OTM Issue: ରାଜ୍ୟ ସରକାର ଦେବେ ୧୧୫ କୋଟି, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

author img

By

Published : Sep 15, 2022, 12:12 PM IST

Updated : Sep 15, 2022, 5:53 PM IST

OTM Issue: ରାଜ୍ୟ ସରକାର ଦେବେ ୧୧୫ କୋଟି, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ଓଟିଏମ ମାମଲା ଶୁଣାଣି । ଏହି ମାମଲାରେ ମାସକ ଭିତରେ ୧୧୫ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ଅଧିକ ପଢନ୍ତୁ

କଟକ: ଓଡିଶା ଟେକ୍ସଟାଇଲ ମିଲ୍ସ-ଓଟିଏମର ପୁନଃରୁଦ୍ଧାର(Odisha Textile Mills revival) ମାମଲାରେ ୧୧୫ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ୩୦ ଦିନ ମଧ୍ୟରେ ଏହି ରାଶି ଡିପୋଜିଟ କରିବା ନେଇ ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ତେବେ ଆସନ୍ତା ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ସେହିପରି କ୍ବାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ପ୍ରସଙ୍ଗକୁ ନେଇ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା । ଅଫିସିଆଲ ଲିକ୍ୟୁଡେଟର(Official Liquidator) କର୍ମଚାରୀଙ୍କ କଥା ଶୁଣୁନଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ ।

କ୍ବାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ନେଇ କର୍ମଚାରୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ଶୁଣାଣିରେ ଶ୍ରମିକମାନଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାସହିତ ପୂର୍ବ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର କେତେଜଣ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ଉଚ୍ଚ ନ୍ୟାୟାଳୟ କହିଥିଲେ।

OTM Issue: ରାଜ୍ୟ ସରକାର ଦେବେ ୧୧୫ କୋଟି, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ଓଟିଏମ(Odisha Textile Mills) ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଛି । କେବଳ ସେତିକି ନୁହେଁ, ଗୋଟିଏ ମିଟରରେ ୯୦ଟି କ୍ବାର୍ଟରରେ ବିଦ୍ୟୁତ ସଂଯୋଗ ହୋଇଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏନେଇ କୋର୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଓଟିଏମ ମାମଲା ଶୁଣାଣି, ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପ୍ରତ୍ୟେକ କ୍ବାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କ୍ବାର୍ଟରର କର୍ମଚାରୀମାନେ ଏନେଇ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ କହିଥିଲେ କୋର୍ଟ । ତେବେ ରାଜ୍ୟ ସରକାର ଓଟିଏମକୁ(OTM) ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ଦେଇଥିଲେ । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପ୍ରାୟ ୫୨୧ ଏକର ଜମିରେ ସରକାର ଏକ ନୂତନ ପ୍ଲାଣ୍ଟ ନିର୍ମାଣ କରିପାରନ୍ତି ବୋଲି କୁହାଯାଉଥିଲା । ସୂଚନାଯୋଗ୍ୟ, ଓଟିଏମକୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ କୋର୍ଟଙ୍କୁ ଆବେଦନ କରିଥିଲେ ।

ଇଟିଭି ଭାରତ, କଟକ

Last Updated :Sep 15, 2022, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.