିସର ଅମାନୁଷିକ କାଣ୍ଡ । ଚୋରି କରିବା ସନ୍ଦେହରେ ଥାନାରେ ଅଟକ ରଖି ଯୁବକଙ୍କୁ ଅତ୍ୟାଚାର। ଏଭଳି ଅମାନବୀୟ କାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ । ସେପଟେ ଥାନା ଏସଆଇଙ୍କୁ ବଦଳି କରାଯାଇଛି । ଅଧିକ ପଢନ୍ତୁ...

ମାଲକାନଗିରି:ପୋଲିସର ଥାର୍ଡ ଡିଗ୍ରୀ । ପୋଲିସର ଅମାନୁଷିକ କାଣ୍ଡ । ଚୋରି କରିବା ସନ୍ଦେହରେ ଥାନାରେ ଅଟକ ରଖି ଯୁବକଙ୍କୁ ଅତ୍ୟାଚାର। ପୋଲିସ ନିର୍ଯାତନାର ଶିକାର ହୋଇଥିବା ଦୁଇ ଯୁବକ ଏବେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅମାନବୀୟ କାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ । ସେପଟେ ଥାନା ଏସଆଇଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ ।

ମୋଟୁ ଥାନାରେ ପୋଲିସର ଥାର୍ଡ ଡିଗ୍ରୀ; ଦୁଇ ଯୁବକ ଗୁରୁତର,ଏସଆଇ ବଦଳି

ମାଲକାନିଗିରି ଜିଲ୍ଲା କାଲିମେଳା ବ୍ଳକର ମହାରାଜପଲ୍ଲୀ ଗ୍ରାମପଞ୍ଚାୟତର ଏମପିଭି 81 ଗାଁରୁ ଆସିଥିବା ଏହି ଚିତ୍ର। ନଜର ପକାନ୍ତୁ ଏହି ଚିତ୍ର ଉପରେ କେମିତି ମାଡ ମାରି ଲହୁଲୁହାଣ କରିଛନ୍ତି ମୋଟୁ ଥାନାର ପୋଲିସ ବାବୁ । ଆଇନ୍ କାନୁନକୁ ସୂଚାରୁ ରୂପେ ପରିଚାଳନା କରୁଥିବା ପୋଲିସ ନିଜେ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରିଛି । ସୂଚନାଅନୁଯାୟୀ ମୋଟୁ ଥାନାରେ ପୋଲିସ ଚୋରି ଅଭିଯୋଗରେ ଦୁଇ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଗତ 29 ତାରିଖ ଦିନ ଏମପିଭି 81 ଗ୍ରାମରେ ଗ୍ରାମବାସୀ ଏକ ଚୋରି ଘଟଣାକୁ ନେଇ ଖାପ୍ ପଞ୍ଚାୟତରେ ବୈଠକ ଅନୁଷ୍ଠିତ କରିଥିଲେ। ସେହି କଙ୍ଗାରୁ କୋର୍ଟରେ ଗ୍ରାମର ଦୁଇ ଯୁବକ ବିଶ୍ବଜିତ୍ ବିଶ୍ଵାସ ଓ ବିପ୍ଲବ ହାଲଦାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ସେମାନଙ୍କୁ ଆନ୍ଧ୍ରପ୍ରଦେଶରୁ ଡାକି ମୋଟୁ ପୋଲିସକୁ ଜିମା ଦେଇଥିଲେ ଗ୍ରାମବାସୀ। କିନ୍ତୁ ମୋଟୁ ପୋଲିସ କୌଣସି ତଦନ୍ତ ନକରି ତଦନ୍ତର ଆଳରେ ସେ ଯୁବକ ଦୁଇ ଜଣଙ୍କୁ ଅଟକ ରଖି ଅକଥନୀୟ ଅତ୍ୟାଚାର କରିଛନ୍ତି। ମୋଟୁ ଥାନା ଏସଆଇ ସୋମନାଥ ଦଳବେହେରା ପୋଲିସ ଆଇନର ସବୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଉଭୟ ଯୁବକଙ୍କୁ ଦରମରା କରି ମାଡ ମାରିଛନ୍ତି । ବର୍ତ୍ତମାନ ଦୁଇଜଣ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଅତ୍ୟାଚାର ଏମିତି ହୋଇଛି ଯେ ଯୁବକ ଦୁଇଜଣଙ୍କ ଏବେ ଚାଲିବାକୁ ମଧ୍ୟ ସକ୍ଷମ ହୋଇପାରୁନାହାଁନ୍ତି ।

ଏବିଷୟରେ ମାଲକାନଗିରି ଏସପିଙ୍କୁ ପଚାରିବାରୁ କହିଛନ୍ତି ଯେ ଏହି ଘଟଣା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ । ଏସ୍ଆଇ ସୋମନାଥ ଦଳବେହେରାଙ୍କୁ ଜିଲ୍ଲା ହେଡକ୍ବାର୍ଟରକୁ ବଦଳି କରାଯାଇଛି । ଏହାସହ ତଦନ୍ତ ଜାରି ରହିଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details