ଓଡିଶା

odisha

ଓଡିଶା-ଆନ୍ଧ୍ର ସୀମାରେ ଆନ୍ଧ୍ର ତରଫରୁ ପିଚୁ ରାସ୍ତା ନିର୍ମାଣ

By

Published : Dec 18, 2020, 7:43 PM IST

ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ନିକଟ ଓଡିଶା-ଆନ୍ଧ୍ର ସୀମାରେ ଆନ୍ଧ୍ର ତରଫରୁ ପିଚୁ ରାସ୍ତା ନିର୍ମାଣ କରିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ...

ଓଡିଶା-ଆନ୍ଧ୍ର ସୀମାରେ ଆନ୍ଧ୍ର ତରଫରୁ ପିଚୁ ରାସ୍ତା ନିର୍ମାଣ
ଓଡିଶା-ଆନ୍ଧ୍ର ସୀମାରେ ଆନ୍ଧ୍ର ତରଫରୁ ପିଚୁ ରାସ୍ତା ନିର୍ମାଣ

କୋରାପୁଟ: ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ନିକଟ ଓଡିଶା-ଆନ୍ଧ୍ର ସୀମାରେ ଆନ୍ଧ୍ର ତରଫରୁ ପିଚୁ ରାସ୍ତା ନିର୍ମାଣ କରିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି । ନିକଟ ଅତୀତରେ ସମ୍ବାଇ ଠାରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ସେଠାକୁ ଯାଇଥିବା ରାଜସ୍ୱ ଅଧିକାରୀଙ୍କ ସହ ଆନ୍ଧ୍ର ପ୍ରଦେଶର ଉଚ୍ଚ ପଦସ୍ଥ ଅଧିକାରୀ ଉଭୟ ରାଷ୍ଟ୍ର ମଧ୍ୟରେ ଚାଲିଥିବା ସୀମା ବିବାଦର ଅନ୍ତ ଘଟାଇବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ ।

ଓଡିଶା-ଆନ୍ଧ୍ର ସୀମାରେ ଆନ୍ଧ୍ର ତରଫରୁ ପିଚୁ ରାସ୍ତା ନିର୍ମାଣ

ଉଭୟ ରାଜ୍ୟ ନିଜ ନିଜ ପରିସୀମା ନେଇ ଆଭ୍ୟନ୍ତରୀଣ ମାପଚୁପ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ଓଡ଼ିଶାର କିଛି ବିଶେଷଜ୍ଞଙ୍କ ତତ୍ୱାବଧାନରେ ଓଡ଼ିଶାର ସୀମାର ମାପଚୁପ ସମ୍ପନ୍ନ ହୋଇଯାଇଥିବା ଜିଲ୍ଲାପାଳ ମିଶ୍ର ଜଣାଇଛନ୍ତି । ଉଭୟପକ୍ଷ ନିଜ ନିଜ ସୀମା ନିର୍ଦ୍ଧାରଣ କରିବା ପରେ ପୁଣି ଏକ ବୈଠକରେ ଚୂଡାନ୍ତ ସୀମା ନିର୍ଧାରଣ କରାଯିବା ନିମନ୍ତେ ବୁଝାମଣା ହୋଇଥିଲା ।

ତେବେ ସୀମା ବିବାଦକୁ ଶାନ୍ତିପୂର୍ଣ ଭାବେ କିପରି ସମାଧାନ କରିହେବ ସେ ସଂକ୍ରାନ୍ତରେ କୋରାପୁଟ ଜିଲ୍ଲାଧିକାରୀଙ୍କ ସହିତ ଆନ୍ଧ୍ରପ୍ରଦେଶର ଅଧିକାରୀ ରୀତିମତ ଚର୍ଚ୍ଚା କରୁଥିବା ବେଳେ ଓଡିଶା ମଧ୍ୟରେ ଆନ୍ଧ୍ର ପ୍ରଦେଶର ରାସ୍ତା ନିର୍ମାଣର ଖବର ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ସହକାରୀ ଜିଲ୍ଲାପାଳ ଅର୍ଚ୍ଚନା ଦାସ ଜଣାଇଛନ୍ତି । ଏ ସଂକ୍ରାନ୍ତରେ ସଠିକ ତଦନ୍ତ କରିବା ପରେ ଆନ୍ଧ୍ର ପ୍ରଦେଶର ସମ୍ପୃକ୍ତ ଅଧିକାରୀଙ୍କ ସହ ସେ ଚର୍ଚ୍ଚା କରିବେ ବୋଲି ସେ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details