ଓଡିଶା

odisha

ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟ୍ରିରେ ପାନୀୟଜଳ ସମସ୍ୟା, ଅସନ୍ତୋଷ ପର୍ଯ୍ୟଟକ

By

Published : Jan 12, 2021, 3:03 PM IST

ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟ୍ରି ଉଷ୍ମପ୍ରସବଣରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ। ଦୀର୍ଘ ଏକ ବର୍ଷ ହେବ ଏହି ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳୁଛି ପାଣି ସମସ୍ୟା । ଅଧିକ ପଢନ୍ତୁ...

ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟ୍ରିରେ ପାଣି ସମସ୍ୟା
ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟ୍ରିରେ ପାଣି ସମସ୍ୟା

ଖୋର୍ଦ୍ଧା: ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟ୍ରି ଉଷ୍ମପ୍ରସବଣରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ। ଦୀର୍ଘ ଏକ ବର୍ଷ ହେବ ଏହି ପର୍ଯ୍ୟଟନ ସ୍ଥଳୀରେ ପାଣି ସମସ୍ୟା ଲାଗି ରହିଥିବା କାରଣରୁ ପର୍ଯ୍ୟଟକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ପର୍ଯ୍ୟଟକଙ୍କ ରାତ୍ରି ଯାପନ ପାଇଁ ଏଠାରେ ରହିଥିବା ପାନ୍ଥନିବାସ ମଧ୍ୟ ପାଣି ନଥିବା କାରଣରୁ ବନ୍ଦ ହୋଇ ପଡିରହିଛି ।

ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟ୍ରିରେ ପାଣି ସମସ୍ୟା

ସେପଟେ ଶୌଚାଳୟ ଥିଲେ ମଧ୍ୟ ପାଣି ନଥିବା କାରଣରୁ ପର୍ଯ୍ୟଟକମାନେ ଏଣେତେଣେ ମଳ ତ୍ୟାଗ କରି ପରିବେଶ ପ୍ରଦୂଷଣ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲା ଯୋଜନା ବୋର୍ଡ ଅଧକ୍ଷ ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details