ଓଡିଶା

odisha

ଭେଣ୍ଡିଂ ଜୋନ୍‌ ସ୍ଥାନାନ୍ତର ଦାବିରେ ଜଟଣୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ

By

Published : Nov 3, 2022, 2:27 PM IST

ଜଟଣୀ ମହାବିଦ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବି ନେଇ ରାସ୍ତା ଅବରୋଧ କରିଥିଲେ ଛାତ୍ରଛାତ୍ରୀ । ଜଟଣୀ ପୋଲିସ ଓ ପୌରାଧ୍ୟକ୍ଷ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ । ଅଧିକ ପଢନ୍ତୁ

ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବିରେ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ
ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବିରେ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ

ଖୋର୍ଦ୍ଧା :ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବି ନେଇ ତାତିଲେ ଛାତ୍ରଛାତ୍ରୀ । ଜଟଣୀ ମହାବିଦ୍ୟାଳୟ ସମୁଖ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍‌ ସ୍ଥାନାନ୍ତର ଦାବିରେ ଜଟଣୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଭୁବନେଶ୍ୱର ଜଟଣୀ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁଯାୟୀ, ଜଟଣୀ ପୌରପରିଷଦ ପକ୍ଷରୁ ଜଟଣୀ ମହାବିଦ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଥିଲା । ଏହାସହ ସେହି ସ୍ଥାନରେ ସମୁଦାୟ ୪ଟି ଦୋକାନ ଗୃହ ନିର୍ମାଣ କରାଯାଇଥିଲା ।

ଭେଣ୍ଡିଂ ଜୋନ ସ୍ଥାନାନ୍ତର ଦାବିରେ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ

ଏହା ମଧ୍ୟ ପଢନ୍ତୁ: Elon Musk Will lay off Twitter: ଟ୍ବିଟରରୁ ବିଦା ହେବେ 50 ପ୍ରତିଶତ କର୍ମଚାରୀ !

ଦୋକାନ ଖୋଲିଲେ ଏହାର ସିଧାସଳଖ ପ୍ରଭାବ ଜଟଣୀ ମହାବିଦ୍ୟାଳୟର ପରିବେଶ ଓ ଛାତ୍ରଛାତ୍ରୀଙ୍କ ଉପରେ ପଡିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଭିଯୋଗ କରିଥିଲେ ।ପୌରାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ପାଇଁ ଅବରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:Dhamnagar Bypoll: ପୂର୍ବାହ୍ନ 11ଟା ସୁଦ୍ଧା 22.36 ପ୍ରତିଶତ ଭୋଟିଂ

ଖବରପାଇ ଜଟଣୀ ପୋଲିସ ଓ ପୌରାଧ୍ୟକ୍ଷ ପହଞ୍ଚି ଛାତ୍ରଛାତ୍ରଙ୍କ ସହ ଆଲୋଚନା କରିଥିଲେ । ଦାବୀ ପୂରଣ କରାଯିବ ବୋଲି ପ୍ରତିଶୃତି ଦେବାରୁ ରାସ୍ତା ଅବରୋଧରୁ ହଟିଛନ୍ତି ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details