ଓଡିଶା

odisha

ଫ୍ରେସର ପାର୍ଟିରେ କରିଥାନ୍ତେ ଆଙ୍କରିଂ, ହଷ୍ଟେଲରୁ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତଦେହ

By ETV Bharat Odisha Team

Published : Oct 6, 2023, 7:24 PM IST

ରାଜଧାନୀରେ ମେଡିକାଲ କଲେଜ ଛାତ୍ରୀଙ୍କ ମୃତ୍ୟୁ । ଘରୋଇ ମେଡିକାଲ କଲେଜ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରୀଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢ଼ନ୍ତୁ

ରାଜଧାନୀରେ ମେଡିକାଲ କଲେଜ ଛାତ୍ରୀଙ୍କ ମୃତ୍ୟୁ
ରାଜଧାନୀରେ ମେଡିକାଲ କଲେଜ ଛାତ୍ରୀଙ୍କ ମୃତ୍ୟୁ

ରାଜଧାନୀରେ ମେଡିକାଲ କଲେଜ ଛାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ବର: ଘରୋଇ ମେଡିକାଲ କଲେଜ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରୀଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ଛାତ୍ରୀ ହେଲେ ବୋନି ଦାସ । ତାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ହୋଡିପାଲ ଅଞ୍ଚଳରେ । ରାଜଧାନୀର ଏକ ଘରୋଇ ମେଡିକାଲ କଲେଜର ବିଡିଏସର ୨ୟ ବର୍ଷରେ ଅଧ୍ୟୟନ କରୁଥିଲେ ।

ତେବେ ମୃତ ଛାତ୍ରୀଙ୍କ ବାପା ମୁନୀନ୍ଦ୍ର ନାଥ ଦାସ କହିଛନ୍ତି, "ଝିଅ ରହୁଥିବା ହଷ୍ଟେଲରୁ କଲ ଆସିଥିଲା । ଖବର ପାଇ ପହଁଚିବା ପରେ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲୁ । ଏନେଇ ସେ ମୃତ୍ୟୁର ପୂର୍ବରୁ ତାଙ୍କ ସହ ଭଲରେ କଥା ମଧ୍ୟ ହୋଇଥିଲେ । ପାଠପଢା କି ରାଗିଙ୍ଗର କୌଣସି ସମସ୍ୟା ନଥିଲା । ସନ୍ଦେହ କରୁଛନ୍ତି କୌଣସି ପ୍ରେମ ସମ୍ପର୍କକୁ ନେଇ ଏମିତି କରିଥାଇପାରନ୍ତି । କିନ୍ତୁ ଏ ବିଷୟରେ କିଛି ଜାଣିନାହାନ୍ତି ।"

ତାଙ୍କ ବାପା ଆହୁରି କହିଛନ୍ତି ଯେ, କଲେଜରେ ତାଙ୍କ ଝିଅର ଏକ କଲେଜ ଫ୍ରେସର ପାର୍ଟି ରହିଥିଲା । ଯେଉଁଥିରେ ସେ ଆଙ୍କରିଂ କରିବାର ଥିଲା । ସେଥିପାଇଁ ବେଶ ଉତ୍ସାହିତ ଥିଲେ । ହେଲେ ଗୁରୁବାର ଛାତ୍ରୀଙ୍କ ରୁମରେ ରହୁଥିବା ଅନ୍ୟତମ ଦୁଇ ଛାତ୍ରୀ ଫ୍ରେସର ପାର୍ଟିକୁ ପଳେଇଥିଲେ । ତେବେ ଆଙ୍କରିଂ ପାଇଁ ପ୍ରସ୍ତୁତ ହୋଇ ଯିବା ପରିବର୍ତ୍ତେ ହଠାତ୍ ତାଙ୍କ ରୁମକୁ ଭିତରପଟୁ ଲକ୍ କରିଦେଇଥିବା ପୋଲିସଠୁ ଜାଣିବାକୁ ପାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପଲିଟେକ୍ନିକ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ତେବେ କେଉଁ କାରଣରୁ ଛାତ୍ରୀ ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ସେପଟେ ଛାତ୍ରୀ ଜଣଙ୍କ ମୃତ୍ୟୁକୁ ନେଇ ଭରତପୁର ଥାନା ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ମୃତ ଛାତ୍ରୀଙ୍କ ସମସ୍ତ ଜିନିଷ ଜବତ କରି ତାଙ୍କ ପରିବାର ଲୋକଙ୍କୁ ଫେରାଇଛି । ତେବେ କଲେଜରେ ଛାତ୍ରୀ ମୃତ୍ୟୁ ଘଟଣା ଗୋଟିଏ ନୁହେଁ ପୂର୍ବରୁ ମଧ୍ୟ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ଜନିତ ଘଟଣା ମଧ୍ୟ ଏହିପରି ଥିଲା । ସେତେବେଳେ ମଧ୍ୟ ରୁଚିକାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ସନ୍ଦେହଜନକ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଶିକ୍ଷାନୁଷ୍ଠାନ ପରିସରରେ ଆତ୍ମହତ୍ୟା ଜନିତ ମୃତ୍ୟୁ ଓ ତାର କାରଣ ଖୋଜି ପାଇବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details