ETV Bharat / state

Aparajita Sarangi Target: କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା

author img

By

Published : Jun 17, 2023, 8:00 PM IST

ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ସାଂସଦ କହିଛନ୍ତି ‘‘ଓଡିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି। ରାଜ୍ୟରେ ଜଣେ ସଚିବ ସ୍ତରର ନିମ୍ନ ପଦସ୍ଥ ଅଧିକାରୀ ଶାସନ ବ୍ୟବସ୍ଥାକୁ ଚଞ୍ଚକତା ହାଇଜ୍ୟାକ କରିଛନ୍ତି। ଏହା ସମ୍ବିଧାନର ଉଲ୍ଲଘଂନ । ଯଦି ସଚିବଙ୍କର ରାଜନୀତି କରିବାର ଇଛା ଅଛି, ଫୁଲ ଚନ୍ଦନ ପାଇବାର ଅଛି ତାହେଲେ ଚାକିରୀ ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାନ୍ତୁ । ନିମ୍ନସ୍ତରର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କି ? ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ? ଅଧିକ ପଢନ୍ତୁ

କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା
କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା

କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା

ଭୁବନେଶ୍ବର: ଓଡିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି। ରାଜ୍ୟରେ ଜଣେ ସଚିବ ସ୍ତରର ନିମ୍ନ ପଦସ୍ଥ ଅଧିକାରୀ ଶାସନ ବ୍ୟବସ୍ଥାକୁ ଚଞ୍ଚକତା ହାଇଜ୍ୟାକ କରିଛନ୍ତି। ଏହା ସମ୍ବିଧାନର ଉଲ୍ଲଘଂନ । ଯଦି ସମ୍ପୃକ୍ତି ସଚିବଙ୍କର ରାଜନୀତି କରିବାର ଇଛା ଅଛି, ଫୁଲ ଚନ୍ଦନ ପାଇବାର ଅଛି ତାହା ହେଲେ ଚାକିରୀ ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାନ୍ତୁ । ଜିଲ୍ଲା ବୁଲିକାକୁ ହେଉଥିବା ଖର୍ଚ୍ଚ କେଉଁଠୁ ଆସୁଛି । ସେହି ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ତ? ଆଜି ଏଭଳି ଢଙ୍ଗରେ ନାଁ ନନେଇ 5ଟି ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ସାଂସଦ କହିଛନ୍ତି ‘‘ଓଡିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି। ରାଜ୍ୟରେ ଜଣେ ସଚିବ ସ୍ତରର ନିମ୍ନ ପଦସ୍ଥ ଅଧିକାରୀ ଶାସନ ବ୍ୟବସ୍ଥାକୁ ଚଞ୍ଚକତା ହାଇଜ୍ୟାକ କରିଛନ୍ତି। ଏହା ସମ୍ବିଧାନର ଉଲ୍ଲଘଂନ । ଯଦି ସଚିବଙ୍କର ରାଜନୀତି କରିବାର ଇଛା ଅଛି, ଫୁଲ ଚନ୍ଦନ ପାଇବାର ଅଛି ତାହେଲେ ଚାକିରୀ ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାନ୍ତୁ । ନିମ୍ନସ୍ତରର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କି ? ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ? ଏହି ଅଧିକାରୀ ଯିବେ, ମନ୍ତ୍ରୀ ମାନେ ଆଗରୁ ଯାଇ ବ୍ୟବସ୍ଥା କରିବେ । ଆଉ କାର୍ଯ୍ୟକ୍ରମ ବେଳେ ମନ୍ତ୍ରୀ କିମ୍ବା ବିଧାୟକ ମାନେ ମଞ୍ଚରେ ରହିବେ ନାହିଁ। କେବଳ ସଚିବ ରହିବେ। ସମସ୍ତ ଆଇଏଏସ ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ All India Services Conduct Rules (ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀ) ମାନିବାପାଇଁ ବାଧ୍ୟ ଅଟନ୍ତି । ଏଭଳି ଅଭାବନୀୟ ଘଟଣା ଆମ ରାଜ୍ୟ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଦେଖାଯାଉନାହିଁ। ଉକ୍ତ ଅଧିକାରୀଙ୍କ ଦ୍ବାରା କରାଯାଉଥିବା ଏଭଳି କାର୍ଯ୍ୟ ସମ୍ଭବତଃ ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି କିମ୍ବା ଜାଣି ଶୁଣି ନିଜର ବିଧାୟକ, ସାଂସଦ, ମନ୍ତ୍ରୀମାନଙ୍କୁ ଉକ୍ତ ନିମ୍ନପଦସ୍ତ ଅଧିକାରୀଙ୍କ ସେବା ଏବଂ ଦାୟିତ୍ବରେ ନିଜକୁ ସମର୍ପିତ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସ ୧୨(୧) ଅନୁସାରେ କୌଣସି ସର୍ବଭାରତୀୟ ସେବା ଅଧିକାରୀ ସର୍ବସାଧାରଣ ବୈଠକରେ ସାମିଲ ହୋଇପାରିବେ ନାହିଁ । କିମ୍ବା ସର୍ବସାଧାରଣରେ ପ୍ରଶଂସା ସାଉଁଟିପାରିବେ ନାହିଁ । ଏତତ ବ୍ୟତୀତ ସର୍ଭିସ ରୁଲସ ୫(୧) ଅନୁସାରେ ଏସବୁ କରିବା ପାଇଁ ବାରଣ କରାଯାଇଛି । ଏହାସତ୍ବେ ସମ୍ପୃକ୍ତ ସଚିବ ଯେଉଁଠି କି ଯାଉଛନ୍ତି ବ୍ୟାପକ ବ୍ୟବସ୍ଥା ହେଉଛି । ତାଙ୍କ ଉପରେ ଫୁଲ ଚନ୍ଦନ ପଡୁଛି । ପାଦ ଧୋଇ ଦେବାର ଫଟୋ ଆସୁଛି । ଏହା କେଉଁ ଆଧାରରେ ହେଉଛି ।’’

