ଓଡିଶା

odisha

ଖର୍ଚ୍ଚର ହିସାବ ନଦେଇ ଖସିପାରିବେନି ରାଜ୍ୟ ସରକାର, କେନ୍ଦ୍ରୀୟ ତଦନ୍ତ ଇସାରା ଦେଲେ ମନମୋହନ

By ETV Bharat Odisha Team

Published : Oct 1, 2023, 5:04 PM IST

ମନ୍ତ୍ରୀଙ୍କ ନାଁରେ ବୁକ୍ ହେଉଛି ହେଲିକପ୍ଟର, ହେଲେ ସଚିବ ବୁଲୁଛନ୍ତି । ତନ୍ନ ତନ୍ନ କରି ଛିଣ୍ଡା କାଗଜର ହିସାବ ନେବ ବିଜେପି । କେନ୍ଦ୍ରୀୟ ତଦନ୍ତ ଆଡକୁ ଇସାରା ଦେଲେ ମନମୋହନ । ଅଧିକ ପଢନ୍ତୁ

ହେଲିକପ୍ଟର ଖର୍ଚ୍ଚର ହିସାବ ନଦେଇ ଖସିପାରିବେନି ରାଜ୍ୟ ସରକାର, କେନ୍ଦ୍ରୀୟ ତଦନ୍ତ ଇସାରା ଦେଲେ ମନମୋହନ
ହେଲିକପ୍ଟର ଖର୍ଚ୍ଚର ହିସାବ ନଦେଇ ଖସିପାରିବେନି ରାଜ୍ୟ ସରକାର, କେନ୍ଦ୍ରୀୟ ତଦନ୍ତ ଇସାରା ଦେଲେ ମନମୋହନ

ହେଲିକପ୍ଟର ଖର୍ଚ୍ଚର ହିସାବ ନଦେଇ ଖସିପାରିବେନି ରାଜ୍ୟ ସରକାର, କେନ୍ଦ୍ରୀୟ ତଦନ୍ତ ଇସାରା ଦେଲେ ମନମୋହନ

ଭୁବନେଶ୍ବର: 5T ସଚିବଙ୍କ ହେଲିକପ୍ଟର ଯାତ୍ରାର ଖର୍ଚ୍ଚର ହିସାବ ନଦେଇ ଖସି ପାରିବେନି ରାଜ୍ୟ ସରକାର । କେନ୍ଦ୍ରୀୟ ଅନୁଦାନ ମଧ୍ୟ ହରିଲୁଟ ହେଉଛି । ଜନତା ତାର ହିସାବ କରିବେ ବୋଲି କହିବା ସହ ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତର ଇସାରା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସିଧାସଳଖ କେନ୍ଦ୍ରୀୟ ତଦନ୍ତର କଥା ନକହି, କି’ଏ ତଦନ୍ତ କରିବ ଠିକ ସମୟ ଆସିଲେ, ଜାଣି ପାରିବେ ବୋଲି ମନମୋହନ କହଛନ୍ତି ।

ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନମୋହନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ‘‘ନିଜ ଆଖିକୁ ଆଙ୍ଗୁଳି ଯିବନି, ରାଜ୍ୟ ସରକାର ତଦନ୍ତ କରିବେନି । ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ ହେଉଛି, ହେଲେ ସଚିବ ବୁଲୁଛନ୍ତି ତାର ତନ୍ନ ତନ୍ନ ତଦନ୍ତ ହେବ । ବିଜେପି ଛିଣ୍ଡା କାଗଜର ମଧ୍ୟ ହିସାବ ନେବ । ସେମାନେ ୬୦୦ କୋଟିକୁ ୫୦ କୋଟି ବୋଲି ବିଧାନସଭାରେ ହିସାବ ଦେଇଛନ୍ତି । କେନ୍ଦ୍ର ଅନୁଦାନରୁ ଆସିଥିବା ୧୮ ଲକ୍ଷ ୮୩ ହଜାର କୋଟି ଲୁଟ୍ ହେଲାଣି । ଜନବିରୋଧୀ କି’ଏ ଲୋକ ଜାଣିଛନ୍ତି । ଆମ ବିରୋଧୀ ଦଳ ନେତାଙ୍କ ମାନସିକ ଭାରସାମ୍ୟ ନାହଁ ଯିଏ କହୁଛି ଏଭଳି ଦାୟିତ୍ୱହୀନ ସରକାରୀ ଦଳଠୁ ଆମେ କିଛି ଆଶା କରୁନାହୁଁ ।’’


ସୂଚନାଯୋଗ୍ୟ ଯେ, CMO (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଗସ୍ତ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିଲେ । କହିଥିଲେ, ‘‘ ମୋ ସରକାର ଲୋକଙ୍କ ସରକାର । ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ବ ଦିଏ । କୋଭିଡ ସମୟରେ ୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ଥିଲା । ସେଥିପାଇଁ CMO ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ମୁଁ ନିର୍ଦ୍ଦେଶ ଦେଇଥିଲି । ସିଏମଓର ଅଫିସରମାନେ ଲୋକଙ୍କଠୁ ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନ କରୁଛନ୍ତି । ଲୋକଙ୍କ ସମସ୍ୟା ସମାଧାନ ପାଇଁ CMO ଗତ ୬ ମାସରେ ରାଜ୍ୟର ୧୯୦ ସ୍ଥାନରେ ଲୋକଙ୍କୁ ଭେଟି ୫୭ ହଜାର ୪୪୨ ପିଟିସନ୍‌ ପାଇଥିଲା । ସେଥିରୁ ୪୩,୫୩୬ ପିଟିସନ୍‌ର ସମାଧାନ ହୋଇପାରିଛି । ୫୭ ହଜାର ପିଟିସନ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ପଡ଼ିଥାନ୍ତା ।

ଏହା ମଧ୍ୟ ପଢନ୍ତୁ:- ଶ୍ରଦ୍ଧା କିଏ ପ୍ରସଙ୍ଗ: ମୁହଁ ଖୋଲିବା ବଦଳରେ ବସନ୍ତଙ୍କୁ ଟାର୍ଗେଟ, ବାଉଳି ହେଉଛନ୍ତି ବସନ୍ତ କହିଲେ ଦିବ୍ୟଶଙ୍କର


ସେହିପରି ଏହି ଗସ୍ତ ସମୟରେ ସଚିବଙ୍କ ହେଲିକପ୍ଟର ବ୍ୟବହାର ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ହେଲିକପ୍ଟର ବ୍ୟବହାର ହୋଇ ନଥିଲେ ସାରା ରାଜ୍ୟ ବୁଲି ଅଭିଯୋଗ ଶୁଣାଣି କରିବାକୁ ଦେଢ ବର୍ଷ ସମୟ ଲାଗିଯାଇଥାନ୍ତା । ଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବ୍ୟବହାର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି । ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details