ଓଡିଶା

odisha

ବେଆଇନ ଘର ନିର୍ମାଣ, ଗୁଣ୍ଡ୍ରିଗୁଡାରେ ଉଚ୍ଛେଦ ହେଲା ବସ୍ତି

By

Published : Nov 19, 2022, 2:12 PM IST

ଗୁଣ୍ଡ୍ରିଗୁଡା ବସ୍ତି ଉଚ୍ଛେଦ

ମାଲକାନଗିରି ତହସିଲଦାର ଏବଂ ମ୍ୟୁନିସିପାଲଟି ଅଧିକାରୀଙ୍କ ତତ୍ତ୍ବାବଧନରେ ଗୁଣ୍ଡ୍ରିଗୁଡା ବସ୍ତିକୁ ଉଚ୍ଛେଦ କରାଯାଇଛି। ଅଧିକ ପଢନ୍ତୁ

ମାଲକାନଗିରି: ଜବରଦଖଲ ଉଚ୍ଛେଦକୁ ନେଇ ମାଲକାନଗିରିରେ ଉତ୍ତେଜନା । ମାଲକାନଗିରି ତହସିଲଦାର ଏବଂ ମ୍ୟୁନିସିପାଲଟି ଅଧିକାରୀଙ୍କ ତତ୍ତ୍ବାବଧାନରେ ଗୁଣ୍ଡ୍ରିଗୁଡା ବସ୍ତିକୁ ଉଚ୍ଛେଦ କରାଯାଇଛି । ତେବେ ବେସାହାରା ହେବାପରେ ସାହାଯ୍ୟ ପାଇଁ ପ୍ରଶାସନଙ୍କୁ କାନ୍ଦିକାନ୍ଦି ଗୁହାରି କରିଛନ୍ତି ବସ୍ତିବାସୀ ।

ଗୁଣ୍ଡ୍ରିଗୁଡା ବସ୍ତି ଉଚ୍ଛେଦ

ଏହା ମଧ୍ୟ ପଢନ୍ତୁ: Archana Nag case: EDରେ ହାଜର ହେଲେନି ଅକ୍ଷୟ ପରିଜା, ଆସିଲେ ଓକିଲ

ସୂଚନାଅନୁସାରେ, ଗତ କିଛି ମାସ ଧରି ମାଲକାନଗିରି ସହରର ଗୁଣ୍ଡ୍ରିଗୁଡା ବସ୍ତିରେ କିଛି ଗରିବ ଲୋକ ଘର ନିର୍ମାଣ କରି ରହିଥିବା ବେଳେ ପୌର ନିର୍ବାଚନ ସମୟରେ ସେମାନଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବ ବୋଲି ମୁନିସିପାଲିଟି ତରଫରୁ ପ୍ରତିଶୃତି ଦିଆଯାଇଥିଲା । ହେଲେ ଗତକାଲି ମାଲକାନଗିରି ତହସିଲଦାର ସେମାନଙ୍କୁ ନୋଟିସ୍ ଦେଇଥିବା ବେଳେ ଘର ଖାଲି କରିବା ଲାଗି ମାଇକ ଜରିଆରେ ପ୍ରଚାର ମଧ୍ୟ କରିଥିଲେ । କିନ୍ତୁ ଲୋକେ ଘର ଛାଡି ନଥିବାରୁ ଆଜି ସକାଳେ ପୋଲିସ ଓ ଜେସିବି ନେଇ ମାଲକାନଗିରି ତହସିଲଦାର ଓ ମ୍ୟୁନିସିପାଲିଟି ଅଧିକାରୀ ସେଠାରେ ପହଞ୍ଚି ନିର୍ମାଣଧୀନ ସାତଟି ଘରକୁ ଭାଙ୍ଗି ଦେଇଥିଲେ । ବେଆଇନ ଘର ନିର୍ମାଣ ହୋଇଥିବା ଜାଣିବା ପରେ ମୁନିସପାଲଟି ତରଫରୁ ଆଠ ଦିନ ପୁର୍ବରୁ ନୋଟିସ୍ କରାଯାଇଥିବା ମାଲକାନଗିରି ପୌର ନିର୍ବାହୀ ଅଧିକାରୀ କହିଛନ୍ତି । ତେବେ ବେସାହାରା ହେବାପରେ ସାହାଯ୍ୟ ପାଇଁ ପ୍ରଶାସନଙ୍କୁ କାନ୍ଦିକାନ୍ଦି ଗୁହାରି କରିଛନ୍ତି ବସ୍ତିବାସୀ ।

ଏନେଇ ମାଲକାନଗିରି ତହସିଲଦାର କହିଛନ୍ତି," କିଛି ଲୋକ ବସ୍ତିରେ ବେଆଇନ ଘର ନିର୍ମାଣ କରିଥିଲେ । ସେଥିପାଇଁ ଆମେ ରବିବାର ଦିନ ଠାରୁ ନୋଟିସ ମଧ୍ୟ କରିଥିଲୁ । ମ୍ୟୁନିସିପାଲଟି ପକ୍ଷରୁ ମଧ୍ୟ ନୋଟିସ ଦିଆଯାଇ ଯଥେଷ୍ଟ ସମୟ ଦିଆଯାଇଥିଲା । ନୋଟିସ କରିବା ସତ୍ତ୍ବେ ମଧ୍ୟ ଘର ନଛାଡିବାରୁ ଆମେ ବାଧ୍ୟ ହୋଇ ଘର ଭାଙ୍ଗିଲୁ ।"

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details