ETV Bharat / state

ସାମ୍ବାଦିକାଙ୍କୁ ମାଡ଼ ଘଟଣା; ଟୁଟୁ ନାୟକ ଗିରଫ

author img

By ETV Bharat Odisha Team

Published : Nov 4, 2023, 2:33 PM IST

Updated : Nov 4, 2023, 5:05 PM IST

ଇଟିଭି ଭାରତରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଚାପୁଡା ମାରିବା ଘଟଣା । ଭୁବନେଶ୍ୱର ଖାରବେଳ ନଗର ପୋଲିସ ଟୁଟୁ ନାୟକଙ୍କୁ ଗିରଫ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ଟୁଟୁ ନାୟକ ଖାରବେଳନଗର ଥାନାରେ ହାଜର
ଟୁଟୁ ନାୟକ ଖାରବେଳନଗର ଥାନାରେ ହାଜର

ଖାରବେଳନଗର ଥାନାରେ ଟୁଟୁ ନାୟକ

ଭୁବନେଶ୍ବର: ଇଟିଭି ଭାରତରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଚାପୁଡା ମାରିବା ଘଟଣା । ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ । ଆଜି ଖାରବେଳନଗର ଥାନାରେ ହାଜର ହୋଇଥିଲେ ପ୍ରଯୋଜକ ଟୁଟୁ ନାୟକ । ଟିଟୁଙ୍କ ଗିରଫଦାରୀ ନେଇ ସୂଚନା ଦେଲେ ଜୋନ୍ -୪ ଏସିପି ମାନସ ଗଡ଼ନାୟକ ଗତକାଲି(ଶୁକ୍ରବାର) ସାମ୍ବାଦିକା ଦେବସ୍ମିତା ରାଉତ ଭୁବନେଶ୍ବର ଏସ୍ କମ୍ପ୍ଲେକ୍ସରେ 'ପ୍ରଥା' ଫିଲ୍ମର ପ୍ରିମିୟର ସୋ'ର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଟୁଟୁ ନାୟକ ଚାପୁଡା ମାରିଥିଲେ । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଥିବା ବେଳେ ଆଜି ପ୍ରଯୋଜକ ଥାନାରେ ହାଜର ହୋଇଛନ୍ତି ।

ସାମ୍ବାଦିକା ଦେବସ୍ମିତା ରାଉତ ଭୁବନେଶ୍ବର ଏସ୍ କମ୍ପ୍ଲେକ୍ସରେ 'ପ୍ରଥା' ଫିଲ୍ମର ପ୍ରିମିୟର ସୋ'ର ଖବର ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ସେ ଖବର ଅପେକ୍ଷାରେ ଛିଡା ହୋଇଥିବା ବେଳେ ଓଲିଉଡର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକ ହଠାତ୍ ତାଙ୍କୁ ଏକ ଚାପୁଡା ମାରିଥିଲେ । ଏଥିରେ ତାଙ୍କର ବୁମ୍ ତଳେ ପଡି ଯାଇଥିବା ବେଳେ ଟୁଟୁ ନଉଠାଇ ଚାଲିଯାଇଥିଲେ । ଏନେଇ ସାମ୍ବାଦିକ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ଅଭିଯୋଗ କରିଛି ଯେ, ରାଜ୍ୟରେ ସାମ୍ବାଦିକମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଜଣେ ମହିଳା ସାମ୍ବାଦିକାଙ୍କୁ ଯେଉଁଭଳି ଭାବେ ସିନେ ପ୍ରଯୋଜକ ସର୍ବସମ୍ମୁଖରେ ମାଡ ମାରିଲେ ତାହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଯଦି ଟୁଟୁ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଜିଲ୍ଲା ସାମ୍ବାଦିକ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ଚେତାବନୀ ଦେଇଛନ୍ତି ।

ଏହା ବି ପଢନ୍ତୁ...ସାମ୍ବାଦିକାଙ୍କୁ ଅସଦାଚରଣ ମାମଲା, ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ

ବିଭିନ୍ନ ଜିଲ୍ଲାରୁ ଏହିଭଳି ପ୍ରତିବାଦର ସ୍ବର ତେଜିଥିବାବେଳେ ଏହି ପରିପ୍ରେକ୍ଷୀରେ ଓଡ଼ିଶା ୱିମେନ ଇନ ମିଡିଆ ପକ୍ଷରୁ ଡିସିପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିସହ ମହିଳା ସାମ୍ବାଦିକଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ଦିଗରେ ପୋଲିସର ସହାୟତା ନିତାନ୍ତ ଆବଶ୍ୟକ ବୋଲି ନିବେଦନ କରିଛନ୍ତି । ତେବେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଡିସିପି । ସେପଟେ ମହିଳା କମିଶନ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 4, 2023, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.