ଓଡିଶା

odisha

ଭେଦଭାବର ଶିକାର ହେବେନି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀ, NHRC ମାର୍ଗଦର୍ଶିକା ପାଳନକୁ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବ

By ETV Bharat Odisha Team

Published : Nov 4, 2023, 7:41 PM IST

NHRC ମାର୍ଗଦର୍ଶିକା ପାଳନକୁ ଉଚ୍ଚଶିଭା ବିଭାଗର ଗୁରୁତ୍ବ । କ୍ୟାମ୍ପସରେ ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀ ହେବେନି ସମାଲୋଚନା ଓ ଭେଦଭାବର ଶିକାର । ଅଧିକ ପଢନ୍ତୁ

ଭେଦଭାବର ଶିକାର ହେବେନି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀ, NHRC ମାର୍ଗଦର୍ଶିକା ପାଳନକୁ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବ
ଭେଦଭାବର ଶିକାର ହେବେନି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀ, NHRC ମାର୍ଗଦର୍ଶିକା ପାଳନକୁ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବ

ଭୁବନେଶ୍ବର: କ୍ୟାମ୍ପସରେ ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀଙ୍କ ପାଠପଢା ପାଇଁ ସମସ୍ତ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା କଡାକଡି ପାଳନ କରିବାକୁ ତତ୍ପରତା ଦେଖାଇଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ କୁଳସଚିବ ଓ ଡିଗ୍ରୀ କଲେଜ୍ ଅଧ୍ୟକ୍ଷଙ୍କୁ ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । କ୍ୟାମ୍ପସରେ ଯେପରି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀ ଅନ୍ୟାମାନଙ୍କ ଦ୍ବାରା ସମାଲୋଚନା ବା ହିଂସାର ଶିକାର ନହୁଅନ୍ତି, ସେଥିପ୍ରତି କର୍ତ୍ତୃପକ୍ଷ ସଜାଗ ରହିବାକୁ କୁହାଯାଇଛି । ସେହିପରି ଯୌନଶୋଷଣ, ଭେଦଭାବର ଶିକାର ଯେପରି ନ ହୁଅନ୍ତୁ ସେଥିଲାଗି ମନିଟରିଂ କମିଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶରେ କୁହାଯାଇଛି ।

ଭେଦଭାବର ଶିକାର ହେବେନି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀ, NHRC ମାର୍ଗଦର୍ଶିକା ପାଳନକୁ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବ

ଅନ୍ୟପଟେ ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀଙ୍କ ପାଇଁ କ୍ୟାମ୍ପସରେ ୟୁନିସେକ୍ସ ଟଏଲେଟ ବା ରେଷ୍ଟରୁମ୍ ସୁବିଧା ଲାଗୁ କରିବାକୁ କୁହାଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଲିଙ୍ଗଗତ ଛାତ୍ରମାନଙ୍କୁ ନିଜ ନିଜ ଅଧିକାରରେ ନିର୍ଯ୍ୟାତନା କିମ୍ବା ଅନ୍ୟାନ୍ୟ ପ୍ରକାର ହିଂସାରୁ ରକ୍ଷା କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡିକୁ ଅନୁରୋଧ କରାଯାଇଛି । ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପ୍ରତି କୁସଂସ୍କାର, ଭେଦଭାବ, ଯୌନଶୋଷଣ ଏବଂ ଅନ୍ୟାନ୍ୟ ହିଂସା ସମସ୍ୟାର ସମାଧାନ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ମନିଟରିଂ କମିଟି ଗଠନ କରାଯିବା ଆବଶ୍ୟକ । ଏହି କମିଟି ଏପରି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କ ସମାନତା ପ୍ରସଙ୍ଗକୁ ନିଶ୍ଚିତ କରିବ । ଏହା ସହ ସମସ୍ତ ଶିକ୍ଷାନୁଷ୍ଠାନ ୟୁନିସେକ୍ସ ଟଏଲେଟ୍, ବିଶ୍ରାମ କକ୍ଷ ନିର୍ମାଣ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛି ଉଚ୍ଚଶିକ୍ଷା ବିଭାଗ ।

ଏହା ମଧ୍ୟ ପଢନ୍ତୁ:-ସାମ୍ବାଦିକାଙ୍କୁ ମାଡ଼ ଘଟଣା; ଟୁଟୁ ନାୟକ ଗିରଫ

ସୂଚନା ଅନୁଯାୟୀ, ରାଜ୍ୟରେ ଅନେକ ସମୟରେ ଟ୍ରାନ୍ସଜେଣ୍ଡରମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଯାହା ସେମାନଙ୍କର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବଡ ସମସ୍ୟା ସୃଷ୍ଟି କରୁଛି । ଫଳରେ ସେମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଥିବା ସତ୍ତ୍ବେ ମଧ୍ୟ ପାଠ ପଢୁନାହାନ୍ତି । ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ପାଇଁ କଲେଜଗୁଡିକରେ ସେପ୍ରକାର ସ୍ଥିତି ସୃଷ୍ଟି କରିବା, ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେମାନଙ୍କୁ ସମାନତା ପ୍ରଦାନ କରିବା ପାଇଁ ବିଭିନ୍ନ ସମୟରେ ଉଦବେଗ ପ୍ରକାଶ ପାଇଛି । ତେଣୁ ବିଶ୍ବବିଦ୍ୟାଳୟ ଓ କଲେଜରେ ଏଭଳି ସମସ୍ତ ସୁବିଧା କରିବାକୁ ଜାତୀୟ ମାନବାଧିକାର ଆୟୋଗ ଏନେଇ ଉଦବେଗ ପ୍ରକାଶ କରିବା ସହ ଏକ ଗାଇଡଲାଇନ ଜାରି କରିଥିଲେ । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ତତ୍ପରତା ଦେଖାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details