ଓଡିଶା

odisha

ଫେବୃଆରୀରେ ଓଡ଼ିଶାର ଜିଏସଟି ସଂଗ୍ରହ ୪୦% ବୃଦ୍ଧି

By

Published : Mar 2, 2023, 9:48 PM IST

ଚଳିତ ଆର୍ଥିକ ବର୍ଷର ଫେବୃଆରୀରେ ଓଡ଼ିଶାର ଜିଏସଟି ସଂଗ୍ରହ ୪୦% ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

GST collection of Odisha
GST collection of Odisha

ଫେବୃଆରୀରେ ଓଡ଼ିଶାର ଜିଏସଟି ସଂଗ୍ରହ ୪୦% ବୃଦ୍ଧି

ଭୁବନେଶ୍ବର:ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ପାଇଥିବା ଜିଏସଟି ରାଜସ୍ବରେ ୪୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଗତବର୍ଷ ଫେବୃଆରୀ ମାସର ୧୨୨୩.୨୨ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ଫେବୃଆରୀ ମାସରେ ଏ ବାବଦରେ ୧୭୧୨.୪୮ କୋଟି ଟଙ୍କା ସଂଗୃହିତ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟ ଜିଏସଟି ବାବଦକୁ ୧୨୦୫.୮୯ କୋଟି ଟଙ୍କା ସଂଗୃହିତ ହୋଇଛି । ସେହିପରି ଚଳିତ ଆର୍ଥିକ ବର୍ଷର ଫେବୃଆରୀ ସୁଦ୍ଧା ୧୨୭୭୯ କୋଟି ଟଙ୍କା ମୋଟ ରାଜ୍ୟ ଜିଏସଟି ସଂଗୃହିତ ହୋଇଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ମୋଟ ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ଥିଲା ୧୧୩୯୧.୭୬ କୋଟି ଟଙ୍କା । ଏ କ୍ଷେତ୍ରରେ ୧୨.୧୮ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଫେବୃଆରୀ ମାସର ସାମଗ୍ରିକ ଜିଏସଟି ସଂଗ୍ରହ କ୍ଷେତ୍ରରେ ମଧ୍ୟ ୧୦.୧୯ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଏହା ବି ପଢନ୍ତୁ-୫ରେ ପଞ୍ଚାୟତିରାଜ ଦିବସ ଓ ବିଜୁ ଜୟନ୍ତୀ, ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ

ଚଳିତ ବର୍ଷରେ ୪୫୧୯.୩୫ କୋଟି ଟଙ୍କାର ସାମଗ୍ରିକ ଜିଏସଟି ସଂଗୃହିତ ହୋଇଥିବାବେଳେ ଗତବର୍ଷ ଫେବୃଆରୀ ମାସରେ ଏହି ପରିମାଣ ଥିଲା ୪୧୦୧୪.୪୯ କୋଟି ଟଙ୍କା । ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିବା ଜିଏସଟି ସଂଗ୍ରହ ହେଉଛି ଦ୍ବିତୀୟ ସର୍ବାଧିକ ସର୍ବକାଳୀନ ସଂଗ୍ରହ । ପେଟ୍ରୋଲ ଓ ମଦରୁ ସଂଗ୍ରହ କରାଯାଉଥିବା ଭାଟ ରାଜସ୍ୱ କ୍ଷେତ୍ରରେ ମଧ୍ୟ ୨୬.୩୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୨ ମସିହା ଫେବୃଆରୀ ମାସରେ ପେଟ୍ରୋଲ ଓ ମଦରୁ ୮୩୫.୫୨ କୋଟି ଟଙ୍କା ଭାଟ ରାଜସ୍ବ ମିଳିଥିବାବେଳେ ଚଳିତ ବର୍ଷ ଫେବୃଆରୀ ମାସରେ ୧୦୫୫.୨୭ କୋଟି ଟଙ୍କା ମିଳିଛି ।

ଅଧିକରୁ ଅଧିକ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ଜିଏସଟି କମିଶନରେଟ ତରଫରୁ ପ୍ରୟାସ ଜାରି ରହିଛି । ଚଳିତ ଆର୍ଥିକ ବର୍ଷ ଫେବୃଆରୀ ସୁଦ୍ଧା ୪୬୦୯୦ ଜଣ ଟିକସଦାତା ଜିଏସଟି ପରିସରଭୁକ୍ତ ହୋଇଛନ୍ତି । ଏହି ସମୟ ମଧ୍ୟରେ ଇ-ୱେୱବିଲ ନିର୍ଗମନ କ୍ଷେତ୍ରରେ ୨୦.୭୨ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details