ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ ପୂର୍ବରୁ ବିଜେପିରେ କମ୍ପନ, ଇସ୍ତଫା ଦେଲେ 20 ନେତା

By ETV Bharat Odisha Team

Published : Oct 10, 2023, 11:14 AM IST

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମାଲକାନଗିରି ବିଜେପିକୁ ଶକ୍ତ ଝଟକା । 20 ଜଣ ବିଜେପି ନେତାଙ୍କ ସମୂହ ଇସ୍ତଫା । ଅଧିର ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ ପୁର୍ବରୁ ବିଜେପିରେ କମ୍ପନ
ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ ପୁର୍ବରୁ ବିଜେପିରେ କମ୍ପନ

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ ପୁର୍ବରୁ ବିଜେପିରେ କମ୍ପନ

ମାଲକାନଗିରି:ଆସନ୍ତା 12ତାରିଖରେ ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ବିଜେପିକୁ ଲାଗିଛି ବଡ ଝଟକା । ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ବେଳେ ଜିଲ୍ଲା ବିଜେପି ଶିବିରରେ କମ୍ପନ ଦେଖିବାକୁ ମିଳିଛି । ବିଜେପିର ବହୁ କର୍ମୀ ଇସ୍ତଫା ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଆସନ୍ତା 12 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ଗସ୍ତ କରି ଲକ୍ଷ୍ମୀ ବସ ଯୋଜନାର ଉଦଘାଟନ କରିବେ । ଏହା ପୂର୍ବରୁ 20 ଜଣ ବିଜେପି ନେତା ସମୂହ ଇସ୍ତଫା ପ୍ରଦାନ କରିଛନ୍ତି । ସୋମବାର ମାଲକାନଗିରି ଜିଲ୍ଲା ବିଜେପିର ଉପସଭାପତି ଚିତ୍ରସେନ ସ୍ୱାଇଁ, ବାଲିମେଳାର ନଗର ଉପସଭାପତି ବିଜୟକ୍ରିଷ୍ଣା ଦାସ, ସାଧାରଣ ସମ୍ପାଦକ ସିମାଞ୍ଚଳ ପ୍ରଧାନ, କୃଷକ ମୋର୍ଚ୍ଚା ସଭାପତି ତ୍ରିନାଥ ସାହୁ, ଏସଟି ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଚାଲାଣଙ୍କ ସମେତ ସାଧାରଣ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ପ୍ରକାଶ କରିଛନ୍ତି l

ବାଲିମେଳା ନଗର ବିଜେପି ଉପସଭାପତି ବିଜୟ କହିଛନ୍ତି, "ଦୀର୍ଘ 13 ବର୍ଷ ଧରି ବିଜେପିରେ ସାଂଗଠନିକ କାର୍ଯ୍ୟ କରୁଥିବା ବେଳେ କୌଣସି ଜନସାଧାରଣଙ୍କୁ ଆମେ ସାହାଯ୍ୟ କରିପାରିଲୁ ନାହିଁ । ବିଜେପିର ସବୁବେଳେ ମିଥ୍ୟା ପ୍ରତିଶ୍ରୁତି ଦ୍ୱାରା ଜନତା ଦୂରେଇ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ମାଲକାନଗିରି ଜିଲ୍ଲାକୁ ଯାହା କହିଛନ୍ତି ତାହା ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଲକ୍ଷ୍ମୀ ଯୋଜନାରେ ଗ୍ରାମରୁ ସହର ପର୍ଯ୍ୟନ୍ତ ବସ ସେବା ଯୋଗାଇ ଦେଉଛନ୍ତି । ଯାହାକି ସାଧାରଣ ଗରିବ ଜନତାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ବଡ ସହାୟକ ହୋଇପାରିବ l ଏହିସବୁ ଲୋକାଭିମୁଖୀ କାର୍ଯ୍ୟ ଦେଖି ଆମେ ବିଜେପିରୁ ସମୂହ ଇସ୍ତଫା ଦେଇଛୁ l" ତେବେ ଏମାନଙ୍କ ଇସ୍ତଫା ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କ୍ଷତି ହେବା ସହ ବିଜେପି ସଂଗଠନକୁ ଶକ୍ତ ଝଟକା ଲାଗିବ ବୋଲି ରାଜନୀତି ବିଶେଷଜ୍ଞ ମତ ରଖିଛନ୍ତି l

ଏହା ମଧ୍ୟ ପଢନ୍ତୁ...ସାଧାରଣ ନିର୍ବାଚନ ପୂର୍ବରୁ ମାଲକାନଗିରିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ରାଜ୍ୟରେ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୧୨ ତାରିଖରେ ମାଲକାନଗିରିରେ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପଞ୍ଚାୟତରୁ ରାଜଧାନୀରୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା 'ଲକ୍ଷ୍ମୀ' । ଲକ୍ଷ୍ମୀକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ତିନି ବର୍ଷରେ ୩୧୭୮ କୋଟି ଖର୍ଚ୍ଚ ହେବ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details