ଓଡିଶା

odisha

ସିଏସଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ: ସ୍ୱତନ୍ତ୍ର ସହାୟତା ଅର୍ଥ ଖର୍ଚ୍ଚ ଉପରେ ଗୁରୁତ୍ୱ

By

Published : Aug 4, 2023, 9:02 AM IST

ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ । ଜୁଲାଇ ମାସ ସୁଦ୍ଧା ବିଭିନ୍ନ ବିଭାଗର ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ଉନ୍ନୟନ କମିଶନର ଅନୁ ଗର୍ଗ । ଅଧିକ ପଢନ୍ତୁ

ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ସିଏସଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ଭୁବନେଶ୍ବର:ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଛନ୍ତି । ଗତ ଜୁଲାଇ ମାସ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର୍ଯ୍ୟର ସଫଳତା ସମ୍ପର୍କରେ ବୈଠକରେ ଉପସ୍ଥାପନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଉନ୍ନୟନ କମିଶନର କହିଛନ୍ତି ଯେ, ଜୁଲାଇ ମାସ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ବହୁ ସଫଳତା ଆଣିଦେଇଛି । ଚଳିତ ମାସରେ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ସମୀକ୍ଷା ଅନୁସାରେ ଓଡ଼ିଶାରେ ଦାରିଦ୍ର୍ୟ ଦୂରୀକରଣ ହାର ଦେଶର ଅନ୍ୟ ପ୍ରମୁଖ ରାଜ୍ୟ ଭଳି ଦ୍ରୁତତମ ରହିଥିବା ରିପୋର୍ଟ ପ୍ରକାଶ ପାଇଛି ।

ସଚିବସ୍ତରୀୟ ବୈଠକ

ଗ୍ରାମୀଣ ବିକାଶ ଲକ୍ଷ୍ୟରେ ପୂର୍ବରୁ ଥିବା ଆମ ଗାଁ ଆମ ବିକାଶ ନିର୍ଦ୍ଦେଶନାମାରେ ସଂଶୋଧନ କରାଯାଇ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମରେ ପରିବର୍ତ୍ତିତ ହୋଇ ତଦନୁସାରେ ଗ୍ରାମୀଣ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ରାଜ୍ୟର ବିକାଶ ଓ ଶିଳ୍ପାୟନ ପାଇଁ ଆବଶ୍ୟକ ଥିବା ଓଡ଼ିଶା ସେମିକଣ୍ଡକ୍ଟର ମାନ୍ୟୁଫ୍ୟାକ୍ଚରିଂ ଏବଂ ଫାବଲେସ ପଲିସି ଅନୁମୋଦନ କରାଯାଇଛି । ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ଭୂମି ସମ୍ମାନ ପୁରସ୍କାର, ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ ପୁରସ୍କାର-୨୦୨୩, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର କୃଷକଙ୍କ ପ୍ରିମିୟମ ଅଂଶ ପ୍ରଦାନ ପାଇଁ ନିଷ୍ପତ୍ତି, ଜଳ ସଂପଦ ବିଭାଗ ପକ୍ଷରୁ ନୂତନ ଭାବେ ଲୋୟର ସୁକତେଲ ପ୍ରକଳ୍ପରେ ଜଳ ସଂରକ୍ଷଣ କରାଯିବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଜୁଲାଇ ମାସରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଉନ୍ନୟନ କମିଶନର ଆଲୋକପାତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳଙ୍କ ଜରୁରୀ ବୈଠକ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ସଚିବସ୍ତରୀୟ ବୈଠକ

ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ଓ ରାଜସ୍ବ ଆୟ ସମ୍ପର୍କରେ ସମୀକ୍ଷା କରାଯାଇଛି । ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ ଅନୁମୋଦନ ହିସାବରେ ଜୁଲାଇ ଶେଷ ସୁଦ୍ଧା ଖର୍ଚ୍ଚ ୧୬.୪୩ ପ୍ରତିଶତ ରହିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମାସ ଶେଷ ସୁଦ୍ଧା ଏହା ୨୦.୯୭ ପ୍ରତିଶତ ରହିଛି । ସେହିପରି ରାଜସ୍ବ ଆଦାୟ ଗତବର୍ଷ ଜୁଲାଇ ସୁଦ୍ଧା ୧୨.୨୮ ଥିବାବେଳେ ଚଳିତ ବର୍ଷ ଏହା ୨୦.୬୮ ରହିଛି । ଯାହାକି ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି । ଭିତ୍ତିଭୂମି କ୍ଷେତ୍ର, ଶକ୍ତି ଓ ମିଶନ ଶକ୍ତି କ୍ଷେତ୍ରରେ ଖର୍ଚ୍ଚରେ ଉନ୍ନତି ପ୍ରଦର୍ଶନ ହୋଇଛି । ଅନ୍ୟ ବିଭାଗମାନେ ମଧ୍ୟ କାର୍ଯ୍ୟରେ ଉନ୍ନତି କରିଛନ୍ତି ।

ପୁଞ୍ଜି ସହାୟତା ପାଇଁ ରାଜ୍ୟକୁ ମିଳୁଥିବା ସ୍ବତନ୍ତ୍ର ସହାୟତା ଅର୍ଥ ଖର୍ଚ୍ଚ କରାଯିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ସେହିପରି ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କର ଫାଇନାଲ ପେନସନ ଶୀଘ୍ର ମଞ୍ଜୁର ପାଇଁ ଡିଡିଓମାନେ ଗୁରୁତ୍ବ ଦେବା ସହ ବିଭାଗୱାରୀ ଜନ ଅଭିଯୋଗ ଶୁଣାଣିର ସ୍ଥିତି ସମୀକ୍ଷା କରାଯାଇଛି । ବୈଠକରେ କର୍ମଚାରୀମାନଙ୍କ ଅପେକ୍ଷା ସାଧାରଣ ଲୋକଙ୍କର ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ତ୍ବରିତ ଫଇସଲା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଲଣ୍ଡନ ପକ୍ଷରୁ ଓଡ଼ିଶାରେ ଅର୍ଥନୈତିକ ବିକାଶ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ରହିଛି ସେସବୁର ସଫଳ ରୂପାୟନରେ ବୈଷୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ କରିବା ସମ୍ପର୍କରେ ବିଶଦ୍ ଉପସ୍ଥାପନ କରାଯାଇଛି । ଅବସରପ୍ରାପ୍ତ ଆଇଏଏସ୍‌ ପ୍ରବୀଣ ଦେଶାଇ ଶିମିଳିପାଳ, ଭିତରକନିକା, ସାତକୋଶିଆ ପରି ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟକୁ କିପରି ବିଶ୍ବସ୍ତରୀୟ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଛନ୍ତି । ଆଗାମୀ ଅକ୍ଟୋବର ମାସରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ ହେବ । ଏନେଇ ମଧ୍ୟ ଆଲୋଚନା ହୋଇଛି । ଆଲୋଚନାରେ ସମ୍ପୃକ୍ତ ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details