ETV Bharat / state

ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ; କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ପ୍ରାପ୍ୟ - Vehicle Requisition

author img

By ETV Bharat Odisha Team

Published : Apr 27, 2024, 7:21 AM IST

Etv Bharat
Etv Bharat

Vehicle Requisition Process For Election: ନିର୍ବାଚନ ପାଇଁ ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରାଜ୍ୟ ପରିବହନ କମିସନରଙ୍କ ନିର୍ଦ୍ଦେଶ । ଗାଡ଼ିରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ପ୍ରାପ୍ୟ । ଅଧିକ ପଢନ୍ତୁ

ଭୁବନେଶ୍ୱର: ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ନିର୍ବାଚନ କମିଶନଙ୍କ ସମସ୍ତ ନିର୍ଦ୍ଦେଶକୁ ସଫଳତାର ସହ ପାଳନ କରୁଛି ରାଜ୍ୟ ପରିବହନ ବିଭାଗ । ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ଗାଡ଼ି ବ୍ୟବସ୍ଥା ସଂପୂର୍ଣ୍ଣ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ କରିବା ଉପରେ ପରିବହନ ପ୍ରାଧିକରଣ ଗୁରୁତ୍ୱ ଦେଇଛି । ଏ ସଂକ୍ରାନ୍ତରେ ଶୁକ୍ରବାର ଦିନ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାଧିକରଣର ସମସ୍ତ ଉଚ୍ଚ ଅଧିକାରୀ ଉପସ୍ଥିତ ଥିବାବେଳେ ଆରଟିଓମାନେ ଭିସି ମାଧ୍ୟମରେ ସାମିଲ ହୋଇଥିଲେ ।

ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ; କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ପ୍ରାପ୍ୟ
ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ; କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ପ୍ରାପ୍ୟ

ନିର୍ବାଚନର ସୁପରିଚାଳନା ପାଇଁ ବର୍ତ୍ତମାନ ସୁଦ୍ଧା କେଉଁ ଅଞ୍ଚଳରୁ କେତେ ଗାଡ଼ି ଅଧିଗ୍ରହଣ ହୋଇଛି ଆରଟିଓମାନେ ତଥ୍ୟ ରଖିଛନ୍ତି । ବୁଥ ସଂଖ୍ୟା ଅନୁଯାୟୀ ନିଜ ଅଞ୍ଚଳରେ ସମୁଦାୟ କେତେ ଗାଡ଼ିର ଆବଶ୍ୟକତା ରହିଛି ଏହାର ପୁନଃ ଆକଳନ କରିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି । 2019 ନିର୍ବାଚନରେ ସମଗ୍ର ରାଜ୍ୟ ପାଇଁ ପରିବହନ ବିଭାଗ 58 ହଜାର ଗାଡ଼ି ଅଧିଗ୍ରହଣ କରିଥିଲା । ଚଳିତ ନିର୍ବାଚନରେ କେତେ ଗାଡ଼ି ଆବଶ୍ୟକ ହେବ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ସହ ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରିବହନ କମିସନର କହିଛନ୍ତି । ଏହାସହ ଆରଟିଓମାନେ ନିଜ ଅଞ୍ଚଳ ପାଇଁ ଗାଡ଼ି ଅଧିଗ୍ରହଣ କରିବା ସହ ଅନ୍ୟ ଅଞ୍ଚଳ ପାଇଁ ଅଧିଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି । ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଗାଡ଼ି ଦେବା ଓ ନେବା କାର୍ଯ୍ୟ ସଂପାଦନ କରାଯିବ ।

ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ; କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ପ୍ରାପ୍ୟ
ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ; କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ପ୍ରାପ୍ୟ

ଏହା ମଧ୍ୟ ପଢନ୍ତୁ: ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାକୁ ବିଜେପି ଦେଉ ସୁଯୋଗ: ବିଜେଡି - BJD MEET CEO

ଗାଡ଼ିରେ ନିୟୋଜିତ କର୍ମଚାରୀଙ୍କୁ ଦୈନିକ ଖର୍ଚ୍ଚ ଅଗ୍ରୀମ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏ ସଂକ୍ରାନ୍ତରେ ପୂର୍ବରୁ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି । ବସ ଓ ଚାରିଚକିଆର ଚାଳକ, କଣ୍ଡକ୍ଟର କିମ୍ବା ସହାୟକ କର୍ମଚାରୀ ପ୍ରତ୍ୟେକଙ୍କୁ ଦୈନିକ 500 ଟଙ୍କା ଓ ଦୁଇ ଚକିଆର ଚାଳକଙ୍କୁ ଦୈନିକ 250 ଟଙ୍କା ଅଗ୍ରୀମ ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଛି । ପୂର୍ବ ନିର୍ବାଚନର ଅଭିଜ୍ଞତା ତଥା ନିୟୋଜିତ କର୍ମଚାରୀଙ୍କ ପ୍ରସ୍ତାବ ଭିତ୍ତିରେ ଚଳିତ ନିର୍ବାଚନରେ ଅଗ୍ରୀମ ପ୍ରାପ୍ୟ ବ୍ୟବସ୍ଥା ଲାଗୁ କରାଯାଇଛି । ଏହା ଗାଡ଼ି ମାଲିକ ଓ କର୍ମଚାରୀମାନଙ୍କୁ ନିର୍ବାଚନ କାର୍ଯ୍ୟରେ ଭାଗ ନେବାକୁ ଉତ୍ସାହିତ କରିବ ବୋଲି ପରିବହନ କମିସନର ଅମିତାଭ ଠାକୁର ଆଶା ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.