ଓଡିଶା

odisha

ନିଜ ଅପାରଗତା ଲୁଚାଇବାକୁ ଡେଙ୍ଗୁ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର: ବିଜେପି

By

Published : Jul 24, 2023, 8:01 PM IST

ରାଜ୍ୟରେ ଡେଙ୍ଗୁ ବ୍ୟାପିବାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି । ନିଜ ଅପାରଗତା ଲୁଚାଇବାକୁ ଡେଙ୍ଗୁ ମୃତ୍ୟୁ ତଥ୍ୟ ସରକାର ଲୁଚାଉଥିବା କହିଛି ବିଜେପି। ଅଧିକ ପଢନ୍ତୁ

ଡେଙ୍ଗୁ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ
ଡେଙ୍ଗୁ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଡେଙ୍ଗୁ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ବ୍ୟାପିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି,"ରାଜ୍ୟରେ 2 ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ହେଲାଣି। କିନ୍ତୁ ନିଜ ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ତଥ୍ୟ ଲୁଚାଉଛନ୍ତି । ରାଜଧାନୀ ଓ କଟକରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ରାଜଧାନୀରେ ଡେଙ୍ଗୁ ସଂଖ୍ୟା ଅଧିକ। 2 ଜଣଙ୍କ ମୁଣ୍ଡ ଗଡ଼ିବା ପରେ ମଧ୍ୟ ବିଏମସି ଏବଂ ସ୍ୱାସ୍ଥ୍ୟ ବିଭାଗ ନିଦରେ ଶୋଇଛନ୍ତି । କାହାର ଚିନ୍ତା ନାହିଁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ସରକାର ସ୍ବାସ୍ଥ୍ୟ ବ୍ଯବସ୍ଥା ବିଶ୍ଵସ୍ତରୀୟ ବୋଲି କହୁଛନ୍ତି । କିନ୍ତୁ ଖୋଦ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସ୍ବୀକାର କରୁଛନ୍ତି। ଡାକ୍ତରଖାନାକୁ ଆସୁଥିବା 30 ପ୍ରତିଶତ ଲୋକ ଡେଙ୍ଗୁରେ ଆକ୍ରାନ୍ତ। କିନ୍ତୁ ଖୋଦ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସ୍ବୀକାର କରୁଛନ୍ତି ଯେ ଡାକ୍ତରଖାନାକୁ ଆସୁଥିବା 30 ପ୍ରତିଶତ ଲୋକ ଡେଙ୍ଗୁରେ ଆକ୍ରାନ୍ତ।"

ତେବେ "ଗତବର୍ଷ ମଶା ଉପଦ୍ରବକୁ ନେଇ ଡ୍ରୋନ ସ୍ପ୍ରେ କଥା କହୁଥିଲେ, କୁଆଡ଼େ ଗଲା ?" ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ। ସେ କହିଛନ୍ତି, "ନିୟମିତ ଡ୍ରେନ ସଫା କରାଯାଉନାହିଁ। କ୍ୟାପିଟାଲ ହସ୍ପିଟାଲ ନିକଟରେ ଅଳିଆ ଆବର୍ଜନାର ଡମ୍ପିଙ୍ଗ୍ ୟାର୍ଡ କରାଯାଉଛି । ଡ୍ରେନ ଗୁଡ଼ିକରେ କେମିତି ଜଳ ନିଷ୍କାସନ ହେବ, ସେଥିପାଇଁ ସରକାର ଧ୍ୟାନ ଦେଉନାହାନ୍ତି । ବୁନ୍ଦାଏ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ ହେଉଛି ।"

ସେପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି, ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଛି । ଦିନକୁ ୮୦ ସାମ୍ପଲରୁ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଆମ ପାଖରେ ଆବଶ୍ୟକ ମୁତାବକ ବେଡ୍ ଓ ବ୍ଲଡ୍ ମହଜୁଦ ରହିଛି । ଏପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ କୌଣସି ବି ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ। ସୂଚନା ଅନୁସାରେ, ଗତ ୨ ଦିନରେ ରାଜ୍ୟରେ ୨ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଗତବର୍ଷ ଅପେକ୍ଷା କମିଛି ଡେଙ୍ଗୁ ପଜିଟିଭ୍ ସଂଖ୍ୟା; ହଟସ୍ପଟ୍ ପାଲଟିଛି ଭୁବନେଶ୍ଵର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ କେମିତି ବର୍ତ୍ତିବେ ?

ଚଳିତ ବର୍ଷ ଜୁଲାଇ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୮ ହଜାର ୧୨୪ ଜଣଙ୍କର ଡେଙ୍ଗୁ ଟେଷ୍ଟ ହୋଇଥିବାବେଳେ ଏଥିରୁ ୫୫୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଯାଏଁ ୨୦ ଜିଲ୍ଲାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟ ସୁଦ୍ଧା ୧୦ ହଜାର ୧୮୬ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଥିବାବେଳେ ୭୫୫ ଜଣ ପଜିଟିଭ ବାହାରିଥିଲେ। ତେଣୁ ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ଟେଷ୍ଟ ପଜିଟିଭିଟି କମ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details