ଓଡିଶା

odisha

ବିଜେପି ସହ ମିଶି ନିର୍ବାଚନ ଜିତିବାକୁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ: ଶରତ

By

Published : Aug 15, 2023, 8:09 PM IST

ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଥମିନଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏନେଇ ପୁଣିଥରେ ଉଭୟ ବିଜେପି ଓ ବିଜେଡି ଭିତରେ ବୁଝାମଣାର ଗନ୍ଧ ବାରିଛି କଂଗ୍ରେସ । ତେବେ ବିଜେଡିକୁ ନିର୍ବାଚନ ହାରିବାର ଭୟ ଘାରିଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ବିଜେପି ସହ ମିଶି ନିର୍ବାଚନ ଜିତିବାକୁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ
ବିଜେପି ସହ ମିଶି ନିର୍ବାଚନ ଜିତିବାକୁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ବିଜେପି ସହ ମିଶି ନିର୍ବାଚନ ଜିତିବାକୁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ବିଜେପି ସରକାରକୁ ବିଜେଡିର ନିଃସର୍ତ୍ତ ସହଯୋଗକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । କିଛିଦିନ ପୂର୍ବରୁ ମଣିପୁର ହିଂସା ବିରୋଧରେ ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଥିଲା ବିଜେଡି । ଦିଲ୍ଲୀ ଅଧ୍ୟାଦେଶକୁ ସମସ୍ତ ଏନ୍‌ଡିଏ ବିରୋଧୀ ଦଳ ବିରୋଧ କରୁଥିବାବେଳେ ବିଜେଡି କିନ୍ତୁ ଏହାର ସମର୍ଥନରେ ବାହାରିଥିଲା । ଯାହାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ଭିତିରି ମେଣ୍ଟ ଥିବା ଅଭିଯୋଗକୁ ପୁଣିଥରେ ଶାଣିତ କରିଛି କଂଗ୍ରେସ । ତେବେ ଚଳିତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେନେଇ ପୁଣିଥରେ ଉଭୟ ଦଳ ଭିତରେ ବୁଝାମଣାର ଗନ୍ଧ ବାରିଛି କଂଗ୍ରେସ । ଉଭୟ ବିଜେଡି ଏବଂ ବିଜେପିର ଅସ୍ଥିରତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଶରତ କହିଛନ୍ତି, "ନବୀନ ଦିଲ୍ଲୀ ଯିବା ପ୍ରସଙ୍ଗ ଦୀର୍ଘଦିନ ହେବ ଆଲୋଚନା ହେଉଛି । ଦିଲ୍ଲୀ ଯିବା ପଛରେ କାରଣ ଥାଇପାରେ । ପୁଣି ଥରେ ସରକାରକୁ ଫେରି ପାରିବେ ନା ନାହିଁ ସେନେଇ ଭୟ ରହିଛି । ତେଣୁ କେନ୍ଦ୍ରର ସାହାଯ୍ୟ ନେଇ ଜିତିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଆଗୁଆ ନିର୍ବାଚନ କରିବାକୁ ସଲାସୁତରା କରିବାକୁ ଦିଲ୍ଲୀ ଯାଉଥାଇ ପାରନ୍ତି ।"

ସେହିଭଳି ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ସେ କହିଛନ୍ତି, "ନିର୍ବାଚନ ଠିକ୍ ସମୟରେ ହେବା କଥା । ଭୟ ଅଛି ବୋଲି ଆଗୁଆ କରିବାକୁ ଚେଷ୍ଟା କରୁଛନ୍ତି । ଯାହା କି ଗଣତନ୍ତ୍ରର ହତ୍ୟା ବୋଲି ଲୋକେ କହୁଛନ୍ତି । ୫ ବର୍ଷ ପାଇଁ ଲୋକ ଭୋଟ ଦେଇଛନ୍ତି । ହେଲେ ରାଜ୍ୟରେ ଶାସକ ଦଳ ଆସ୍ଥା ହରାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଲୋକ ଭେଟି ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ କୁଆଡ଼େ ଯାଉନାହାନ୍ତି । ରାଜ୍ୟରେ କ୍ଷମତା ବାବୁ ମାନଙ୍କ ହାତରେ ରହିଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଓ ଶାସକ ଦଳ ଏକାଠି ଅଛନ୍ତି । ଏହା ଅଧିକ ଦିନ ଚାଲିବ ନାହିଁ । ଏହାର ପରିବର୍ତ୍ତନ ହେବ । ରାଜ୍ୟବାସୀ ଆସନ୍ତା ନିର୍ବାଚନରେ ଏହାର ଜବାବ ଦେବେ ।" ଆସନ୍ତା ସାଧାରଣ ନିର୍ବାଚନରେ ଲୋକେ କଂଗ୍ରେସକୁ ବିଶ୍ବାସକୁ ନେବେ ବୋଲି ପିସିସି ସଭାପତି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Early Election Speculation: ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି-ବିଜେପି କଥା କଟାକଟି

ପ୍ରକାଶଯୋଗ୍ୟ, ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି । ଚଳିତ ବର୍ଷ ଶେଷ ଆଡ଼କୁ ୫ ରାଜ୍ୟର ନିର୍ବାଚନ ସମୟରେ ଓଡ଼ିଶାରେ ନିର୍ବାଚନ ହେବ ବୋଲି ଏବେ ରାଜନୀତି ସମୀକ୍ଷକମାନେ ଆକଳନ କରୁଛନ୍ତି । ରାଜ୍ୟ ସରକାର ଯେଉଁଭଳି ଜିଲ୍ଲାସ୍ତରରେ ପ୍ରଶାସନିକ କଳକୁ ପରିଚାଳନା କରୁଛନ୍ତି, ସେପଟେ ସାଙ୍ଗଠନିକ କ୍ଷେତ୍ରରେ ବିଜେଡି ନେତାଙ୍କୁ ଦାୟିତ୍ବ ହସ୍ତାନ୍ତର, 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଆଦି କେଉଁଠି ନା କେଉଁଠି ଆଗୁଆ ନିର୍ବାଚନ ପାଇଁ ଶାସକ ବିଜେଡିର ସଜବାଜ ବୋଲି ଆକଳନ କରାଯାଉଛି । ଆଉ ଏହାରି ଭିତରେ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ ଚର୍ଚ୍ଚା ଅନେକ ପ୍ରଶ୍ନ ଛିଡ଼ା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details