ETV Bharat / state

ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳଙ୍କ ଜରୁରୀ ବୈଠକ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

author img

By

Published : Aug 3, 2023, 9:18 PM IST

ସାମ୍ଭାବ୍ୟ ବନ୍ୟାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ । ବନ୍ୟାର ଆଶଙ୍କା ଥିବା ଅଞ୍ଚଳରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ସାମ୍ଭାବ୍ୟ ବନ୍ୟାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ସମୀକ୍ଷା ବୌଠକ
ସାମ୍ଭାବ୍ୟ ବନ୍ୟାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ସମୀକ୍ଷା ବୌଠକ

ପୁରୀ: ସମଗ୍ର ରାଜ୍ୟରେ ଗତ ଦୁଇ ତିନି ଧରି ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏସଆରସିଙ୍କ ସୂଚନା ଅନୁସାରେ ମହାନଦୀ ସିଷ୍ଟମରେ ବନ୍ୟାର ଆଶଙ୍କା ଅଛି ଓ ତଳିଆ ଅଞ୍ଚଳରେ ପାଣି ଜମି ଯିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଏକ ଜରୁରୀ ବୈଠକ ନେଇଥିଲେ । ଏହି ବୈଠକରେ ସମସ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଲାଇନ୍‌ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ ।

ବନ୍ୟା ପରିସ୍ଥିତି ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ବା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ନଦୀ ବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ ସହ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା, ଆବଶ୍ୟକତା ପାଇଁ ବାଲି ବସ୍ତା, ବହ୍ଲା ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ମହଯୁଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କାର୍ଯ୍ୟାଳୟ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲି ତଥ୍ୟ ପ୍ରଦାନ କରିବା, ବ୍ଲକସ୍ତରରେ ବିଡ଼ିଓ, ତହସିଲଦାର, ମେଡ଼ିକାଲ ଅଫିସର, ଆଇଆଇସି, ଅନ୍ୟାନ୍ୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯାଇଛି । ଏହି କମିଟି ନିୟମିତ ପରିସ୍ଥିତିର ଅନୁଧ୍ୟାନ କରି ପଦକ୍ଷେପ ନେବା ।

ଏହାସହ ଲୋକ ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ସ୍ୱଚ୍ଛାସେବୀମାନଙ୍କ ସହଯୋଗ ନେବା, ବନ୍ୟାବାତ୍ୟା ଆଶ୍ରୟ ସ୍ଥଳଗୁଡିକୁ ବାସ ଉପଯୋଗୀ କରି ବିଦ୍ୟୁତ, ପାନୀୟ ଜଳ ଇତ୍ୟାଦି ବ୍ୟବସ୍ଥା କରିବା ସହ ଅଗ୍ନିଶମବାହିନୀ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ସମସ୍ତ କାର୍ଯ୍ଯରେ କୌଣସି ଅବହେଳାକୁ ବରଦାସ୍ତ କରିଯିବ ନାହିଁ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ବିଶେଷ କ୍ଷତିଗ୍ରସ୍ତ ଆଶଙ୍କା ଥିବା ଅସ୍ତରଙ୍ଗ, କାକଟପୁର, ନିମାପଡ଼ା, ଗୋପ, ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ଓ ପୁରୀ ସଦର ବ୍ଲକଗୁଡିକ ଅଧିକ ତତ୍ପରତା ଓ ଗୁରୁତ୍ୱର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଅଧିକ ପଢନ୍ତୁ: ଏବେ ଆଉ ଖୋଲିବ ନାହିଁ ହୀରାକୁଦ ଗେଟ: ସର୍ବୋଚ୍ଚ ଯନ୍ତ୍ରୀ

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାରେ ୧୭୦ଟି ଓସଡାମାର, ୯ ଗୋଟି ରେଡ୍‌କ୍ରସ୍‌ର ଓ ୩୭୦ ଗୋଟି ଅନ୍ୟାନ୍ୟ ଆଶ୍ରୟସ୍ଥଳୀ ରହିଛି । ସେହିପରି ୩୨ ଏସ ଆରସି ବୋଟ ମହଜୁଦ୍‌ ଅଛି । ୨୬ ଜଣ ଲେଖାଏଁ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ରହିଥିବା ଜିଲ୍ଲା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର, ସିଡିଏମ୍‌ଓ ଡା ସୁଜାତା ମିଶ୍ର, ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.