ETV Bharat / state

ଲେଫ୍ଟନାଣ୍ଟ ଚେତନ ଶର୍ମା ନେଲେ ଆକାଶ ମିଶାଇଲ ସିଷ୍ଟମ କଣ୍ଟିନଜେଣ୍ଟର ନେତୃତ୍ୱ

author img

By

Published : Jan 26, 2023, 6:19 PM IST

ସ୍କ୍ୱାଡ୍ରନ ଲିଡର ସିନ୍ଧୁ ରେଡ୍ଡି ଭାରତୀୟ ବାୟୁସେନା ପରେଡ ଦଳର ନେତୃତ୍ୱ ନେଇଥିଲେ କର୍ତ୍ତବ୍ୟପଥରେ । ଯେଉଁଥିରେ ୧୪୪ ସେନାନୀ ରହିଥିବା ବେଳେ ୪ଜଣ ଅଧିକାରୀ ରହିଛନ୍ତି । ସିନ୍ଧୁ MI -୧୭ ଯୁଦ୍ଧ ହେଲିକପ୍ଟରର ଜଣେ ଫାଇଟର ପାଇଲଟ । ସେହିଭଳି ନୌସେନା ଅଧିକାରୀ ଏଆର ଅପରେସନ ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଦିଶା ଅମୃତ ୧୪୪ ଜଣିଆ ନୌବାହିନୀର ନେତୃତ୍ୱ ନେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharatଲେଫ୍ଟନାଣ୍ଟ ଚେତନ ଶର୍ମା ନେଲେ ଆକାଶ ମିଶାଇଲ ସିଷ୍ଟମ କଣ୍ଟିଜେଣ୍ଟର ନେତୃତ୍ବ

ଲେଫ୍ଟନାଣ୍ଟ ଚେତନ ଶର୍ମା ନେଲେ ଆକାଶ ମିଶାଇଲ ସିଷ୍ଟମ କଣ୍ଟିଜେଣ୍ଟର ନେତୃତ୍ବ

ନୂଆଦିଲ୍ଲୀ: Lieutenant Chetna Sharma ଦେଶ ପାଳୁଛି ଗୌରବମୟ 74ତମ ସ୍ବାଧିନତା ଦିବସ । କର୍ତ୍ତବ୍ୟ ପଥରୁ ସାରା ବିଶ୍ବ ଦେଖିଛି ଭାରତର ଶକ୍ତି ସାମର୍ଥ୍ୟ । ଭାରତୀୟ ସେନାର ସାମରିକ ଶକ୍ତି ଆଜି ପ୍ରଦର୍ଶିତ ହୋଇଛି ରାଜପଥରେ । ଯାହାର ସାକ୍ଷୀ ରହିଛନ୍ତି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ, ଗଣତନ୍ତ୍ରଣ ଦିବସର ମୁଖ୍ୟ ଅତିଥିଙ୍କ ସମେତ ପୁରା ଦେଶବାସୀ । ଆଜି କର୍ତ୍ତବ୍ୟ ପଥରେ ଭାରତୀୟ ନାରୀ ଶକ୍ତିର ଦକ୍ଷତା ମଧ୍ୟ ପ୍ରଦର୍ଶନ ହୋଇଛି । ଭାରତୀୟ ସେନାର ମହିଳା ଅଧିକାରୀ ନିଜ ନିଜ ସାମରିକ ଦଳର ନେତୃତ୍ୱ ନେଇଛନ୍ତି ।

ଏହି ଅବସରରେ ସ୍ୱଦେଶ ଜ୍ଞାନ କୌଶଳରେ ନିର୍ମିତ ଭୁପୂଷ୍ଠରୁ-ବାୟୁ କ୍ଷେପଣାସ୍ତ୍ର ଆକାଶ ମିଶାଇଲ ମଧ୍ୟ କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି । ଯାହାର ନେତୃତ୍ୱ ନେଇଛନ୍ତି ମହିଳା ଅଧିକାରୀ ଲେଫ୍ଟନାଣ୍ଟ ଚେତନ ଶର୍ମା । ସେହିପରି ସ୍କ୍ୱାଡ୍ରନ ଲିଡର ସିନ୍ଧୁ ରେଡ୍ଡି ଭାରତୀୟ ବାୟୁସେନା ପରେଡ ଦଳର ନେତୃତ୍ୱ ନେଇଥିଲେ କର୍ତ୍ତବ୍ୟପଛରେ । ଯେଉଁଥିରେ ୧୪୪ ସେନାନୀ ରହିଥିବା ବେଳେ ୪ଜଣ ଅଧିକାରୀ ରହିଛନ୍ତି । ସିନ୍ଧୁ MI -୧୭ ଯୁଦ୍ଧ ହେଲିକପ୍ଟରର ଜଣେ ଫାଇଟର ପାଇଲଟ । ସେହିଭଳି ନୌସେନା ଅଧିକାରୀ ଏଆର ଅପରେସନ ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଦିଶା ଅମୃତ ୧୪୪ ଜଣିଆ ନୌବାହିନୀର ନେତୃତ୍ୱ ନେଇଛନ୍ତି । ଏହି ତିନି ଭାରତୀୟ ମହିଳା ଅଧିକାରୀ ଯେତେବେଳେ କର୍ତ୍ତବ୍ୟପଥରେ ନିଜ ନିଜ କଣ୍ଟିଜେଣ୍ଟର ନେତୃତ୍ବ ନେଇ ଆଗକୁ ବଢୁଥିଲେ ସେତେବେଳେ ପୁରା କର୍ତ୍ତବ୍ୟ ପଥ କରତାଳିରେ ପ୍ରକମ୍ପିତ ହୋଇଥିଲା ।

କିଏ ଲେଫଟନାଣ୍ଟ ଚେତନ ଶର୍ମା: ଲେଫଟନାଣ୍ଟ ଚେତନ ଶର୍ମା ଏୟାର ଡିଫେନ୍ସ ରେଜିମେଣ୍ଟ ର ଜଣେ ସୈନ୍ୟ ଅଧିକାରୀ । ରାଜସ୍ଥାନର ମୂଳ ବାସିନ୍ଦା ଚେତନ ଶର୍ମା । ଏଲଆଇଟି ଭୋପାଳରୁ ଉଚ୍ଚିଶିକ୍ଷା ଶେଷ ପରେ ଭାରତୀୟ ସେନାରେ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମଥର କୌଣସି ଭାରତୀୟ ମହିଳା ସେନା ଅଧିକାରୀ ସାଧାରଣତନ୍ତ୍ର ଦିବସରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ଆକାଶ ମିଶାଇଲ ସିଷ୍ଟମ କଣ୍ଟିଜେଣ୍ଟର ନେତୃତ୍ବ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.