Archana Nag case: EDରେ ହାଜର ହେଲେନି ଅକ୍ଷୟ ପରିଜା, ଆସିଲେ ଓକିଲ

author img

By

Published : Nov 19, 2022, 1:15 PM IST

Updated : Nov 19, 2022, 2:31 PM IST

ଇଡିରେ ହାଜର ହଲେ ଅକ୍ଷୟ ପରିଜାଙ୍କ ଓକିଲ

ଅର୍ଚ୍ଚନା ନାଗ ମାମଲାରେ ଅକ୍ଷୟଙ୍କ ପରିଜାଙ୍କୁ ନୋଟିସ କରିଥିଲା ଇଡି । ଅକ୍ଷୟଙ୍କ ବଦଳରେ ଇଡିରେ ହାଜର ହୋଇ ତଥ୍ୟ ରଖିଲେ ତାଙ୍କ ଓକିଲ । ଅଧିକ ପଢନ୍ତୁ

ଭୁବନେଶ୍ବର: ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରତବର୍ତ୍ତନ ନିର୍ଦ୍ଦେଶାଳୟ(ED) । ତଦନ୍ତ ଯେତେ ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଶୁକ୍ରବାର ଅର୍ଚ୍ଚନା ଚଳାଉଥିବା ଏଣ୍ଡଭର ଗାଡିର ଶୋରୁମ ମାଲିକଙ୍କୁ ପଚରାଉଚରା କରିଥିଲା ଇଡି । ଏହି ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ନୋଟିସ ଜାରି କରିଥିଲା ଇଡି । କିନ୍ତୁ ଅକ୍ଷୟଙ୍କ ବଦଳରେ ଇଡିରେ ହାଜର ହୋଇଛନ୍ତି ତାଙ୍କ ଓକିଲ । ଅର୍ଚ୍ଚନା କେଳେଙ୍କାରୀ ବିଷୟରେ ଯାହା ବି କିଛି ଜାଣିଥିଲେ ଓକିଲଙ୍କ ମାଧ୍ୟରେ ଇଡି ତଥ୍ୟ ରଖିଛନ୍ତି ସିନେ ପ୍ରଯୋଜକ ।

ଅର୍ଚ୍ଚନା କେଳେଙ୍କାରୀର ପ୍ରଥମ ଅଭିଯୋଗକାରୀ ହେଉଛନ୍ତି ଅକ୍ଷୟ । ଅର୍ଚ୍ଚନା ପ୍ରଥମେ ଅକ୍ଷୟଙ୍କ ବିରୋଧରେ ଥାନାରେ ଯୌନ ଶୋଷଣର ଅଭିଯୋଗ କରିଥିଲେ । ଏହାପରେ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ । ଅର୍ଚ୍ଚନା ଓ ଆଉ ଶ୍ରଦ୍ଧାଞ୍ଜଳି କିଛି ଅଶ୍ଳିଳ ଫଟୋ ଜରିଆରେ ତାଙ୍କୁ ବ୍ଲାକ ମେଲ କରିବା ଟଙ୍କା ମାଗୁଥିବା ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ଅଡୁଆ ସୁତାରେ ଯେମିତି ଛନ୍ଦି ହୋଇପଡିଥିଲେ ଅର୍ଚ୍ଚନା । ସାମ୍ନାକୁ ଆସିଲା ଅର୍ଚ୍ଚନା କେଳେଙ୍କାରୀର ଗୁମର । ତଦନ୍ତ ପରେ ଅର୍ଚ୍ଚନା ସେକ୍ସ ସ୍କାଣ୍ଡାଲ ଚଲାଇଥିବା ସାମ୍ନାକୁ ଆସିଥିଲା । ଅନେକ ବଡବଡିଆଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ୟାକମେଲିଂ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । ଏନେଇ ଘଟଣାରେ ଖଣ୍ଡଗିରା ଥାନା ପୋଲିସ ଅର୍ଚ୍ଚନାକୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ମାମଲାରେ ସାମ୍ନାକୁ ଆସିଲା ରାଜନୈତିକ ଲିଙ୍କ ! ଶୋରୁମ ମାଲିକ ଦେଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଅର୍ଚ୍ଚନା ନାଗ ମାମଲାରେ ଜଣଙ୍କ ପରେ ଜଣଙ୍କୁ ପଚରାଉଚରା କରି ଆର୍ଥିକ କାରବାର ନେଇ ତଥ୍ୟ ହାସଲ କରୁଛି ଇଡି । ପ୍ରଥମେ ଅର୍ଚ୍ଚନାଙ୍କ ବାପା ପରେ ଜଗବନ୍ଧୁର ଭାଇ ଓ ଗତକାଲି ଅର୍ଚ୍ଚନା ଚଳାଉଥିବା ଏଣ୍ଡଭର ଗାଡିର ଶୋରୁମ ମାଲିକଙ୍କ ପୁଅ ଇଡିରେ ହାଜର ହୋଇଥିଲେ । ଶୋରୁମ ମାଲିକ ଗାଡି କିଣା ବାବଦରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଇଥିଲେ । ଏହି ତଥ୍ୟ ଅନୁସାରେ ଅର୍ଚ୍ଚନାଙ୍କୁ ଏହି ବିଳାସପୂର୍ଣ୍ଣ ଗାଡ଼ି କିଣିବାକୁ ୩୩ ଲକ୍ଷ ଟଙ୍କା ଦେଇଥିବା ଜଣେ ରାଜନୈତିକ ବ୍ୟକ୍ତିଙ୍କ ନାମ ଇଡି ହାତରେ ଲାଗିଥିଲା ।

ପୂର୍ବରୁ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଧୋକା ଦେବା ମାମଲାରେ ଅଡୁଆରେ ଥିବା ଜଣେ ରାଜନୈତିକ ବ୍ୟକ୍ତିଙ୍କର ଏହି ଘଟଣାରେ ଲିଙ୍କ ପଦାକୁ ଆସିଛି । ତେବେ ଏହି କାର ଏବେ କେଉଁଠି ଅଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଯିଏ ଏହି କାରକୁ ଲୁଚାଇ ରଖିଛି ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିପାରେ ଇଡି । ସେହିପରି ଆଜି ଇଡିରେ ହାଜର ହୋଇ ଅର୍ଚ୍ଚନା କେଳାଙ୍କାରୀର ତଥ୍ୟ ରଖିଛନ୍ତି ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଓକିଲ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 19, 2022, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.