ଓଡିଶା

odisha

ରାଜନୀତିରେ କେତେ ସଫଳ ହେବେ ପ୍ରଶାସକ ?

By ETV Bharat Odisha Team

Published : Nov 29, 2023, 10:49 PM IST

ପ୍ରଥମେ 2019 ନିର୍ବାଚନ ବେଳେ ଅପରାଜିତା ଷଡଙ୍ଗୀ ବିଜେପିରେ ସାମିଲ ହୋଇ ସାଂସଦ ଭାବେ ନିର୍ବାଚନ ଲଢ଼ିଲେ ବିଜୟୀ ମଧ୍ୟ ହେଲେ । 2024 ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ କଂଗ୍ରେସରେ ସାମିଲ ହୋଇ ଦଳର ଏକ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି । ଏବେ ବିଜେଡିରେ ପାଣ୍ଡିଆନ । ପଢନ୍ତୁ ଅଧିକ

ଓଡିଶା ରାଜନିତୀରେ କେତେ ସଫଳ ହେବେ ପୂର୍ବତନ ପ୍ରଶାସକ?
ଓଡିଶା ରାଜନିତୀରେ କେତେ ସଫଳ ହେବେ ପୂର୍ବତନ ପ୍ରଶାସକ?

ରାଜନୀତିରେ କେତେ ସଫଳ ହେବେ ପୂର୍ବତନ ପ୍ରଶାସକ

ଭୁବନେଶ୍ବର: ଆଗାମୀ 2024 ସାଧାରଣ ନିର୍ବାଚନ ପାଖେଇ ଆସୁଛି । ରାଜ୍ୟ ରାଜନୀତି ସରଗରମ ହେଉଛି। ରାଜନୈତିକ ସମୀକରଣ ବଦଳୁଛି। କ୍ଷମତା ଦଖଲ ପାଇଁ ନିଇତି ନୂଆ ନୂଆ ରଣନୀତି ହେଉଛି । ନିର୍ବାଚନ ପାଇଁ ଚାଲିଛି ଗୋଟି ଚାଳନା। ପ୍ରସଙ୍ଗ ସହିତ ପ୍ରଚାର ପାଇଁ ପ୍ରସ୍ତୁତ ହେଉଛି ଯୋଜନା। ସବୁ ଦଳ ନିଜ ଶ୍ରେଷ୍ଠ ଯୋଦ୍ଧାଙ୍କୁ ନେଇ କରୁଛନ୍ତି ରଣନୀତି । ଏହାରି ଭିତରେ ଅନେକ ଉଚ୍ଚ ପ୍ରଶାସନିକ ଅଧିକାରୀ ରାଜ୍ୟ ରାଜନୀତିରେ ସାମିଲ ହେଉଛନ୍ତି। ବିଜେଡି, ବିଜେପି ଓ କଂଗ୍ରେସରେ ଧାରାବାହିକ ଭାବେ ସାମିଲ ହୋଇଆସୁଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ମାନେ । କିଏ ସଫଳ ହୋଇଛନ୍ତି ତି କିଏ ବିଫଳ । ତିନି ଦଳରେ କିନ୍ତୁ ରହିଛନ୍ତି ଏକାଧିକ ବରିଷ୍ଠ ପ୍ରଶାସନିକ ଅଧିକାରୀ । ଯାହାଙ୍କୁ ନେଇ ଆଗାମୀ ଲଢେଇରେ ଅବତୀର୍ଣ୍ଣ ହେବେ ତିନି ଦଳ।

ଗତ 2019 ନିର୍ବାଚନ ବେଳେ ପ୍ରଭାବଶାଳୀ ପ୍ରଶାସିକା ଅପରାଜିତା ଷଡଙ୍ଗୀ ସ୍ବେଚ୍ଛାକୃତ ଅବସର ନେଇ ବିଜେପିରେ ସାମିଲ ହେଲେ । ଆଉ ଦଳ ସିଧା ଭୁବନେଶ୍ବର ସାଂସଦ ଟିକେଟ ଦେଇ ମୈଦାନକୁ ଛାଡିଲା। ସାଂସଦ ଭାବେ ନିର୍ବାଚନ ଲଢ଼ିଲେ ବିଜୟୀ ମଧ୍ୟ ହେଲେ । ପରବର୍ତ୍ତୀ ସମୟରେ ରାଜ୍ୟରେ ରାଜନୀତିରେ ଜଣେ ପ୍ରଭାବଶାଳୀ ନେତ୍ରୀ ଭାବେ ଉଭା ହୋଇଛନ୍ତି । ଏହାସହ ଜାତୀୟ ରାଜନୀତିରେ ମଧ୍ୟ ଅପରାଜିତା ଏଣ୍ଟ୍ରି କରିଛନ୍ତି । କେହି କେହି ତାଙ୍କୁ ଓଡିଶା ରାଜନୀତିର ଭବିଷ୍ୟତ ଭାବେ ଅବତାରଣ କରୁଛନ୍ତି । ବିଜେପି ଅପରାଜିତାଙ୍କୁ ନେଇ ମଧ୍ୟ ବେଶ ଆଶାୟୀ ଅଛି । ସେହିପରି ବିଏସଏଫର ତତ୍କାଳୀନ ଡିଜି ତଥା ଓଡିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର 2019 ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇ କଟକରୁ ନିର୍ବାଚନ ଲଢିଥିଲେ । ନିର୍ବାଚନରେ ପରାସ୍ତ ହେବା ପରେ ପ୍ରକାଶ ସକ୍ରିୟ ରାଜନୀତିରେ ନଥିଲେ ମଧ୍ୟ ବିଜେପି ପାଇଁ କାମ କରୁଛନ୍ତି । ଏହାବାଦ 2024 ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ କଂଗ୍ରେସରେ ସାମିଲ ହୋଇ ଦଳର ଏକ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି। କେନ୍ଦ୍ରୀୟ ନେତାଙ୍କ ବିଶ୍ବାସଭାଜନ ହୋଇ ସେ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ବଡ଼ କଥା ହେଉଛି ଯେ ପ୍ରଶାସକ ମାନେ ରାଜନିତୀରେ ପ୍ରବେଶ କରୁଛନ୍ତି ଏହାଦ୍ବାରା ରାଜନୈତିକ ଦଳ ମାନେ କେତେ ଫାଇଦାରେ ରହିବେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।

