ଓଡିଶା

odisha

ମାଲକାନଗିରି ଅବକାରୀକୁ ସଫଳତା: ବିପୁଳ ଗଞ୍ଜେଇ ଜବତ, ଚାଲାଣକାରୀ ଗିରଫ

By ETV Bharat Odisha Team

Published : Oct 1, 2023, 4:26 PM IST

ମାଲକାନଗିରି ଅବକାରୀ ବିଭାଗକୁ ବଡ ସଫଳତା । 88 କିଲୋ ଗଞ୍ଜେଇ ସହ ଜଣେ ଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ପୋଲିସ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅଭିଯୁକ୍ତ ସହିତ ଗଞ୍ଜେଇ ଓ କାର ଜବତ
ଅଭିଯୁକ୍ତ ସହିତ ଗଞ୍ଜେଇ ଓ କାର ଜବତ

ମାଲକାନଗିରି:ମାଲକାନଗିରି ଅବକାରୀ ବିଭାଗକୁ ସଫଳତା । 88 କିଲୋ ଗଞ୍ଜେଇ ସହ ଜଣେ ଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ମାସକ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ପାଖାପାଖି 5 ଜଣଙ୍କୁ ଗିରଫ କରିଛି ମାଲକାନଗିରି ଅବକାରୀ ବିଭାଗ ଟିମ୍ ।

ମାଲକାନଗିରିରୁ ପୁଣି ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଅବକାରୀ ହାତରେ ବନ୍ଧା ହେଲେ ଜଣେ ୨୧ ବର୍ଷୀୟ ଯୁବକ । ସୂଚନା ମୁତାବକ ମାଲକାନଗିରି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି(ରବିବାର) ଭୋର ସମୟରେ ଅବକାରୀ ମୋବାଇଲ ଟିମ ମାଲକାନଗିରି ପକ୍ଷରୁ ସଦର ମହକୁମା ନିକଟସ୍ଥ ଗୌରଗୁଡ଼ା ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ କାରକୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ି ଭିତରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ପୋଲିସ । ତେବେ ଜବତ ଗଞ୍ଜେଇ ପାଖାପାଖି ୮୮କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅବକାରୀ ଏଏସଆଇ ଅଶେଷ କୁମାର ନାୟକ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ବଲାଙ୍ଗୀରରେ ବିପୁଳ ପରିମାଣର ଗଞ୍ଜେଇ ଜବତ, ହୋମଗାର୍ଡ୍‌ ଗିରଫ

ଏହାମଧ୍ୟ ପଢନ୍ତୁ..ପଶ୍ଚିମବଙ୍ଗ ଯାଉଥିଲା ଗଜପତି ଗଞ୍ଜେଇ, ବରମୁଣ୍ଡା ବସଷ୍ଟାଣ୍ଡରେ ଧରିଲା ପୋଲିସ୍

ତେବେ ଅଭିଯୁକ୍ତ ସହିତ ଆନ୍ଧ୍ର ପ୍ରଦେଶର ରେଜିଷ୍ଟ୍ରେସନ ଥିବା ଏକ କାରକୁ ମଧ୍ୟ ଅବକାରୀ ମୋବାଇଲ ଟିମ ପକ୍ଷରୁ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ଯୁବକ ଜଣକ ମାଲକାନଗିରି ଜିଲ୍ଲା ଏମଭି -୭୨ ଗ୍ରାମର ଅଟେ । ତେବେ କାରର ସିଟ୍ ଭିତରେ ଏବଂ ଡେସ୍କବୋର୍ଡ ଭିତରେ ସମସ୍ତ ଗଞ୍ଜେଇ ଗୁଡ଼ିକ ପକେଟ୍ କରି ଚାଲାଣ କରୁଥିଲା ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ଏହି ଚଢ଼ାଉ ସମୟରେ ଏଏସଆଇ ଅଶେଷ କୁମାର ନାୟକ, ଜ୍ଞାନରଞ୍ଜନ ସାହୁ, ଅକ୍ଷୟ କୁମାର ଜେନା, କ୍ରିଷଟୋ ପ୍ରଦୀପ ଖରା ଏବଂ ପାଣ୍ଡବ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ଅବକାରୀ ବିଭାଗ ପକ୍ଷରୁ ଏକ ମାସ ମଧ୍ଯରେ ବିଭିନ୍ନ ଜାଗାରେ ଚଢାଉ କରି ଗାଡି ଜବତ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।


ମାଲକାନଗିରି, ଇଟିଭି ଭାରତ

ABOUT THE AUTHOR

...view details