ସେହିପରି ଅପରାଜିତା କହିଛନ୍ତି ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ବାରା ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀର ସ୍ପଷ୍ଟ ଅବମାନନା ଅଟେ । ସର୍ବଭାରତୀୟ ପ୍ରଶାସନିକ ସେବା ନିୟମାବଳିର ଉଲଙ୍ଘନ ଲାଗି ସମ୍ପୃକ୍ତ ସଚିବଙ୍କ ବିରୁଦ୍ଧରେ ଶୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେକି ମୁଖ୍ୟମନ୍ତ୍ରୀ ?ବିଜେଡ଼ି ମନ୍ତ୍ରୀ ଓ ବିଧାୟକଙ୍କ ପ୍ରତି ଏଇଟା ମୋର ସହାନୁଭୂତି। ତାଙ୍କୁ ବାଧ୍ୟରେ ଦାୟିତ୍ବ ସ୍ଵୀକାର କରିବାକୁ କୁହାଯାଉଛି ତାଙ୍କର ଆତ୍ମସମ୍ମାନ ହରାଉଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ ଥିବା ତିନି ଜଣ ଦକ୍ଷିଣ ଭାରତୀୟ ଅଧିକାରୀଙ୍କୁ ଟାର୍ଗେଟ କଲେ ଅପରାଜିତା, କାହିଁକି ଓଡ଼ିଆ ଅଧିକାରୀଙ୍କୁ ବାହାରେ ରଖାଯାଇଛି ? 1936 ରେ ଉତ୍କଳ ପ୍ରଦେଶ ଗଠନ ହେବା ପରଠାରୁ ସରକାରୀ ବ୍ୟବସ୍ଥାରେ ଏହା ପ୍ରଥମ ଘଟଣା। ଏହାକୁ ନେଇ ଅପରାଜିତା ପ୍ରଶ୍ନ କରିଛନ୍ତି, ଏହା ସଂଯୋଗ ନା ସୁଚିନ୍ତିତ, ସୁନିୟୋଜିତ ନା ସୁନିୟନ୍ତ୍ରିତ ଷଡଯନ୍ତ୍ର। ସବୁ ବଡ଼ ବଡ଼ ଠିକା କାମ ଦିଆଯାଉଛି ଦକ୍ଷିଣ ଭାରତୀୟ କମ୍ପାନୀଙ୍କୁ। ଦକ୍ଷିଣ ଭାରତୀୟ କମ୍ପାନୀ ହେଉଛି ମେଘା ଇଞ୍ଜିନିଅରିଙ୍ଗ, ଏଲ ଆଣ୍ଡ ଟି, ନାଗାର୍ଜୁନ କନଷ୍ଟ୍ରାକସନ କର୍ପୋରେସନ । ଏମାନଙ୍କୁ କାହିଁକି ଦିଆଯାଇଛି। ଦକ୍ଷିଣ ଭାରତୀୟ କମ୍ପାନୀଙ୍କୁ ସୁହାଇଲା ଭଳି ବିଭିନ୍ନ କାମକୁ ଏକତ୍ରିତ କରି ବୃହତ ରୂପ ଦିଆଯାଉଛି। ଯାହା ଦ୍ବାରା ଓଡ଼ିଆ କଣ୍ଟ୍ରାକ୍ଟର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ପାରୁନାହାନ୍ତି। ଏହା ସଂଯୋଗ ନୁହେଁ ସୁନିୟୋଜିତ ଷଡଯନ୍ତ୍ର। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଲ୍ୟାବ ଟେଷ୍ଟ ପାଇଁ, ଗୋଟେ ଦକ୍ଷିଣ ଭାରତୀୟ କମ୍ପାନୀ ଟେକ-ମେଟ ସଲୟୁସନକୁ ଦାୟିତ୍ବ ଦିଆଯାଇଛି। ଯାହା ଟେଣ୍ଡର ପ୍ରକ୍ରିୟାରେ ସ୍ବଛତାକୁ ନେଇ ଅପରାଜିତାଙ୍କ ପ୍ରଶ୍ନ କରିଛନ୍ତି। ଯୋଡା, ବଡବିଲର ବେସରକାରୀ ଖଣି ମାଲିକମାନଙ୍କୁ ନିର୍ଦ୍ଦେଶ ଅନଔପଚାରିକ ନିର୍ଦ୍ଦେଶ ଦିଆଯାଇଛି। ଗୋଟେ ଦକ୍ଷିଣ ଭାରତୀୟ କମ୍ପାନୀକୁ ଡେଭଲପର-କମ- ଅପରେଟର ଭାବେ ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି।