ଅଧିକ ପଢନ୍ତୁ- ଗଞ୍ଜାମ ଜିଲ୍ଲା ହେବ ପାଣ୍ଡିଆନଙ୍କ ପଲିଟିକ୍ସ ଗ୍ରାଉଣ୍ଡ !

ନିକଟରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଶାସକ ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡି ମହଲରେ ଯାହା ଆଲୋଚନା ହେଉଛି ପାଣ୍ଡିଆଙ୍କୁ ଦଳ ଏକ ବଡ ପଦବୀ ଦେବ। ଟିକେଟ ବାଣ୍ଟିବା ଠାରୁ ଆରମ୍ଭ କରି ଜାତୀୟ ଦଳ ସହ ବୁଝାମଣା କୁ ଦେଖାରେଖା କରିବାରେ ପାଣ୍ଡିଆନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଯେଉଁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବର୍ତ୍ତମାନ ରାଜନିତୀରେ ଯୋଗଦେଉଛନ୍ତି ସେମାନେ କେତେ ସଫଳ ହେବେ ? ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପରି ସେମାନେ ଜନ ପ୍ରତିନିଧି ଭାବେ ସଫଳତା ପାଇବେ କି ?

ସେହିପରି 2019 ରେ ଦେଖିବାକୁ ମିଳିଥିଲା ଆଉ ଜଣେ ବରିଷ୍ଠ ପ୍ରଶାସକଙ୍କ ରାଜନୀତିରେ ଏଣ୍ଟ୍ରି। ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ବିଜେଡିରେ ସାମିଲ ହୋଇଥିଲେ। ନିର୍ବାଚନରେ ଓଡ଼ିଆ ପୁଅ ଅରୂପ ସାମ୍ନାସାମ୍ନି ହୋଇଥିଲେ ଓଡ଼ିଆ ବୋହୁ ଅପରାଜିତାଙ୍କ ସହ। ହେଲେ ନିର୍ବାଚନରେ ହାରିବା ପରେ ଅରୂପଙ୍କ ଉପରୁ ବିଜେଡି ଯେଉଁ ବିଶ୍ବାସ ରଖିଥିଲା ତାହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ସେହିଭଳି ଓଡ଼ିଆ ବୋହୁ ଅପରାଜିତା ଏବଂ ଓଡ଼ିଆ ଜ୍ବାଇଁ ପାଣ୍ଡିଆନ ଏବେ ମୁଁହାମୁହିଁ । ଆଉ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ରାଜନିତୀର ଗୋଳିଆ ପାଣିରେ ନିଜକୁ ଖାପ ଖୁଆଇବାକୁ ଲାଗି ପଡିଛନ୍ତି। ଏହି ତିନି ପୂର୍ବତନ ପ୍ରଶାସକ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ବଡ ଭୂମିକା ନେଇପାରନ୍ତି ।

ଅଧିକ ପଢନ୍ତୁ- Aparajita Sarangi Target: କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା

