ଓଡିଶା

odisha

ପ୍ରଣବ ପ୍ରକାଶ ଦାସଙ୍କ କ୍ରୀତଦାସ ମନ୍ତବ୍ୟ ପ୍ରସଙ୍ଗ: ରାମାୟଣ ଉପାଖ୍ୟାନ କରି ସୁରଙ୍କ କଟାକ୍ଷ

By

Published : Mar 19, 2023, 9:46 PM IST

5T ସଚିବଙ୍କ ନବରଙ୍ଗପୁର ଗସ୍ତ ସମୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବାହାରେ ରହି ଲୋକଙ୍କୁ ଭିତରକୁ ଛାଡ଼ୁଥିବା ପ୍ରସଙ୍ଗରେ ରାମାୟଣ ଉପାଖ୍ୟାନ କରି କଟାକ୍ଷ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କହିଲେ ଭରତ ଯେପରି ରାମଙ୍କ ପାଦଧୂଳି ନେଇ ରାଜ୍ୟ ଶାସନ କରିଥିଲେ, ସେପରି ପାଣ୍ଡିଆନଙ୍କ ପାଦଧୂଳି ନେଇ ଶାସନ କରିବେ ବୋଲି ଭାବୁଛନ୍ତି ପ୍ରଣବ । ଅଧିକ ପଢ଼ନ୍ତୁ

ରାମାୟଣ ଉପାଖ୍ୟାନ କରି ସୁରଙ୍କ କଟାକ୍ଷ
ରାମାୟଣ ଉପାଖ୍ୟାନ କରି ସୁରଙ୍କ କଟାକ୍ଷ

ରାମାୟଣ ଉପାଖ୍ୟାନ କରି ସୁରଙ୍କ କଟାକ୍ଷ

ଭୁବନେଶ୍ବର: ଗତକାଲି 5T ସଚିବ ନବରଙ୍ଗପୁର ଗସ୍ତ କରିଥିଲେ । ଲୋକଙ୍କର ବିଭିନ୍ନ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ନବରଙ୍ଗପୁର ପଠାଇଥିବା ବେଳେ ତାଙ୍କ ସହ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସେଠାକୁ ଯାଇଥିଲେ । ତେବେ ସେଠାରେ ଏକ ରୁମ ଭିତରେ 5T ସଚିବ ଭିକେ ପାଣ୍ଡିଆନ ବସିଥିବା ସମୟରେ ବାହାରେ ରହି ପ୍ରଣବ ପ୍ରକାଶ ଦାଶ ଲୋକଙ୍କୁ ଭିତରକୁ ଛାଡ଼ୁଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ କଟାକ୍ଷ କରି ପଣ୍ଡିଆନଙ୍କୁ ରାମ ଓ ପ୍ରଣବଙ୍କୁ ତାଙ୍କ ଭରତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ତେବେ ଭିତରେ 5T ସଚିବ ରହିଥିବା ବେଳେ ଯାଜପୁର ବିଧାୟକ ବାହାରେ ରହି ଲୋକଙ୍କୁ ଭିତରକୁ ଛାଡ଼ୁଥିବା ଦୃଶ୍ୟକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏନେଇ ପ୍ରଣବ ପ୍ରକାଶ ଦାସଙ୍କୁ ଦ୍ବାରପାଳ କହି କଟାକ୍ଷ କରିଛନ୍ତି ବିରୋଧି । ତେବେ ବିରୋଧିଙ୍କୁ ଜବାବ ଦେବାକୁ ଯାଇ ଦରକାର ପଡ଼ିଲେ ଓଡିଶାବାସୀଙ୍କ ପାଇଁ କ୍ରୀତଦାସ ହେବି ବୋଲି କହିଥିଲେ ପ୍ରଣବ । ବିରୋଧୀ ବିଜେପି ଏବଂ କଂଗ୍ରେସ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ବ୍ରିଟିଶ ଅମଳର କଥା ମନେ ପକାଇବା ସହ ଜଣେ ରାଜନୈତିକ ବ୍ୟକ୍ତି ଜଣେ ପ୍ରଶାସନିକ ଅଧିକାରୀଙ୍କ ଚାଟୁକାରିତା କରିଛି ବୋଲି କହିଥିବା ବେଳେ ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛି କଂଗ୍ରେସ । ତେବେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ଏହାକୁ ନେଇ ରାମାୟଣ ଉପାଖ୍ୟାନ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଦଶରଥ, ପାଣ୍ଡିଆନଙ୍କୁ ରାମ ଓ ପ୍ରଣବ ପ୍ରକାଶ ଦାସଙ୍କୁ ତାଙ୍କ ଭରତ ବୋଲି କହି କଟାକ୍ଷ କରିଛନ୍ତି ସୁର ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଣବଙ୍କୁ ଦ୍ବାରପାଳ କହିଲା କଂଗ୍ରେସ, କଡା ଜବାବ ଦେଲେ ବିଜେଡି ନେତା

ସୁର କହିଛନ୍ତି, "ଭରତ ଯେଉଁଭଳି ରାମଙ୍କ ପାଦଧୂଳି ନେଇ ଶାସନ କରିଥିଲେ, ସେହିଭଳି ବିଜେଡିର ସାଙ୍ଗଠନିକ ସମ୍ପାଦକ 5T ସଚିବଙ୍କ ପାଦଧୂଳି ନେଇ ଶାସନ କରିବେ ବୋଲି ଭାବିଛନ୍ତି । 5T ସଚିବ ହେଉଛନ୍ତି ରାମ ଏବଂ ମୁଖମନ୍ତ୍ରୀ ହେଉଛନ୍ତି ଦଶରଥ । ଏସବୁ ପରେ ମଧ୍ୟ ରାଜ୍ୟ ସରକାର ରାଜ୍ୟର ଉନ୍ନତି, ବେକାରୀ ସମସ୍ୟା ଦୂର, କୃଷକଙ୍କର ଉନ୍ନତୀ ଆଦି କରିବା ଆବଶ୍ୟକ । ରାଜ୍ୟର ବିକାଶ ହେବା ଦରକାର, ଉନ୍ନତି ହେବା ଦରକାର । ଲୋକଙ୍କ ସମସ୍ୟାର ସମାଧାନ ହେବା ଦରକାର । ଲୋକପ୍ରତିନିଧି ଜଣେ ଜନ ସେବକ, ପ୍ରଶାସନିକ ଅଧିକାରୀ ତାର ନିର୍ଦ୍ଦେଶ ମାନିବା ଦରକାର । ରାଜ୍ୟରେ ଯାହା ସ୍ଥିତି ହେଲାଣି ଲୋକ ପ୍ରତିନିଧିମାନେ ନିଜର ସମ୍ମାନ ହରାଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details