ଓଡିଶା

odisha

କୋଟିଆରେ ତେଲୁଗୁ ବୋର୍ଡ ଲଗାଇବା ଆନ୍ଧ୍ର ! ଓଡିଶାରେ ଅସନ୍ତୋଷ

By

Published : Aug 9, 2021, 9:08 PM IST

କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ରାଜନୈତିକ ନେତା ପ୍ରବେଶ କରି ଲୋକଙ୍କୁ ଭେଟିଛନ୍ତି ଏବଂ ବିଭିନ୍ନ ଅଞ୍ଚଳ ବୁଲି ତେଲୁଗୁ ତଥା ଭାଷାଭିତ୍ତିକ ଭେଦ ଭାବ ସୃଷ୍ଟି କରି ଆଞ୍ଚଳିକ ବୈଷମ୍ୟତା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି। ଅଧିକ ପଢନ୍ତୁ...

kotia-border-dispute
କୋଟିଆରେ ଆନ୍ଧ୍ରର ଭାଷାଭିତ୍ତିକ ଚାଲ, ତେଲୁଗୁ ବୋର୍ଡ ସ୍ଥାପନା ପ୍ରସ୍ତାବକୁ ନେଇ ଓଡିଶାରେ ଅସନ୍ତୋଷ

କୋରାପୁଟ: କୋଟିଆରେ ଆନ୍ଧ୍ରପ୍ରଦେଶର ରାଜନୈତିକ ନେତାଙ୍କ ପ୍ରବେଶ । ନିକଟରେ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ରାଜନୈତିକ ନେତା ପ୍ରବେଶ କରି ଲୋକଙ୍କୁ ଭେଟିଛନ୍ତି ଏବଂ ବିଭିନ୍ନ ଅଞ୍ଚଳ ବୁଲି ତେଲୁଗୁ ତଥା ଭାଷାଭିତ୍ତିକ ଭେଦ ଭାବ ସୃଷ୍ଟି କରି ଆଞ୍ଚଳିକ ବୈଷମ୍ୟତା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି ।

କୋଟିଆରେ ଆନ୍ଧ୍ରର ଭାଷାଭିତ୍ତିକ ଚାଲ, ତେଲୁଗୁ ବୋର୍ଡ ସ୍ଥାପନା ପ୍ରସ୍ତାବକୁ ନେଇ ଓଡିଶାରେ ଅସନ୍ତୋଷ

ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାଵଜି ଓଡ଼ିଶାର କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର , ଉପର ଗଞ୍ଜେଇପଦର , କୋଟିଆ , ତଳସେମ୍ବୀ , ଉପର ସେମ୍ବି ଓ ନେରେଡିବାଲାସା ଗସ୍ତ କରି ଓଡିଶା ଉପରେ ବର୍ଷିଛନ୍ତି । ଏହା ପରେ ରବିବାର ଦିନ ସେ ଓ ତାଙ୍କ ସମର୍ଥକ ମାନେ ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲା ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆସନ୍ତା ସ୍ବାଧୀନତା ଦିବସ ପାଳନ ପୂର୍ବରୁ କୋଟିଆ ଅଞ୍ଚଳର ସମସ୍ତ ଗାଁରେ ତେଲୁଗୁରେ ଫଳକ ଲଗାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶର ଗଣମାଧ୍ୟମରେ ପ୍ରଚାରିତ ଏହି ଖବର ସମ୍ପର୍କରେ ଜାଣିବା ପରେ କୋରାପୁଟ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି । ତେବେ ଏପରି କୌଣସି ପ୍ରସ୍ତାବ ସମ୍ପର୍କରେ ଆନ୍ଧ୍ର ସରକାରଙ୍କ ଠାରୁ ପତ୍ର ପାଇନଥିବା କିମ୍ବା ଏପରି କୌଣସି ସମ୍ଭାବନା ସମ୍ପର୍କରେ ଅବଗତ ନଥିବା କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସ୍ପଷ୍ଟ କରିଛନ୍ତି । କୋଟିଆର ସମସ୍ତ 21 ଟି ଗ୍ରାମରେ କୋରାପୁଟ ଜିଲ୍ଲା ପ୍ରଶାସନ ଉନ୍ନତିମୂଳକ କାର୍ଯ୍ୟ ଅବ୍ୟାହତ ରଖିଛି ଓ ସୀମାର ସୁରକ୍ଷା କରିବା ଦିଗରେ ଓଡିଶା ସରକାର ସମର୍ଥ ଥିବା ଜିଲ୍ଲାପାଳ ଜଣାଇଛନ୍ତି ।

ଅପରପକ୍ଷରେ ଆନ୍ଧ୍ରପ୍ରଦେଶ ତରଫରୁ ସ୍ଵାଧୀନତା ଦିବସକୁ ନେଇ କୌଣସି ନିୟମ ବିରୁଦ୍ଧ କାର୍ଯ୍ୟ କରିବା ପୂର୍ବରୁ ଓଡିଶା ସରକାରଙ୍କ ତରଫରୁ ପ୍ରତି ଗ୍ରାମରେ ସ୍ଵାଧୀନତା ଦିବସ ପାଳନକୁ ଅତି ଆଡମ୍ବର ସହକାରେ ପାଳନ ପାଇଁ ତୁରନ୍ତ ପ୍ରସ୍ତୁତି ଆରମ୍ଭ କରାଗଲେ ଆନ୍ଧ୍ର ପ୍ରଦେଶର ସମସ୍ତ ଯୋଜନା ପଣ୍ଡ ହୋଇପାରିବ ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆ ସଂଗଠନର ଆବାହକ , ଗଦାଧର ପରିଡା ମତରଖିଛନ୍ତି ।

ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆ ଅଞ୍ଚଳରେ ଭାଷା ଭିତ୍ତିକ ବିଭେଦ ସୃଷ୍ଟି କରିବା ଅତ୍ୟନ୍ତ କ୍ଷୋଭର ବିଷୟ ଓ ଏହାକୁ କଦାପି ପ୍ରଶ୍ରୟ ହେବାକୁ ଦିଆଯିବନାହିଁ ବୋଲି କୋରାପୁଟର ଆଇନଜୀବୀ ଜୟନ୍ତ କୁମାର ମିଶ୍ର କହିଛନ୍ତି ।

କୋରାପୁଟର ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details