ଏନେଇ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ କହିଛନ୍ତି ରାଜନିତୀକୁ ଆସିବାରେ କାହାକୁ ମନା ନାହିଁ। କଂଗ୍ରେସ ଦଳର ମଧ୍ୟ ଜଣେ ବରିଷ୍ଠ ପ୍ରଶାସକ ଯୋଗଦେଇଛନ୍ତି। ସେ ଗୋଟିଏ ନିର୍ଦ୍ଧିଷ୍ଟ ପଦବୀରେ ଅଛନ୍ତି। କଂଗ୍ରେସର ପିସିସି ସଭାପତି ହେଉଛନ୍ତି ମୁଖ୍ୟ। ହେଲେ ଅନ୍ୟ ଏକ ଦଳରେ ଜଣେ ପ୍ରଶାସକ ଅଛନ୍ତି ଯିଏ ପର୍ଯ୍ୟାୟକ୍ରମେ ସମସ୍ତ ରାଜନୈତିକ ବ୍ୟବସ୍ଥାକୁ ଖତମ କରିବାକୁ ଲାଗିଛନ୍ତି। ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଅଧସ୍ତନ ହୋଇ ରହିବାର ବ୍ୟବସ୍ଥା ଯିଏ ସୃଷ୍ଟି କରୁଛନ୍ତି ତାଙ୍କୁ ହିଁ ରାଜନିତୀରେ ସାମିଲ କରାଯାଉଛି। ଅପରାଜିତା ଷଡଙ୍ଗୀ ଜଣେ ସାଂସଦ, ମୁଖପାତ୍ର। କିନ୍ତୁ ପାଣ୍ଡିଆନ ଯେଉଁଭଳି ଭାବରେ ଆସିଛନ୍ତି ତାହା ହିଁ ପ୍ରଶ୍ନ । ରାଜନିତୀ ଉପରୁ ବିଶ୍ବାସ ହରାଇଥିବା ନବୀନ ପଟ୍ଟନାୟକ ବିଶ୍ବାସ କରୁଛନ୍ତି ଜଣେ ପ୍ରଶାସକଙ୍କ ଉପରେ ସେଇଟା ହିଁ ଦୁର୍ଭାଗ୍ୟ। ପାଣ୍ଡିଆନ ଯେତେବେଳେ ପ୍ରଶାସକ ଥିଲେ ସେତେବେଳେ ଲୁକାୟିତ ଭାବେ ବିଜେଡି କାମ କରୁଥିଲେ । ଏବେ ଦଳରେ ଅଛନ୍ତି ତେଣୁ ପ୍ରଶାସନିକ ଅଧିକାରୀ ମାନେ ଆଉ ମାନିବେ ନାହିଁ। ପାଣ୍ଡିଆନ କ୍ଷମତାରେ ଥିବାବେଳେ ଯାହା କରୁଥିଲେ ଏବେ ଆଉ ତାହା କରିପାରିବେ ନାହିଁ ।

ଅଧିକ ପଢନ୍ତୁ- ଡ୍ରାମା ବନ୍ଦ କରନ୍ତୁ, ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ ସଚିବ: ବିଜୟ ପଟ୍ଟନାୟକ

ଅନ୍ୟପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ଅଧିକାଂଶ ରାଜନୈତିକ ଦଳରେ ରାଜନୈତିକ ପ୍ରକ୍ରିୟା ଦୁର୍ବଳ ହୋଇଯାଇଛି। ଦଳରେ ରାଜନୈତିକ ପ୍ରକ୍ରିୟାରେ ଯେଉଁ ନେତୃତ୍ବ ସୃଷ୍ଟି ହେବା କଥା ସେଇଟା ଅନେକ ଦଳରେ ବନ୍ଦ ହୋଇଗଲାଣି। ବର୍ତ୍ତମାନ ନେତୃତ୍ବ ନିର୍ଭର କରୁଛି ସର୍ବୋଚ୍ଚ ନେତାଙ୍କ ମନୋନୀତ ବ୍ୟକ୍ତି ଉପରେ । ଓଡ଼ିଶାରେ କଲେଜ ନିର୍ବାଚନ ବନ୍ଦ ହୋଇଗଲାଣି। ଦଳ ଗୁଡ଼ିକରେ ନେତୃତ୍ବ ସୃଷ୍ଟି ସଙ୍କୁଚିତ ହୋଇଯାଇଛି। ଏବେ ସମୟରେ ରାଜନିତୀ ବ୍ୟୟ ସାପେକ୍ଷ ବ୍ୟବସ୍ଥା ହୋଇଗଲାଣି। ଯେଉଁ ପ୍ରଶାସକ ମାନଙ୍କ ଅନୁଭୂତି ରହିଛି ସେମାନଙ୍କୁ ରାଜନିତୀ ରେ ସାମିଲ ହେବା ପାଇଁ କେହି ରୋକି ପାରିବେ ନାହିଁ। ଦେଶର ସମ୍ବିଧାନ ବିଧି ବ୍ୟବସ୍ଥା ଯାହା କହୁଛି ଜଣେ ପ୍ରଶାସକ ଯେତିକି ଦିନ ଦାୟିତ୍ବରେ ରହୁଛି ସେମାନେ ନିର୍ଦ୍ଧିଷ୍ଟ ଦଳ ପ୍ରତି ଆକୃଷ୍ଟ ହୋଇ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ଜଣେ ଆଇଏଏସ କିମ୍ବା ଓଏଏସ ଅବସର ନେବାର 2 ବର୍ଷ ପର୍ଯ୍ୟନ୍ତ କୌଣସି ଦଳରେ ଯୋଗଦେଇ ପାରିବେ ନାହିଁ ବୋଲି ନିୟମ ହେବା ଦରକାର।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details