ଓଡିଶା

odisha

Budget Session: ତୃତୀୟ ଦିନ ଗୃହକାର୍ଯ୍ୟ ସ୍ବାଭାବିକ, ପ୍ରଦୀପ ପାଣିଗ୍ରାହୀଙ୍କ କକ୍ଷ ତ୍ୟାଗ

By

Published : Feb 23, 2023, 1:36 PM IST

ବିଧାନସଭା ବଜେଟ ଅଧିବେଶନ ତୃତୀୟ ଦିନରେ ସ୍ବାଭାବିକ ହୋଇଛି ଗୃହକାର୍ଯ୍ୟ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରଶ୍ନ ପଚାରିବାକୁ ସୁଯୋଗ ନ ମିଳିବାରୁ ସେ କକ୍ଷ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

Pradeep Panigrahi walk out from assembly
Budget Session

Budget Session

ଭୁବନେଶ୍ବର: ଦୁଇ ଦିନ ହଙ୍ଗମା ପରେ ତୃତୀୟ ଦିନ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଛି । ବିଧାନସଭାରେ ପ୍ରଶ୍ନକାଳ ସ୍ବାଭାବିକ ଭାବେ ଚାଲିଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରଶ୍ନ ପଚାରିବାକୁ ସୁଯୋଗ ନ ମିଳିବାରୁ ସେ କକ୍ଷ ତ୍ୟାଗ କରିଛନ୍ତି । ବାଚସ୍ପତି ପକ୍ଷପାତ କରୁଥିବା କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ବିଧାନସଭା ଅଧିବେଶନ ପ୍ରଶ୍ନକାଳରେ ବିଧାୟକ ପ୍ରଦୀପ ପାଣୀଗ୍ରାହୀ ପ୍ରଶ୍ନ କରିବାକୁ ଯିବା ସମୟରେ ତାଙ୍କୁ ବାଚସ୍ପତି ଅଟକାଇ ଥିଲେ । ପ୍ରଶ୍ନ ପଚାରିବାକୁ ସୁଯୋଗ ଦେଇ ନଥିଲେ ତେଣୁ ସେ କକ୍ଷତ୍ୟାଗ କରିଛନ୍ତି । ଏ ବାବଦରେ ବିଧାୟକ କହିଛନ୍ତି, ''ବାଚସ୍ପତି ପକ୍ଷପାତ କରୁଛନ୍ତି । ଗୋପାଳପୁରର ବିକାଶ ଚାହୁଁ ନାହାନ୍ତି ସରକାର । ବିଧାନସଭାରେ ପ୍ରଶ୍ନ କରିବାକୁ ଚାହିଁଲି ମାତ୍ର ବଚସ୍ପତି ମୋତେ ସୁଯୋଗ ଦେଲେ ନାହିଁ ।'' ସମସ୍ତଙ୍କୁ ସୁଯୋଗ ଦିଆଗଲା ମାତ୍ର ପ୍ରଦୀପଙ୍କୁ କାହିଁକି ସୁଯୋଗ ଦିଆଗଲା ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ବାଚସ୍ପତି ଓ ସରକାରଙ୍କୁ ପଚାର । ଗୃହରେ ସଦସ୍ୟଙ୍କୁ କହିବାକୁ ସୁଯୋଗ ଦିଆ ନଯିବା ଗୃହର ଅପମାନ ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ପ୍ରଶ୍ନକାଳରେ ଏମଏଲଏ ଲାଡ ଫଣ୍ଡ ବିଷୟ ଉଠିଥିଲା । ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ଏମଏଲଏ ଲାଡ ଫଣ୍ଡ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିବା ମୁଁ ଭାବୁଛି ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେହିପରି ମନ୍ଦିର, ମସଜିଦ, ଗିର୍ଜା ଘର ପାଚେରୀ ନିର୍ମାଣରେ ଏଇ ଅର୍ଥ ଖର୍ଚ୍ଚ ହୋଇପାରିବ। କିନ୍ତୁ ନୂଆ ନିର୍ମାଣରେ ହୋଇପାରିବ ନାହିଁ । ରଘୁନାଥ ଗମାଙ୍ଗଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ରାଜେନ୍ଦ୍ର ଢୋଲକିଆ । ଏହା ପରେ ଆରମ୍ଭ ହୋଇଥିଲା ଶୂନ୍ୟକାଳ ।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ ଗୃହରେ ଶାସକ ଦଳରେ ୪୬ଜଣ ବିଧାୟକ ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କ ନାମରେ ୧୮୦ ମାମଲା ପେଣ୍ଡିଙ୍ଗ ରହିଛି । ୬ ଜଣଙ୍କ ନାମରେ ନାମରେ ୩୦୭, ୨ଜଣଙ୍କ ନାଁରେ ୩୯୫ ଡକାୟତି, ୯ଜଣକ ନାଁରେ ୩୭୯ ଚୋରି, ୪ଜଣଙ୍କ ନରେ ୧୭୧ ଲାଞ୍ଚ,୨୮ ଜଣଙ୍କ ନାମରେ , ୫୦୬ ଧମକ ଦେବା,୫ଜଣଙ୍କ ନାମରେ ୩୫୪ମହିଳାଙ୍କୁ ଅସଦାଚରଣ,୧ଜଣଙ୍କ ନାମରେ ୩୭୬ ଦୁଷ୍କର୍ମ,୪ ଜଣକ ନାମରେ ୩୬୫ ୩୬୩ ଅପହରଣ ମାମଲା କହିଛି । ମୋ ନାଁରେ ଯାହା ମାମଲା ରହିଛି ତାହା କେଉଁ ଧରଣର ତାର ବିଚାର କରାଯାଉ । ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ରାଜ୍ୟପାଳଙ୍କ ଧନ୍ୟବାଦ୍ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

ଏହା ବି ପଢନ୍ତୁ...ନବ ଦାସ ହତ୍ୟା ମାମଲା, ଜୟଙ୍କ ସଂଗୀନ ଅଭିଯୋଗ ପରେ ପାଲଟା ଅଭିଯୋଗ ଆଣିଲା ବିଜେଡି

ପ୍ରକାଶ ଥାଉ କି, ଫେବୃଆରୀ 21 ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦୁଇ ଦିନ ନବ ଦାସ ହତ୍ୟା ଘଟଣାକୁ ନେଇ କମ୍ପିଥିଲା ଗୃହ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ପ୍ରସଙ୍ଗରୁ ହୁଲୁସ୍ତୁଲ ହୋଇଥିଲା ଗୃହ । ଦୁଇ ଦିନ ହଙ୍ଗାମା ପରେ ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଛି । ମାର୍ଚ୍ଚ 1 ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିବ । ଆସନ୍ତାକାଲି (ଶୁକ୍ରବାର) ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details