ଓଡିଶା

odisha

One Health Programme: ଜୁନୋଟିକ ଡିଜିଜ୍ ସଂକ୍ରମଣ ରୋକିବାକୁ WHOର ପଦକ୍ଷେପ, ଓଡ଼ିଶାରେ ହେବ ପାଇଲଟ ପ୍ରକଳ୍ପ

By ETV Bharat Odisha Team

Published : Oct 6, 2023, 9:43 PM IST

ଓଡ଼ିଶାରେ ଆରମ୍ଭ ହେବ 'ୱାନ୍ ହେଲଥ' କାର୍ଯ୍ୟକ୍ରମ । WHO ଦ୍ୱାରା ପ୍ରସ୍ତାବିତ ଏହି କାର୍ଯ୍ୟକ୍ରମ ଓଡ଼ିଶା ସମେତ ୪ଟି ରାଜ୍ୟରେ ଆରମ୍ଭ ହେଉଛି । ଅଧିକ ପଢନ୍ତୁ

One health programme to be launch
ଜୁନୋଟିକ ଡିଜିଜ୍ ସଂକ୍ରମଣ ରୋକିବାକୁ ପଦକ୍ଷେପ


ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବ 'ୱାନ୍ ହେଲଥ' କାର୍ଯ୍ୟକ୍ରମ । WHO ଦ୍ୱାରା ପ୍ରସ୍ତାବିତ 'ୱାନ୍ ହେଲଥ' କାର୍ଯ୍ୟକ୍ରମକୁ ପାଇଲଟ ପ୍ରକଳ୍ପ ଆଧାରରେ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ । ଏହି କାର୍ଯ୍ୟକ୍ରମ ଓଡ଼ିଶା ସମେତ ୪ଟି ରାଜ୍ୟରେ ଆରମ୍ଭ ହେଉଛି । ଏହା ଅଧୀନରେ ରହିଥିବା ଜୁନୋଟିକ୍‌ ଡିଜିଜ ଅର୍ଥାତ୍ ଆନ୍ଥ୍ରାକ୍ସ (anthrax), ରାବିଜ (Rabbies), ସ୍କ୍ରବ୍‌ ଟାଇଫସ୍‌ (Scrub Typhus), ନିପା (Nipah) ଭାଇରସ୍‌ ଭଳି ପଶୁ ଠାରୁ ମଣିଷ ଶରୀରକୁ ଆସୁଥିବା ରୋଗ ମୁକାବିଲା କରିବା ଦିଗରେ ମିଳିତ ଭାବରେ ପଦକ୍ଷେପ ନିଆଯିବ । ଏହିସବୁ ରୋଗର ନିରାକରଣକୁ ଦୃଷ୍ଟିରେ ରଖି 'ୱାନ ହେଲଥ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏନେଇ ସ୍ଵାସ୍ଥ୍ୟ ବିଭାଗ ସହ ପଶୁ ସମ୍ପଦ, କୃଷି ଓ ବନ୍ୟପ୍ରାଣୀ ବିଭାଗ ମିଳିତ ଭାବରେ କାର୍ଯ୍ୟ କରିବେ । ଏହା ଅଧୀନରେ ଜୁନୋଟିକ ଡିଜିଜ୍‌ ପାଇଁ ତିଆରି ହେବ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଆକ୍ସନ ପ୍ଲାନ । ଏହାସହ କୋଅର୍ଡିନେସନ କମିଟି ଗଠନ ହେବ । କେଉଁ ଜିଲ୍ଲାରେ କେଉଁ ଜୁନୋଟିକ ରୋଗ ଅଧିକ ହେଉଛି ତାହାର ମ୍ୟାପିଂ କରାଯିବ । ଖାଲି ସେତିକି ନୁହେଁ, ରାଜ୍ୟରେ ଜୁନୋଟିକ ରୋଗ ପରୀକ୍ଷା ଲାଗି ସେଣ୍ଟ୍ରାଲ ଓ ମେଡିକାଲ କଲେଜ ଲାବୋରେଟରୀ ଗୁଡ଼ିକୁ ଅଧିକ ସଶକ୍ତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ...ସ୍କ୍ରବ୍‌ ଟାଇଫସର ଅନୁଧ୍ୟାନ ପାଇଁ ବରଗଡ଼ରେ କେନ୍ଦ୍ରୀୟ ଟିମ

ଏହା ବି ପଢନ୍ତୁ...ବୁର୍ଲା ଭୀମସାରରେ କେନ୍ଦ୍ରୀୟ ଟିମ, ସ୍କ୍ରବ ଟାଇଫସ ସ୍ଥିତିକୁ ନେଇ କଲେ ଅନୁଧ୍ୟାନ


ରାଜ୍ୟରେ ଦିନକୁ ଦିନ ମାଡ଼ି ଚାଲିଛି ସ୍କ୍ରବ୍‌ ଟାଇଫସ୍‌ । ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବାବେଳେ ବହୁ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନସୁଦ୍ଧା ରାଜ୍ୟରେ ୨ ହଜାରରୁ ଅଧିକ ଜନସାଧାରଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ଝାରସୁଗୁଡ଼ାରେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ମେଡ଼ିକାଲ ଟିମ୍

ତେବେ ୨୦ ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ରାଜ୍ୟରେ ଦିନକୁ ଦିନ ଅଧିକରୁ ଅଧିକ ଏହାର ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସି ୪ଟି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍କ୍ରବ୍ ଟାଇଫସ୍ ରୋଗୀଙ୍କୁ କେଉଁ ମେଡିସିନ୍ ଦିଆଯିବ, ତାହା ନିର୍ଦ୍ଧାରିତ କରାଯାଇଛି । ତେବେ କିଭଳି ଭାବରେ ସଂକ୍ରମଣ ରୋକା ଯାଇପାରିବ ସେନେଇ ଗାଇଡଲାଇନ ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details