ଓଡିଶା

odisha

କୋରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା 15 ଲକ୍ଷର ସହାୟତା

By

Published : Sep 17, 2021, 7:55 PM IST

କୋରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷର ସହାୟତା

କୋଭିଡ ସମୟରେ ପ୍ରାଣ ହରାଇଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପରିବାରକୁ ସହାୟତା । ଭୁବନେଶ୍ବରର 4 ଜଣ ଏବଂ କଳାହାଣ୍ଡିର ଜଣେ ମୃତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ 15 ଲକ୍ଷ ଟଙ୍କା ଲେଖାଏଁ ସହୟତା ପ୍ରଦାନ । ଅଧିକ ପଢନ୍ତୁ...

ଖୋର୍ଦ୍ଧା/ଭବାନୀପାଟଣା:ରାଜ୍ୟରେ ଅନେକ ଲୋକଙ୍କୁ ଜୀବନ ନେଇଛି କିଲର ଭାଇରସ। ତନ୍ମଧ୍ୟରେ ରହିଛନ୍ତି ବହୁ ସାମ୍ବାଦିକ । କୋଭିଡ ଯୋଦ୍ଧାର ଆଖ୍ୟା ପାଇଥିବା ଅନେକ ସମ୍ବାଦିକ କର୍ତ୍ତବ୍ୟରତ ସମୟରେ ସଂକ୍ରମଣର ଶିକାର ପାଲଟି ଜୀବନ ହରାଇଛନ୍ତି । କୋଭିଡରେ ମୃତ ସମ୍ବାଦିକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ବ୍ୟବସ୍ଥା ଥିବାରୁ ଶୁକ୍ରବାର ଭୁବନେଶ୍ବରର 4 ଜଣ ମୃତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ 15 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଇଛି । ଏହି ରାଶି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ।

କୋରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷର ସହାୟତା

କୋରୋନା ଲଢେଇରେ ପ୍ରାଣ ହରାଇଥିବା ଏହି ସାମ୍ବାଦିକମାନେ ହେଲେ ଇଂରାଜୀ ଦୈନିକ ପତ୍ରିକା 'ଟାଇମ୍ସ ଅଫ୍ ଇଣ୍ଡିଆ'ର ପ୍ରୀତିମାନ ମହାପାତ୍ର, 'ଆଜିକାଲି' ଓଡିଆ ଦୈନିକ ପତ୍ରିକାର ସଂପାଦିକା ବିଜୟଲକ୍ଷ୍ମୀ ମହାନ୍ତି, 'ମୁକୁବୃତ୍ତ' (ଫ୍ରି ଲାନ୍ସ ) ସାମ୍ବାଦିକ ବସନ୍ନ ଦାସ ଓ 'ଜି ଓଡିଶା' ପ୍ରତିନିଧି ମାନସ ରଞ୍ଜନ ଜୟପୁରିଆ । ବ୍ୟାଙ୍କ ଜରିଆରେ ସେମାନଙ୍କ ପରିବାରର ହିତାଧିକାରୀଙ୍କୁ ଏହି ସହାୟତା ରାଶି ସ୍ଥାନାନ୍ତର କରାଯାଇଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ କୋଭିଡରେ ଆଖି ବୁଜିଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ । ମୃତ ସାମ୍ବାଦିକ ଜଣକ ହେଉଛନ୍ତି ଭାନୁ ପ୍ରକାଶ ରଥ । ସେ କୋଭିଡ ଆକ୍ରାନ୍ତ ହୋଇ ଚଳିତ ଏପ୍ରିଲ 15 ତାରିଖରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାପରେ ଏପ୍ରିଲ 29 ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details