ସାଂସଦ ଅପରାଜିତା ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ଭୁବନେଶ୍ବର ଓ ଓଡିଶାର ବିଭିନ୍ନ ଜିଲ୍ଲା ବୁଲିଲା ବେଳେ ଲୋକ କହୁଛନ୍ତି, ଯାହାକୁ ଆମେ ବାଛିଥିଲୁ ତାଙ୍କ ଦ୍ଵାରା ଶାସନ ଚାଲିଛି, ନା ଜଣେ ନିର୍ଦ୍ଦିଷ୍ଟ ନିମ୍ନ ପଦସ୍ଥ ଅଧିକାରୀ ଚଞ୍ଚକତା କରି ଶାସନ ବ୍ୟବସ୍ଥାକୁ ହାଇଜ୍ୟାକ କରିଛନ୍ତି । ଯେଉଁମାନଙ୍କୁ ଭୋଟ ଦେଇଥିଲୁ ସେ ଜନ ପ୍ରତିନିଧି ମାନଙ୍କର ଦେଖା ମିଳୁନି । ଏହା ଏକ ଗୁରୁତର ସମସ୍ୟା । ଜଣେ ସଚିବ ରାଙ୍କ ଅଫିସର ଚଞ୍ଚକତା ସହ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ହାଇଜ୍ୟାକ କରିଛନ୍ତି । ଏହା ସମ୍ବିଧାନକୁ ଉଲଂଘନ କରୁଛି । ରାଜ୍ୟ ସାରା ଏହି ସଚିବ ଉଡାଜାହାଜରେ ବୁଲୁଛନ୍ତି, ଜନସଭା କରୁଛନ୍ତି, ପ୍ରାୟୋଜିତ ସମ୍ବର୍ଦ୍ଧନା ନେଉଛନ୍ତି । ସରକାରଙ୍କ ଯୋଜନା ଘୋଷଣା କରୁଛନ୍ତି । ଯେଉଁଠି ସାଂସଦ ବିଧାୟକ ଅଛନ୍ତି, ସେଠାରେ କେମିତି ସଚିବ ଘୋଷଣା କରିବେ? । ସଚିବ ସ୍ତରୀୟ ଅଧିକାରୀ କହିଛନ୍ତି, ମତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି, ଯେତେବେଳେ ଏହି ଅଧିକାରୀ ଯିବେ, ମନ୍ତ୍ରୀ ମାନେ ଆଗରୁ ଯାଇ ବ୍ୟବସ୍ଥା କରିବେ । ଯଦି ମୁଖ୍ୟମନ୍ତ୍ରୀ ରୁମ ଭିତରୁ ଏଭଳି ଆଦେଶ ଦେଇଛନ୍ତି । ତେବେ ଓଡ଼ିଶା ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.