ଓଡିଶା

odisha

କଂଗ୍ରେସ ଭବନରେ ଗଣତନ୍ତ୍ର ଦିବସ ପାଳିତ, ଗଣତନ୍ତ୍ର ଆଜି ରକ୍ତାକ୍ତ କହିଲେ ପୂର୍ବତନ ପିସିସି ଅଧ୍ୟକ୍ଷ

By

Published : Jan 26, 2023, 10:49 PM IST

କଂଗ୍ରେସ ଭବନରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ପୂର୍ବତନ ପିସିସି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଆଜି ଗଣତନ୍ତ୍ର ରକ୍ତାକ୍ତ ହୋଇଯାଇଥିବା କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର:ଆଜି ଗଣତନ୍ତ୍ର ଦିବସ ପାଳନ କରୁଛି ସାରା ଦେଶ । ବିଶ୍ବର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଆଜି ଖୁସିର ମାହୋଲ । ସବୁଆଡେ ଉତ୍ସବର ପରିବେଶ । କଂଗ୍ରେସ ଭବନରେ ମଧ୍ୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ପୂର୍ବତନ ପିସିସି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ ଜାତୀୟ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି । କଂଗ୍ରେସ ସେବା ଦଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସେବା ଦଳ କର୍ମକର୍ତ୍ତା, ବିଧାୟକ ସୁର ରାଉତରାୟ ଏବଂ ଅନ୍ୟାନ୍ୟ ନେତା ଓ କର୍ମୀ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି ।

ପତାକା ଉତ୍ତୋଳନ କରି ନିଜ ଅଭିଭାଷଣରେ ପୂର୍ବତନ ପିସିସି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ କହିଛନ୍ତି, "ଦେଶର ସାର୍ବଭୌମତ୍ୟକୁ ଯେଉଁମାନେ ସୁରକ୍ଷିତ ରଖିଛନ୍ତି ସେମାନଙ୍କୁ କଂଗ୍ରେସର କୃତଜ୍ଞତା । ଗଣତନ୍ତ୍ର ଆଜି ରକ୍ତାକ୍ତ। ଦେଶର ଭାଇଚାରା ଆଜି ଧୂଳିସାତ। ଧର୍ମ ନାଁରେ, ସମ୍ପ୍ରଦାୟ ନାଁରେ ସୀମା ନାଁରେ ଦେଶ ଆଜି ଖଣ୍ଡବିଖଣ୍ଡିତ । ଆଜି କଂଗ୍ରେସର ଆହ୍ବାନ, ଭାରତବର୍ଷ ଏକ ନୂଆ ଆଜାଦି ପାଇଁ ଏକ ଆନ୍ଦୋଳନ କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ଆରମ୍ଭ କରିଛି। ଭାରତ ଯୋଡ଼ ପଦଯାତ୍ରା ଦ୍ବାରା ଦେଶର ଅଖଣ୍ଡତା ବଜାୟ ରହିବ। ଏକ ସୂତ୍ରରେ ବାନ୍ଧି ହେବ ସମଗ୍ର ଭାରତ। ୯୩ ବର୍ଷ ତଳେ ଭାରତର ଜାତୀୟ କଂଗ୍ରେସ ପୂର୍ଣ୍ଣ ସ୍ବରାଜ୍ୟର ସଂକଳ୍ପ ଗ୍ରହଣ କରିଥିଲା ।"

ଏହା ବି ପଢନ୍ତୁ- Student's Parade: ଗାନ୍ଧୀମାର୍ଗରେ ପରେଡ୍‌ ପ୍ରଦର୍ଶନ କଲେ ୨୫ଟି ସ୍କୁଲର ଛାତ୍ରଛାତ୍ରୀ

ସେଦିନ ଯାହା ସ୍ବପ୍ନ ଦେଖିଥିଲା କଂଗ୍ରେସ ଆଜିର ବାସ୍ତବତା ଏବଂ ସେ ସ୍ବପ୍ନ ଭିତରେ ବଡ଼ ଫରକ। ସମ୍ବିଧାନରେ ଭାରତବର୍ଷ ଏକ ଧର୍ମନିରପେକ୍ଷ ସାର୍ବଭୌମ, ସମାଜବାଦୀ ସାଧାରଣତନ୍ତ୍ର ହେଲେ ଆଜି ସାଧାରଣତନ୍ତ୍ର ବିପନ୍ନ ବୋଲି ସେ କହିଛନ୍ତି । ପିସିସି ସଭାପତି ଭାରତ ଯୋଡ଼ ପଦଯାତ୍ରାରେ ବ୍ୟସ୍ତ ଥିବାରୁ ପ୍ରସାଦଙ୍କୁ ପତାକା ଉତ୍ତୋଳନ ଦାୟିତ୍ବ ଦିଆଯାଇଥିଲା । ତେବେ ସୂଚନା ଥାଉ କି ଆସନ୍ତା ୨୮ ତାରିଖରେ ଭୁବନେଶ୍ବରରେ ଭାରତ ଯୋଡ଼ ଉଦଯାପିତ ହେବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details