ଓଡିଶା

odisha

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌ କୋଡ୍‌: ସୁର କହିଲେ ସେବାୟତଙ୍କ ପାଇଁ କରାଯାଉ ଭକ୍ତଙ୍କ ପାଇଁ ନୁହେଁ

By ETV Bharat Odisha Team

Published : Oct 11, 2023, 7:35 AM IST

Updated : Oct 11, 2023, 12:22 PM IST

ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା । ନଚେତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ପରିଧାନ କଟକଣା ନିଷ୍ପତିକୁ ସ୍ବାଗତ କରିଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌ କୋଡ୍‌: ସୁର କହିଲେ ସେବାୟତଙ୍କ ପାଇଁ କରାଯାଉ ଭକ୍ତଙ୍କ ପାଇଁ ନୁହେଁ

ଭୁବନେଶ୍ବର:ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା । ନଚେତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । ଏଭଳି କଠୋର ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ପରିଧାନ କଟକଣା ନିଷ୍ପତିକୁ ସ୍ବାଗତ କରିଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ । କିନ୍ତୁ ନିୟମ କଡ଼ାକଡ଼ି ନୁହେଁ ବରଂ ଭକ୍ତଙ୍କୁ କେବଳ ଅନୁରୋଧ କରାଗଲେ ଠିକ ହେବ ବୋଲି ସୁର ରାଉତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଯେ, ଶାଳୀନତା ରକ୍ଷା ପାଇଁ ସାଧାରଣ ପୋଷାକ ଆବଶ୍ୟକ । ହେଲେ ଭକ୍ତଙ୍କ ପାଇଁ କୌଣସି ଡ୍ରେସ୍‌କୋଡ୍‌ କରାଯିବା ଠିକ ନୁହେଁ । ସେବାୟତ ଏବଂ ମନ୍ଦିର ପ୍ରଶାସନ କର୍ମଚାରୀଙ୍କ ପାଇଁ ଡ୍ରେସ୍‌ କୋଡ୍‌ କରାଯାଉ। ଦେଶର ବିଭିନ୍ନ ଧର୍ମ ପୀଠରେ ପୋଷାକ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ସମସ୍ତଙ୍କ ଆର୍ଥିକ ପରିସ୍ଥିତି ସମାନ ନୁହେଁ । ତେଣୁ ଭକ୍ତଙ୍କ ପିନ୍ଧିବା ପାଇଁ କୌଣସି ବାଧା ନରହୁ । ପୋଷାକ ଏପରି ପିନ୍ଧନ୍ତୁ ଯେଉଁଥିରେ ଏକ ଭାବ ସୃଷ୍ଟି ହେବ ।

ଏହାମଧ୍ୟ ପଢନ୍ତୁ..୨୩ ବର୍ଷ ପରେ ଭାଙ୍ଗିଲା ସରକାରଙ୍କ ନିଦ, ମନେପଡିଲା ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତା ପୋଷାକ କଥା: ବିଜେପି

ତେବେ ସ୍ୱଚ୍ଛ ମନ ଏବଂ ସ୍ୱଚ୍ଛ ପରିଧାନ ମନରେ ପବିତ୍ରତା ସୃଷ୍ଟି କରେ । ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ପାଇଁ ଖୋରାକ ଯୋଗାଏ । ପୁରୀ ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକ ପରିଧାନରେ ଶାଳୀନତା ରହିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀଙ୍କ ତରଫରୁ ଭକ୍ତମାନେ ଶାଳୀନତା ରକ୍ଷା କରି ପୋଷାକ ପରିଧାନ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ଆସନ୍ତା ଜାନୁଆରୀ ୧ ତାରିଖରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ନିୟମ ମାନିବାକୁ ସମସ୍ତେ ବାଧ୍ୟ ନଚେତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମ; ସମର୍ଥନ କଲେ ଭକ୍ତ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ । ଆସନ୍ତା ଜାନୁଆରୀ ୧ ତାରିଖରୁ ଯେଉଁ ଭକ୍ତମାନେ ଶାଳୀନତା ଭାବେ ପୋଷକ ନପିନ୍ଧି ଶ୍ରୀମନ୍ଦିର ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି । ତେବେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କେହି ଏହାକୁ ସମର୍ଥନ କରୁଥିବା କିଛି ଏଭଳି ନିଷ୍ପତିକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଶ୍ରୀମନ୍ଦିରକୁ ପ୍ରଵେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ କଡ଼ାକଡ଼ି ହେବ ନିୟମ


ସୋମବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବିବୃତି ରଖାଯାଇଥିଲା। ଧାର୍ମିକପୀଠର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି। ତାହାକୁ ସମସ୍ତେ ଗ୍ରହଣ କରିବା ଆବଶ୍ୟକତା ରହିଛି। ଅନ୍ୟ ଧର୍ମ ରେ ବି ଧର୍ମୀୟ ସ୍ଥଳୀକୁ ଯିବା ପାଇଁ କିଭଳି ପୋଷାକ ପରିଧାନ କରିବେ ସେ ନେଇ ନିୟମ ରହିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ପୋଷାକ ରେ ଶାଳୀନତା ରଖିଲେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରହିବ। ହିନ୍ଦୁ ପରମ୍ପରା ଅନୁଯାଇ ଡ୍ରେସ ପିନ୍ଧିବାକୁ ପଡ଼ିବ। 12 ବର୍ଷରୁ କମ ବୟସ ପିଲା ହାଫ୍ ପ୍ୟାଣ୍ଟ୍ ପିନ୍ଧି ଶ୍ରୀମନ୍ଦିରକୁ ଆସି ପାରିବେ। ହେଲେ 12 ବର୍ଷ ରୁ ଅଧିକ ବୟସ ପିଲା, ପ୍ରାପ୍ତ ବୟସ୍କ ଲୋକ ମାନେ ଫୁଲ ପ୍ୟାଣ୍ଟ ପିନ୍ଧି ଶ୍ରୀ ମନ୍ଦିରକୁ ଆସି ପାରିବେ । ହେଲେ ଆଜି କାଲି ଯେଭଳି ଚିରା ଫଟା ଡିଜାଇନ୍‌ର ପ୍ୟାଣ୍ଟ୍ ଆସୁଚି ତାହା ପିନ୍ଧି ମନ୍ଦିର ପ୍ରବେଶ ନେଇ କଟକଣା ରହିବ । ମହିଳା ମାନେ ଶାଢୀ ଅବା ସାଲ୍‌ୱାର ପିନ୍ଧି ମନ୍ଦିର ପ୍ରଵେଶ କରି ପାରିବେ ବୋଲି ପ୍ରଶାସନ ପକ୍ଷରୁ ନିୟମ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 11, 2023, 12:22 PM IST

ABOUT THE AUTHOR

...view details