ETV Bharat / state

ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ, ଉତ୍କଳ ଗୌରବଙ୍କୁ ଭାରତରତ୍ନ ଦେବାକୁ ଦାବି - Birth Anniversary Of Madhusudan Das

author img

By ETV Bharat Odisha Team

Published : Apr 28, 2024, 4:54 PM IST

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜନ୍ମ ଜୟନ୍ତୀ, ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ବୁଦ୍ଧିଜୀବୀଙ୍କ ଦାବି
ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜନ୍ମ ଜୟନ୍ତୀ, ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ବୁଦ୍ଧିଜୀବୀଙ୍କ ଦାବି

176th Birth Anniversary Of Utkal Gaurab Madhusudan Das: ଆଜି କୁଳବୃଦ୍ଧ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 176 ତମ ଜନ୍ମ ଜୟନ୍ତୀ ଅବସରରେ କଟକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମଧୁବାବୁଙ୍କୁ ଭାରତ ରତ୍ନ ପାଇଁ ସବୁ ଓଡିଆଙ୍କୁ ଏକ ହେବା ପାଇଁ ବୁଦ୍ଧିଜୀବୀ ମହଲରେ ଆହ୍ବାନ ଦିଆଯାଇଛି । ଅଧିକ ପଢନ୍ତୁ

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜନ୍ମ ଜୟନ୍ତୀ, ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ବୁଦ୍ଧିଜୀବୀଙ୍କ ଦାବି

କଟକ: ଆଜି ହେଉଛି ଓଡିଆ ଜାତିର କୁଳବୃଦ୍ଧ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 176 ତମ ଜନ୍ମ ଜୟନ୍ତୀ । ଆଜି ଏହି ଦିବସକୁ ସାରା ରାଜ୍ୟରେ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଏ । ଏଥିପାଇଁ କଟକର ଗୋରା କବର ଠାରେ ଥିବା ତାଙ୍କ ସମାଧି ପୀଠରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ କଟକ ଜିଲ୍ଲାପାଳ, ସିଏମସି ମେୟରଙ୍କ ସମେତ ଅନେକ ବୁଦ୍ଧିଜୀବୀ ମଧୁବାବୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହାଛଡା କଟକ କ୍ୟାଣ୍ଟନମେଣ୍ଟ ରୋଡ଼ ଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ମଧୁବାବୁଙ୍କୁ ଭାରତ ରତ୍ନ ପାଇଁ ଯେଉଁ ଦାବି ରହିଛି ତାହା ଆଗାମୀ ଦିନରେ ଏକ ସବୁ ଓଡ଼ିଆଙ୍କ ସ୍ବର ପାଲଟିବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ତେଣୁ ଓଡ଼ିଆ ଜାତିର ଅସ୍ମିତା ଓ ଯିଏ କି ଜଣେ ଓଡ଼ିଆ ଭାବରେ ଆଜି ଦେଶ ତଥା ଦେଶ ବାହାରେ ଉତ୍କଳ ପ୍ରଦେଶ ଓଡିଶାକୁ ଏକ ଗୌରବମୟ ସ୍ଥାନ ଦେଇଛନ୍ତି ତାଙ୍କୁ ଏହି ଭାରତ ରତ୍ନ ମିଳିବା ନିହାତି ଆବଶ୍ୟକ । ଆଜିର ଏହି ପବିତ୍ର ଦିବସ ଉପଲକ୍ଷେ କଟକର ସମସ୍ତ ମୁରବି, ବୁଦ୍ଧିଜୀବୀ, ରାଜନୈତିକ ନେତା ଏକାଠି ହୋଇ ମଧୁସୂଦନ ଦାସଙ୍କ ଜୟନ୍ତୀରେ ସାମିଲ ହୋଇଥଲେ । ତେବେ ମଧୁବାବୁ ଓଡ଼ିଆ ପ୍ରଦେଶ ଗଠନରେ ଏକ ମୁଖ୍ୟ ବିନ୍ଧାଣୀ ଭାବରେ ପରିଚିତ । ତେଣୁ ଏହି ଭାବଧାରାକୁ ଆଗାମୀ ଦିନରେ ବଜାୟ ରହିବ ବୋଲି ଆଶା ଦାବି ରଖିଛନ୍ତି କଟକ ବାସୀ ।

ଏହା ମଧ୍ୟ ପଢନ୍ତୁ... 90ତମ ଶ୍ରାଦ୍ଧବାର୍ଷିକୀ, ମନେ ପଡନ୍ତି ମଧୁବାବୁ

ଓଡିଆ ସ୍ବାଭିମାନର ପ୍ରତୀକ ମଧୁବାବୁ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡିଶାରେ ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ମାତ୍ର ନିଜର ଏହି ସ୍ବପ୍ନପୂରଣ ହେବା ଆଗରୁ ସେ ଇହଧାମ ତ୍ୟାଗ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.