କୋରାପୁଟ:ଜିଲ୍ଲା ସେଣ୍ଟସ୍ ସ୍କୁଲ ପରିସରରେ ସେଭ୍ ଦ ଚିଲ୍ଡରେନ ଆନୁକୁଲ୍ୟରେ ସ୍ବଚ୍ଛତାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି । ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ପରସ୍ପରଠାରୁ ଦୂରତା ବଜାୟ ରଖିବା ସହ ମାସ୍କ୍ ପିନ୍ଧିବା ଦ୍ଵାରା କୋରୋନାକୁ ଦୂରେଇ ରଖିବା ପାଇଁ ରାଜ୍ୟସ୍ତରୀୟ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଫେସର ପାଲିତା ଏହି ସବୁ ଅଭ୍ୟାସ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
ହାତ ଧୋଇବା, ମାସ୍କ ପିନ୍ଧିବା ଓ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବାକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା ପାସ୍ ୱାର୍ଡକୁ ପ୍ରତ୍ୟେକ ବ୍ୟକ୍ତି ମାନେ ରଖିବା ଉଚିତ । ଜନସାଧାରଣ କିପରି ଏହାକୁ ଅଭ୍ୟାସରେ ପରିଣତ କରିବେ ସେହି ଦିଗରେ ବିଭିନ୍ନ ପ୍ରଚାର ମାଧ୍ୟମକୁ ବ୍ୟବହାର କରି ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚିବା ପାଇଁ ସେଭ୍ ଦ ଚିଲ୍ଡରେନ ଏହି ଅଭିଯାନ ମାଧ୍ୟମରେ ପ୍ରୟାସ କରିଛି । ଏହି ସଂସ୍ଥାର ରାଜ୍ୟ ମୁଖ୍ୟ ସଂଯୋଜକ ଅଭିଜିତ ଭଦ୍ର ଏ ନେଇ ସୂଚନା ପ୍ରଦାନ କରିଛନ୍ତି ।