ଓଡିଶା

odisha

Police Medal: କର୍ତ୍ତବ୍ୟରେ କରିନଥିଲେ ଢିଲା, ୩୦କର୍ମଚାରୀଙ୍କୁ ମିଳିଲା ପୋଲିସ ପଦକ

By

Published : Jan 26, 2023, 8:31 PM IST

ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ୩୦ ପୋଲିସ କର୍ମଚାରୀଙ୍କୁ ମିଳିଛି ପୋଲିସ ପଦକ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକସେବା ଭବନରେ ଚାକିରିରେ ଭଲ କାମ କରିଥିବା ପୋଲିସ କର୍ମୀଙ୍କୁ ଏହି ପଦକ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

Police medal
Police medal

Police Medal

ଭୁବନେଶ୍ବର:ମିଳିଲା ପୋଲିସ ପଦକ । ଚାକିରିରେ ଭଲ କାମ କରି ପ୍ରଶଂସା ସାଉଣ୍ଟିଛନ୍ତି ପୋଲିସ କର୍ମଚାରୀ । ଉଲ୍ଲେଖନୀୟ ସେବା ଓ ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପଦକ ଉତ୍ସବ ସମାରୋହରେ ରାଜ୍ୟପାଳଙ୍କ ହାତରୁ ନେଇଛନ୍ତି ପ୍ରଶଂସା ପତ୍ର । ପ୍ରତିବର୍ଷ ପରି ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଥିବା ବେଳେ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା । ମୋଟ ୩୪ ଜଣଙ୍କୁ ପୋଲିସ ପଦକ ମିଳିଥିଲା ।

ଏହି ସମାରୋହରେ ସାହସିକତା ପାଇଁ ୨ଜଣ ପୋଲିସ କର୍ମୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ‌ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହିପରି ବିଶିଷ୍ଟ ତଥା ଉତ୍କୃଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ବର୍ତ୍ତମାନର ଟ୍ବିନସିଟିର ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ସରୋଜ କୁମାର ମହାପାତ୍ର, ଇନଚାର୍ଜ ଏସପି ସିକୁରିଟି ଓ୍ବିଙ୍ଗ୍ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ- ଲେଫ୍ଟନାଣ୍ଟ ଚେତନ ଶର୍ମା ନେଲେ ଆକାଶ ମିଶାଇଲ ସିଷ୍ଟମ କଣ୍ଟିନଜେଣ୍ଟର ନେତୃତ୍ୱ

ସେମାନେ ହେଲେ ଭିଜିଲାନ୍ସ ଅତିରିକ୍ତ ଏସପି ପ୍ରକାଶ କୁମାର ନାୟକ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଡିଏସପି ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ, ରାଉରକେଲା ଡିଏସପି ବନିତା ମାଝୀ , କ୍ରାଇମବ୍ରାଞ୍ଚ ଏସଆଇ ଏନ. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେଶାଲ ସ୍କ୍ବାର୍ଡ ଏଏସଆଇ ମହମ୍ମଦ ଜାହାଙ୍ଗିର, ଝାରସୁଗୁଡା ବାଟାଲିୟନ ହାବିଲଦାର ବିଷ୍ଣୁ କୁମାର ବୁରା, ଅନୁଗୋଳର ହାବିଲଦାର ହୃଷିକେଶ ବାରିକ, କୋରାପୁଟ ଏସଓଜିର ବସନ୍ତ କୁମାର ଡାକୁଆ, ରାଉରକେଲା ଡିଏଫଏସ୍ଏଲର କନଷ୍ଟେବଳ ଅଞ୍ଜନ ମହାନ୍ତି ଓ କୋରାପୁଟ ତୃତୀୟ ବାଟାଲିୟନର ପ୍ରଶାନ୍ତ ପରିଡ଼ା ।

ସେହିଭଳି ରାଜ୍ୟପାଳ ମେଡାଲ ପାଇଛନ୍ତି ଓଡ଼ିଶା ସରକାରଙ୍କ ଆବାସିକ କମିଶନର ରବିକାନ୍ତ ଓ ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲ । କ୍ୟାଟାଗୋରୀ ୨ରେ ପୁରୀ ଏସପି କନୱାର ବିଶାଲ ସିଂ ଓ କଟକ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ଚନ୍ଦ୍ର ପ୍ରଧାନ । କଟକ ଜୋନ ଏସିପି ଅରୁଣ ସ୍ବାଇଁଙ୍କ ସହ ଅନ୍ୟମାନଙ୍କୁ ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details