ଓଡିଶା

odisha

କୁଇ ଓ ଦେଶିଆ ଭାଷା ଶିକ୍ଷା ପୁସ୍ତକ ସହ ଉନ୍ମୋଚନ କଲେ ଦୁଇ କେନ୍ଦ୍ର ଅର୍ଥମନ୍ତ୍ରୀ

By

Published : Aug 17, 2023, 10:51 PM IST

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ରେ ଦୁଇଟି ବର୍ଣମାଳା ପୁସ୍ତକର ଉନ୍ମୋଚିତ ହୋଇଛି। ଜନଜାତି କୁଇ ଭାଷା ଜାପୁ ଓଦେଶିଆ ଭାଷା ଶିକ୍ଷାର ଏହି ଦୁଇ ପୁସ୍ତକ ବର୍ଣ୍ଣବୋଧ ପରି ଉପଯୋଗୀ। ପ୍ରାଥମିକ ଭାଷାରେ ମାତୃଭାଷାର ମହତ୍ବ ଏବଂ ଏହାର ଉପାଦେୟ ସମ୍ପର୍କରେ ଗୁରୁତ୍ବରୋପ କରିଥିଲେ ଅତିଥି। ଅଧିକ ପଢନ୍ତୁ

କୁଇ ଓ ଦେଶିଆ ଭାଷା ଶିକ୍ଷା ପୁସ୍ତକ ସହ ଉନ୍ମୋଚନ କଲେ ଦୁଇ କେନ୍ଦ୍ର ଅର୍ଥମନ୍ତ୍ରୀ
କୁଇ ଓ ଦେଶିଆ ଭାଷା ଶିକ୍ଷା ପୁସ୍ତକ ସହ ଉନ୍ମୋଚନ କଲେ ଦୁଇ କେନ୍ଦ୍ର ଅର୍ଥମନ୍ତ୍ରୀ

କୁଇ ଓ ଦେଶିଆ ଭାଷା ଶିକ୍ଷା ପୁସ୍ତକ ସହ ଉନ୍ମୋଚନ କଲେ ଦୁଇ କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ବର: କୁଇ ଓ ଦେଶିଆ ଭାଷାର ପୁସ୍ତକ ପୋଷ୍ଟାଲ କଭର ଉନ୍ମୋଚନ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଉପସ୍ଥିତ ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ରେ ଦୁଇଟି ବର୍ଣମାଳା ପୁସ୍ତକର ଉନ୍ମୋଚିତ ହୋଇଛି। ଜନଜାତି କୁଇ ଭାଷା ଜାପୁ ଓଦେଶିଆ ଭାଷା ଶିକ୍ଷାର ଏହି ଦୁଇ ପୁସ୍ତକ ବର୍ଣ୍ଣବୋଧ ପରି ଉପଯୋଗୀ। ପ୍ରାଥମିକ ଭାଷାରେ ମାତୃଭାଷାର ମହତ୍ବ ଏବଂ ଏହାର ଉପାଦେୟ ସମ୍ପର୍କରେ ଗୁରୁତ୍ବରୋପ କରିଥିଲେ ଅତିଥି। ଆଗକୁ ଦେଶର ସମସ୍ତ ଜନଜାତି ଭାଷାରେ ପୁସ୍ତକ ବାହାର କରିବାକୁ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

ଏହାବି ପଢନ୍ତୁ-ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସୀତାରମଣ, ଗୁଲାମୀ ମାନସିକତାରୁ ମୁକୁଳି ଆସିବାକୁ ଦେଲେ ଆହ୍ବାନ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 1936 ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହୋଇଥିଲା ଓଡିଶା । ରାଜ୍ୟରେ ଏକବିଂଶ ଶତାବ୍ଦୀରେ ତାକୁ ନେଇ ଗର୍ବିତ ହୋଇ ପାରିବା କି ବୋଲି ମଝିରେ ମଝିରେ ପ୍ରଶ୍ନ ଆସେ । ଆଜି ଏହି କାର୍ଯ୍ୟକ୍ରମ କହୁଛି କେବଳ ଏକବିଂଶ ଶତାବ୍ଦୀ ନୁହେଁ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଗର୍ଵ କରିବା । ମୁଁ ଏପ୍ରିଲ ଏକ ତାରିଖରେ କୋଟିଆ ଯାଇଥିଲି ସେଠି ଦେଖିବାକୁ ପାଇଲି ପିଲାମାନେ ଓଡ଼ିଆ ଭାଷା ରେ କହିବାକୁ ଟିକିଏ ଥତ ମତ ହେଉଛନ୍ତି । ସେଠୁ ଆସିବା ପରେ ମୁଁ କୋରାପୁଟ ବିଶ୍ବବିଦ୍ୟାଳୟ ଆସିଲି ସେଠି ଆଲୋଚନା କଲି ଏବଂ ଦିଲ୍ଲୀ ଯାଇ ଏହାର ବାଟ କେମିତି ବାହାରିବ ତା ପାଇଁ ବିଭିନ୍ନ ଲୋକଙ୍କ ସହ ଆଲୋଚନା କଲି । ପୂର୍ବରୁ ରାଷ୍ଟ୍ରପତି ଙ୍କ ଦ୍ଵାରା ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା । ଆଜି 6 ମାସ ପରେ ସ୍ଥାନୀୟ ଭାଷା କୁଇ ଦେଶିଆ ଭାଷା ରେ ପୁସ୍ତକ ଉନ୍ମୋଚିତ ହୋଇଛି । ଏହା ହିଁ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମ । ଯାହା କୁହନ୍ତି ତାହା କରନ୍ତି । ଶିକ୍ଷା ବ୍ୟବସ୍ଥା ମାତୃଭାଷା ଆଧାରିତ ହେଉଛି । ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଏହାକୁ ଆଗକୁ ନିଅନ୍ତୁ ।

ସେହିଭଳି ଜାତୀୟ ଚାର୍ଟାଡ ଆକାଉଣ୍ଟଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ୧୪ ଶହ ରୁ ୧୫ ଶହ CA, ଆକାଉଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ ଏବଂ କର୍ପୋରେଟ ଅଫିସିଆଲ ମାନେ ଭାଗ ନେବେ। ଅଡିଟ, ଜିଏସଟି , ଡାଇରେକ୍ଟ ଟ୍ୟାକ୍ସ କ୍ଷେତ୍ର ରେ କାମ କରୁଥିବା ପେଷାଗତମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ସମ୍ମିଳନୀ। ଆଫ୍ରିକା, କେନିୟା, ଦୁବାଇରୁ ମଧ୍ୟ ଅତିଥିମାନେ ଯୋଗ ଦେବେ। ଏହା ତିନିଦିନ ଧରି ଅନୁଷ୍ଠିତ ହେବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details