ଓଡିଶା

odisha

ଆଜି ବି ଚାଲି ପାରିଲାନି ବିଧାନସଭା: କଂଗ୍ରେସର ଚେତାବନୀ 'ଆଦିବାସୀଙ୍କ ସ୍ବାର୍ଥ ପାଇଁ ନିଆଁ ଜଳିବ'

By ETV Bharat Odisha Team

Published : Nov 23, 2023, 1:31 PM IST

Pandemonium in Assembly: ଆଦିବାସୀ ଜମି ପ୍ରସଙ୍ଗରେ କମ୍ପିଲା ବିଧାନସଭା । ପ୍ରଶ୍ନକାଳରେ ବିରୋଧୀଙ୍କ ହୋହଲ୍ଲା। କଂଗ୍ରେସ କହିଲା " ତୀବ୍ରତର ହେବ ପ୍ରତିବାଦ, ଆଗକୁ ନିଆଁ ଜଳିବ"। ଅଧିକ ପଢ଼ନ୍ତୁ,

ଆଜି ବି ଚାଲି ପାରିଲାନି ବିଧାନସଭା: କଂଗ୍ରେସର ଚେତାବନୀ 'ଆଦିବାସୀଙ୍କ ପାଇଁ ନିଆଁ ଜଳିବ'
ଆଜି ବି ଚାଲି ପାରିଲାନି ବିଧାନସଭା: କଂଗ୍ରେସର ଚେତାବନୀ 'ଆଦିବାସୀଙ୍କ ପାଇଁ ନିଆଁ ଜଳିବ'

ଆଜି ବି ଚାଲି ପାରିଲାନି ବିଧାନସଭା: କଂଗ୍ରେସର ଚେତାବନୀ 'ଆଦିବାସୀଙ୍କ ସ୍ବାର୍ଥ ପାଇଁ ନିଆଁ ଜଳିବ'

ଭୁବନେଶ୍ବର:ତିନି ଦନ ହେଲାଣି। ଚାଲି ପାରୁନି ବିଧାନସଭା । ଶୀତ ଅଧିବେଶନରେ ବଢ଼ୁଛି ତାତି। ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ଗୃହକାର୍ଯ୍ଯ ଠପ୍ କରି ଦେଇଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ । କଂଗ୍ରେସ ଏବଂ ବିଜେପି ସଦସ୍ୟମାନେ ଗୃହମଧ୍ୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଥିତି ଅଣାୟତଃ ହେବାରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଜାରି ରହିଛି ବିରୋଧୀଙ୍କ ବିରୋଧ। ଆଦିବାସୀ ଜମି କିଣାବିକା ସଂକ୍ରାନ୍ତ ପ୍ରସ୍ତାବ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭ ମାତ୍ରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ଚଳାଇବା କଷ୍ଟକର ହୋଇ ପଡ଼ିତଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ଶେଷରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି, ରାଜ୍ୟ ସରକାରଙ୍କୁ କଡ଼ା ସ୍ବରରେ ସମାଲୋଚନା କରିଛନ୍ତି। ସେ ଚେତାଇ ଦେଇଛନ୍ତି ଯେ, ଯଦି ରାଜ୍ୟ ସରକାର ଅଦିବାସୀ ଜମି ସଂକ୍ରାନ୍ତୀୟ କ୍ୟାବିନେଟ୍ ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ନ କରନ୍ତି, ତେବେ ଆନ୍ଦୋଳନ ତୀବ୍ରତର ହେବ। ଆଦିବାସୀଙ୍କ ସ୍ବାର୍ଥ ପାଇଁ ଆଗକୁ ନିଆଁ ଜଳିବ।

ଏହା ମଧ୍ୟ ପଢ଼ନ୍ତୁ:ତେଜିଲା ଆଦିବାସୀ ଜମି ପ୍ରସଙ୍ଗ: ବିଧାନସଭାରେ ସରକାରଙ୍କୁ ହଲାପଟା କଲେ ବିରୋଧୀ, ଗୃହ କାଲିଯାଏଁ ମୁଲତବି

ଏହା ମଧ୍ଯ ପଢ଼ନ୍ତୁ: ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ରାଜ୍ୟ ସରକାର ଡରୁଛନ୍ତି । ପ୍ରଶ୍ନକାଳ ଚାଲିଥିଲେ ସରକାରଙ୍କ ଅସଲ କଥା ପଦାକୁ ଆସିଥାନ୍ତା । ତେଣୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଛି । ସ୍ବାଧୀନତା ପରଠାରୁ ବିଜେଡି ଓ ବିଜେପି ଦକ୍ଷିଣ ଓଡ଼ିଶା ପାଇଁ କୌଣସି ବିକାଶ କରିନାହାନ୍ତି । ଯେତେସବୁ ଯୋଜନା ହୋଇଛି, ତାହା କଂଗ୍ରେସ ଅମଳରେ । ପ୍ରଚଳିତ ସରକାର କେବଳ ବାହାଃସ୍ପଟ ମାରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଶୀତ ଅଧିବେଶନର ତୃତୀୟ ଦିନରେ ପ୍ରବଳ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା ଯେ, ଆଦିବାସୀଙ୍କ ଜମି ଅଣଆଦିବାସୀ କିଣିପାରିବେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ସରକାର । ଯାହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରୁଛନ୍ତି । ଆଦିବାସୀଙ୍କ ଜମି ହଡପ କରିବାକୁ ଏହା ସରକାରଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ କରୁଛନ୍ତି । ତେଣୁ ରାଜ୍ୟ ସରକାର ଏହି ଆଦିବାସୀ ଜମି କିଣାବିକା ପ୍ରସଙ୍ଗରେ ଯେଉଁ ସ୍ଥିଗତାଦେଶ ଜାରି କରିଛନ୍ତି, ତାହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ଦାବି କରୁଛନ୍ତି ଉଭୟ ବିରୋଧୀ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details