ETV Bharat / state

୨୩ ବର୍ଷ ପରେ ଭାଙ୍ଗିଲା ସରକାରଙ୍କ ନିଦ, ମନେପଡିଲା ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତା ପୋଷାକ କଥା: ବିଜେପି

author img

By ETV Bharat Odisha Team

Published : Oct 10, 2023, 7:08 PM IST

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କୁ ଶାଳୀନତା ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ । ଏଭଳି ନିଷ୍ପତ୍ତିକୁ ସ୍ବାଗତ କଲା ବିଜେପି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କୁ ଶାଳୀନତା ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ
ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କୁ ଶାଳୀନତା ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କୁ ଶାଳୀନତା ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା । ଶ୍ରୀମନ୍ଦିରରେ ଲାଗୁହେବ ଡ୍ରେସ୍‌ କୋଡ୍‌ ପ୍ରଥା । ମନଇଚ୍ଛା ଡ୍ରେସ୍‌ ପିନ୍ଧି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ଭକ୍ତ । ଏହି ପଦକ୍ଷେପକୁ ବିଜେପି ପକ୍ଷରୁ ସ୍ବାଗତ କରାଯାଇଛି । ଏହାକୁ ନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଦୁଃଖର କଥା ୨୩ ବର୍ଷ ପରେ ନବୀନ ପଟ୍ଟନାୟକଙ୍କର ମନେ ପଡ଼ିଲା ଶ୍ରୀମନ୍ଦିର କଥା ।


ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳଙ୍କ କହିଛନ୍ତି,"ଏହା ନିଶ୍ଚୟ ରୂପେ ଏକ ସ୍ବାଗତ ଯୋଗ୍ୟ ପଦକ୍ଷପ । କିନ୍ତୁ ବିଡ଼ମ୍ବନାର ବିଷୟ ଏହି କି ଯେ ୨୩ ବର୍ଷ ପରେ ସରକାର ଏହାକୁ ଲାଗୁ କରିବେ । ଯେତେବେଳେ ନବକଳେବର ହୋଇଥିଲା ଶଙ୍କରାଚାର୍ଯ୍ୟ ଏହାକୁ ଉଠାଇଥିଲେ । ହେଲେ ସେତେବେଳେ ସରକାରଙ୍କର ମନେ ପଡ଼ିଲା ନାହିଁ । ଏହା ଆଗରୁ ହୋଇଥିଲେ ଭଲ ହୋଇଥାଆନ୍ତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନ୍ଦିରରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ପରିସ୍ରାଗାର ନାହିଁ । ଓଡ଼ିଶାର ଗର୍ବ ଶ୍ରୀମନ୍ଦିର । ଦେଶବିଦେଶରୁ ଭକ୍ତ ଆସୁଛନ୍ତି । ସେମାନେଙ୍କ ପାଇଁ ସରକାର କ’ଣ ସୁବିଧା କରୁଛନ୍ତି । ପର୍ଯ୍ୟଟକଙ୍କ ହିତକୁ ସରକାର ବୁଝିବା ଦରକାର । ଶ୍ରୀମନ୍ଦିରର ‘ଡ୍ରେସ୍ କୋଡ୍’ କିଛି ଅସୁବିଧା ନାହିଁ । ଏହା ଏକ ଆଧ୍ୟାତ୍ମିକ ଜାଗା । ଏହାକୁ ସମସ୍ତେ ସ୍ଵାଗତ କରିବା କଥା । ଏହା ଜାନକୀ ପଟ୍ଟନାୟକଙ୍କ ବେଳେ ଆଲୋଚନା ବି ହୋଇଥିଲା, ବିଧାନସଭାରେ ବି ଉଠିଥିଲା । ଏହା ପୁରୁଣା ନିଷ୍ପତ୍ତି । ଏଥିରେ ସରକାରଙ୍କ କିଛି ବଡ ଆବଦାନ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମ; ସମର୍ଥନ କଲେ ଭକ୍ତ

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ ପ୍ରଶ୍ରୟ ନଦେବା ପାଇଁ କିଛି ଡ୍ରେସକୁ ମିନ୍ଦିର ପାଇଁ ନିଷେଧ କରାଯାଇଛି । ହାଫ୍‌ପ୍ୟାଣ୍ଟ, ଚିରାଫଟା ପୋଷାକ, ଛୋଟ ଡ୍ରେସ୍‌ ଆଦି ପିନ୍ଧି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ଶ୍ରଦ୍ଧାଳୁ । ବରଂ ଭକ୍ତମାନେ ଶାଳୀନତାପୂର୍ବକ ପାରମ୍ପରିକ ପୋଷାକ ପରିଧାନ କରି ଆସିବକୁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଆଜିଠାରୁ ଭକ୍ତଙ୍କୁ ଏନେଇ ସଚେତନ କରାଯାଉଛି । ୩ ମାସ ସଚେତନ କଲାପରେ ଆସନ୍ତା ଜାନୁଆରୀ ପହିଲାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ । ସିଂହଦ୍ୱାର ଓ ଅନ୍ୟ ଦ୍ୱାରରେ ଏନେଇ କଡା ଚେକିଂ କରାଯିବ । ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.