ETV Bharat / state

ପଲିଟେକ୍ନିକ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

author img

By

Published : Jun 23, 2023, 9:57 PM IST

ସରକାରୀ ପଲିଟେକ୍ନିକ କଲେଜ ଛାତ୍ରୀ ରୋଜାଲିନ ପାତ୍ର ମୃତ୍ୟୁ ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ତେଜିଛି ବିରୋଧ । ଏନେଇ ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ତରଫରୁ ଗଣଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଯାଜପୁର: ସରକାରୀ ପଲିଟେକ୍ନିକ କଲେଜ ଛାତ୍ରୀ ରୋଜାଲିନ ପାତ୍ର ମୃତ୍ୟୁ ଘଟଣା। ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରୀଙ୍କ ପରିବାରଲୋକେ l ଯାଜପୁର ଜିଲ୍ଲା ରଗଡି ସ୍ଥିତ ସରକାରୀ ପଲିଟେକନିକ କଲେଜ ଛାତ୍ରୀ ରୋଜାଲିନ ପାତ୍ର ହତ୍ୟା ଘଟଣାର ତିନି ମାସ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରା ନଯିବା ଓ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାରଲୋକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଗଣ ଅନଶନ ଓ ଧାରଣା ଦେଇଛନ୍ତି l

ସୂଚନା ମୁତାବକ, ଗତ ମାର୍ଚ୍ଚ ୨୮ ତାରିଖରେ ଯାଜପୁର ଜିଲ୍ଲା ରଗଡି ସ୍ଥିତ ସରକାରୀ ପଲିଟେକନିକ କଲେଜର ତୃତୀୟ ବର୍ଷର ଛାତ୍ରୀ ରୋଜାଲିନ ପାତ୍ରଙ୍କ ମୃତଦେହ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାକୁ ୩ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରୁନି ପୋଲିସ କି ଆତ୍ମହତ୍ୟାର କାରଣ ମଧ୍ୟ ପାଉନି ପୋଲିସ l ଯାଜପୁର ପୋଲିସର ନିଷ୍କ୍ରିୟତା ଓ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଘଟଣାକୁ ପ୍ରତିବାଦ କରି ଆଜି ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଙ୍କ ପରିବାର ସମେତ ସ୍ଥାନୀୟ ଅଞ୍ଚଳର ଲୋକେ ଗଣ ଅନଶନ କରିଛନ୍ତି l ଯଦି ଆଗାମୀ ଦିନରେ ପୋଲିସ ଘଟଣାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ନ କରେ ତେବେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ 28 ତାରିଖ ଦିନ ସକାଳୁ ତୃତୀୟ ବର୍ଷ ଛାତ୍ରୀ ରୋଜାଲିନ ପାତ୍ର ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିବା ପରିବାରଲୋକଙ୍କୁ ଜଣାଇଥିଲେ କଲେଜ କତ୍ତୃପକ୍ଷ l ତେବେ ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ହତ୍ୟା ଅଭିଯୋଗ ଆଣିଥିଲେ l ଏଥିସହିତ ଝିଅକୁ ହତ୍ୟା କରାଯାଇଥିବା ନେଇ କୋରେଇ ଥାନାରେ ଅଭିଯୋଗ କରଥିଲେ l ରୋଜାଲିନ କଲେଜରେ ଟପ୍ପର ହେଉଥିବାରୁ ତାଙ୍କୁ ଅନେକ ସମୟରେ ସହପାଠୀମାନେ ରାଗିଂ କରୁଥିବା ଯୋଗୁ ସେ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା l ତେବେ ଏହି ଘଟଣାର ସଠିକ ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅନେକ ସମୟରେ ପରିବାର ଲୋକେ ଦାବି କରିଥିଲେ ମଧ୍ୟ ପୋଲିସ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.