ଓଡିଶା

odisha

Balasore Train Accident: ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

By

Published : Jun 4, 2023, 10:04 AM IST

Updated : Jun 4, 2023, 11:48 AM IST

Etv Bharat

ବାହାନଗା ରେଳ ଦୁର୍ଘଟଣା ନେଇ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କେବଳ ଓଡ଼ିଶାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା । ଅଧିକ ପଢନ୍ତୁ

ଭୁବନେଶ୍ବର:ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକ ଓ ଗୁରୁତରଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ସରକାର ମୃତକଙ୍କ ପରିବାର ବର୍ଗକୁ 5 ଲକ୍ଷ ଓ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିବେ । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରଦାନ କରାଯିବ । ତେବେ ଏହି ଅନୁକମ୍ପା ରାଶି କେବଳ ଓଡ଼ିଶାର ଲୋକଙ୍କୁ ଦିଆଯିବ ।

ବାଲେଶ୍ଵର ରେଳ ଦୁର୍ଘଟଣାରେ ମୃତକଙ୍କ ଓ ଗୁରୁତରଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଉଦ୍ଧାର କାର୍ଯ୍ୟ ତ୍ବାରାନ୍ବିତ ଆଉ ଏବେ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଣ ହରାଇଥିବା କରିଥିବା ଯାତ୍ରୀଙ୍କ ପରିବାର ଲୋକଙ୍କୁ ମିଳିବ 5 ଲକ୍ଷ ଟଙ୍କା । ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରିବେ ଓଡ଼ିଶା ସରକାର । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରଦାନ କରାଯିବ ।

ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆହତମାନଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ କରାଯାଉଛି । ଭୁବନେଶ୍ବର, ବାଲେଶ୍ଵର ଓ କଟକରେ ଆହତମାନେ ଚିକିତ୍ସିତ ହେଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଆହତଙ୍କ ଚିକିତ୍ସା ଦାୟିତ୍ବ ନିଆଯାଇଛି । ପୂର୍ବରୁ ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ 10 ଲକ୍ଷ ଓ ଆହତଙ୍କ ପାଇଁ 1 ଲକ୍ଷ ସହାୟତା ରାଶି ଘୋଷଣା କରାଯାଇଥିଲା । ସେହିପରି ପିଏମ କେୟାର ପକ୍ଷରୁ 2 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା ହୋଇଛି । ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗ ସରକାର ପକ୍ଷରୁ ମଧ୍ୟ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ 5 ଲକ୍ଷ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଆହତଙ୍କ ଚିକିତ୍ସା ସେବା ବିଷୟରେ ପଚାରି ବୁଝିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି ବୋଲି କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 4, 2023, 11:48 AM IST

ABOUT THE AUTHOR

...view details